ETV Bharat / state

ଆଖି ପିଛୁଳାକେ ଲୁଟିନେଲେ ୪୬ ଲକ୍ଷ, ମାଷ୍ଟରମାଇଣ୍ଡ ସହ ଜଣେ ଗିରଫ

author img

By

Published : Aug 13, 2021, 4:17 PM IST

୪୬ ଲକ୍ଷ ଟଙ୍କା ସାଇବର ଠକେଇ, ରାଇରଙ୍ଗପୁରରୁ ଦୁଇ ଗିରଫ
୪୬ ଲକ୍ଷ ଟଙ୍କା ସାଇବର ଠକେଇ, ରାଇରଙ୍ଗପୁରରୁ ଦୁଇ ଗିରଫ

ସିମ ସ୍ବାପ କରିବା ବାହାନାରେ ଆକାଉଣ୍ଟରୁ ୪୬ ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେଇଥିଲେ ସାଇବର ଠକ । ରାଇରଙ୍ଗପୁର ସାଇବର ଠକଙ୍କୁ ଗିରଫ କଲା ଗୁଜରାଟ ପୋଲିସ । ଅଧିକ ପଢ଼ନ୍ତୁ...

ରାଇରଙ୍ଗପୁର: ରୁହନ୍ତୁ ସାବଧାନ, ମାତିଛନ୍ତି ସାଇବର ଠକ । ସିମ୍ ସ୍ୱାପ୍ କରିବା ବାହାନାରେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଟିକିଏ ଅସାବଧାନ ହେଲେ ଖାଲି ହୋଇଯାଇପାରେ ବ୍ୟାଙ୍କ ଆକାଉଣ୍ଟ । ଏଭଳି ଏକ ବଡ଼ ଧରଣର ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଗୁଜରାଟ ପୋଲିସ । ଏହି ଠକେଇର ମାଷ୍ଟରମାଇଣ୍ଡକୁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡରୁ ଗିରଫ କରିଛି ଗୁଜରାଟ ପୋଲିସ ।

୪୬ ଲକ୍ଷ ଟଙ୍କା ସାଇବର ଠକେଇ, ରାଇରଙ୍ଗପୁରରୁ ଦୁଇ ଗିରଫ

ଗୁଜରାଟ ବଡ଼ୋଦରା ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ସିମ ସ୍ବାପ କରିବା ବାହାନାରେ ତାଙ୍କ ଆକାଉଣ୍ଟ ରୁ ୪୬ ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେଇଥିଲେ ସାଇବର ଠକ । ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାୟବ ପରେ ବଡ଼ୋଦରା ପୋଲିସ ନିକଟରେ ଲୁଟ ଶିକାର ହୋଇଥିବା ବ୍ୟକ୍ତି ଜଣକ ଅଭିଯୋଗ କରିଥିଲେ । ତଦନ୍ତ ବେଳେ ଏହି ଠକେଇ ଗ୍ୟାଙ୍ଗ ଚେର ଓଡ଼ିଶା ଯାଏଁ ଲମ୍ବିଥିବା ଜାଣିବାକୁ ପାଇଥିଲା ପୋଲିସ ।

ଅଭିଯୁ୍କ୍ତମାନେ ଟଙ୍କା ଲୁଟ କରିବା ପରେ ୩ରୁ ୪ଟି ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିବା ଜଣା ପଡ଼ିଥିଲା । ଲୁଟ ହୋଇଥିବା ୪୬ ଲକ୍ଷ ଟଙ୍କ ମଧ୍ୟରୁ ବାଦାମପାହାଡ ଥାନା ଅନ୍ତର୍ଗତ ଉକାମ ଗ୍ରାମର ରତିକାନ୍ତ ମହାନ୍ତଙ୍କ ICICI ବ୍ୟାଙ୍କ ରାଇରଙ୍ଗପୁର ଶାଖାକୁ ୧୭ ଲକ୍ଷ ୧୦ ହଜାର ଟଙ୍କା ଟ୍ରାନ୍ସଫର ହୋଇଥିଲା । ସାଇବର ଠକେଇର ମାଷ୍ଟରମାଇଣ୍ଡ ତିରିଂ ଥାନା ଅନ୍ତର୍ଗତ ସାନ ଡାଳିମା ଗ୍ରାମର ମନୋଜ କୁମାର ମଣ୍ଡଳ ବୋଲି ତଦନ୍ତ ବେଳେ ଜାଣିବାକୁ ପାଇଥିଲା ପୋଲିସ ।

ଗୁଜୁରାଟ କ୍ରାଇମବ୍ରାଞ୍ଚର ତିନି ଜଣିଆ ସାଇବର ଟିମ୍ ରାଇରଙ୍ଗପୁର ଥାନା ପୋଲିସ ସହାୟତାରେ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ଏହାପରେ ଗତକାଲି(ଗୁରୁବାର) ଅଭିଯୁକ୍ତଙ୍କୁ ରାଇରଙ୍ଗପୁର କୋର୍ଟରେ ହାଜର କରାଇ ଟ୍ରାନଜିଟ ରିମାଣ୍ଡ ପାଇଁ ଆବେଦନ କରିଥିଲା । ଏହାପରେ ଗୁଜରାଟ ପୋଲିସ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇ ଗୁଜରାଟ ନେଇଛି । ଏହି ସାଇବର ଅପରାଧରେ ଆଉ କେତେ ଜଣ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରି ରହିଛି । ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରିବାକୁ ଉଦ୍ୟମ ଜାରି ରଖିଛି ଗୁଜୁରାଟ ପୋଲିସ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.