ETV Bharat / bharat

JNU କୁଳପତି ପ୍ରଫେସର ଏମ ଜଗଦିଶ କୁମାର ହେବେ UGC ଚେୟାରମ୍ୟାନ

author img

By

Published : Feb 4, 2022, 7:49 PM IST

ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ(JNU) ର କୁଳପତି ପ୍ରଫେସର ଏମ ଜଗଦିଶ କୁମାର (Professor M Jagdesh Kumar) ହେବେ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ ( University Grants Commission ) ର ନୂଆ ଚେୟାରମ୍ୟାନ । ଅଧିକ ପଢନ୍ତୁ

JNU
JNU

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ(JNU) ର କୁଳପତି ପ୍ରଫେସର ଏମ ଜଗଦିଶ କୁମାର (Professor M Jagdesh Kumar) ହେବେ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ ( University Grants Commission ) ର ନୂଆ ଚେୟାରମ୍ୟାନ । ଏମ ଜଗଦିଶ କୁମାର ଏହି ପଦରେ ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ସେ ବର୍ଷ 2016 ରୁ ଜେଏନୟୁର କୁଳପତି ଭାବେ କାର୍ଯ୍ୟ କରୁଥିଲେ । ତେବେ ତାଙ୍କ କାର୍ଯ୍ୟକାଳ ଗତ 26 ଜାନୁୟାରୀ 2021 ରୁ ଶେଷ ହୋଇଥିଲେ ମଧ୍ୟ ତାଙ୍କୁ ଦାୟିତ୍ବରୁ ସରକାର ମୁକ୍ତ କରିନଥିଲେ ।

ଆଜି (ଶୁକ୍ରବାର) କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପ୍ରଫେସର ଏମ ଜଗଦିଶ କୁମାରଙ୍କୁ ୟୁଜିସିର ମୁଖ୍ୟ ଭାବେ ନିଯୁକ୍ତି ପ୍ରସ୍ତାବକୁ ମୋହର ମାରିଛି । ଜାରି ବିଜ୍ଞପତି ଅନୁସାରେ ଜଗଦିଶ କୁମାର ଆସନ୍ତା 5 ବର୍ଷ ପାଇଁ ଏହି ପଦରେ କାର୍ଯ୍ୟ କରିବେ । ୟୁଜିସି ହେଉଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ଆୟୋଗ । ଯାହା ବିଭିନ୍ନ ବିଶ୍ବବିଦ୍ୟାଳୟକୁ ମାନ୍ୟତା ଦେବା କାର୍ଯ୍ୟ କରିଥାଏ ।

ଏହି ଆୟୋଗ ବା ୟୁଜିସି ସରକାରଙ୍କ ଦ୍ବାରା ମାନ୍ୟତା ପ୍ରାପ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ମଧ୍ୟ ପ୍ରଦାନ କରିଥାଏ । ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (UGC) ର ମୁଖ୍ୟାଳୟ ନୂଆଦିଲ୍ଲୀରେ ଥିବାବେଳେ, ଏହାର କ୍ଷେତ୍ରୀୟ କାର୍ଯ୍ୟାଳୟ ପୁଣେ, ଭୋପାଳ, କୋଲକାତା, ହାଇଦ୍ରାବାଦ, ଗୌହ୍ବାଟି ଓ ବେଙ୍ଗାଲୁରରେ ଅଛି ।

ଏହାବାଦ ୟୁଜିସି ଜାତୀୟ ଯୋଗ୍ୟତା ପରୀକ୍ଷା(NET) ର ମଧ୍ୟ ଆୟୋଜନ କରିଥାଏ । ଯାହା ମାଧ୍ୟମରେ ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳରେ ଅଧ୍ୟାପକଙ୍କ ନିଯୁକ୍ତି ହୋଇଥାଏ ।

ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ କୁଳପତି ଭାବେ ପ୍ରଫେସର ଜଗଦୀଶ କୁମାରଙ୍କ କାର୍ଯ୍ୟକାଳ ବେଶ ଚର୍ଚ୍ଚାରେ ଥିଲା । ତାଙ୍କ ସମୟରେ କ୍ୟାମ୍ପସରେ ଏକାଧିକ ଥର ଛାତ୍ର ଅଶାନ୍ତି ସହ ହିଂସା ହୋଇଥିଲା । ଏହାସହ ତାଙ୍କ ସମୟରେ ବିଶ୍ବବିଦ୍ୟାଳୟରେ ତାଲାବନ୍ଦ ମଧ୍ୟ ହୋଇଥିଲା । ତତ୍କାଳୀନ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କ ଗିରଫଦାରୀ ମଧ୍ୟ ହୋଇଥିଲା । ଯାହାକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ପ୍ରଫେସର କୁଳପତି ଏମ ଜଗଦିଶ କୁମାର ।

ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ଜନ୍ମିତ ପ୍ରଫେସର ଜଗଦିଶ କୁମାର ଇଲେକ୍ଟ୍ରୋନିକ୍ସରେ ଇଂଜିନିୟରିଂ କରିଥିବା ବେଳେ, Phd ଇଲେକ୍ଟ୍ରିକାଲ ଇଂଜିନିୟରିଂ ମଧ୍ୟ କରିଛନ୍ତି । ଏହାବାଦ IIT ମାଡ୍ରାସ(ଚେନ୍ନାଇ)ର ଛାତ୍ର ମଧ୍ୟ ଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.