ETV Bharat / state

କଲରା ପତରିଆ ବାଘ ଛାଲ ବିକ୍ରି ମାମଲା: ହସ୍ପିଟାଲରୁ ଚମ୍ପଟ ମାରିଲା ଅଭିଯୁକ୍ତ

author img

By

Published : Jul 25, 2023, 9:29 AM IST

କଲରା ପତରିଆ ବାଘ ଛାଲ ବିକ୍ରି ମାମଲାରେ ୩ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ । ଚିକିତ୍ସାଧୀନ ଅବସ୍ଥାରେ ବାରିପଦା ହସ୍ପିଟାଲରୁ ଜଣେ ଅଭିଯୁକ୍ତ ଫେରାର । ଅଧିକ ପଢନ୍ତୁ

accused escaped from the hospital
accused escaped from the hospital

accused escaped from the hospital

ରାଇରଙ୍ଗପୁର: ଚିକିତ୍ସାଧୀନ ଅବସ୍ଥାରେ ବାରିପଦା ହସ୍ପିଟାଲରୁ ଚମ୍ପଟ ମାରିଲା ଅଭିଯୁକ୍ତ । ଗିରଫ ହେବାର ଗୋଟିଏ ଦିନ ପରେ ଫେରାର ହୋଇଛି କଏଦୀ । ବାଘଛାଲ ଜବତ ଘଟଣାରେ ଗତ ଦୁଇ ଦିନ ତଳେ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ବନ ବିଭାଗର ସ୍ୱତନ୍ତ୍ର ଟିମ୍ । ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅସୁସ୍ଥତା ବାହାନା କରି ଫେରାର ମାରିଛି । ତେବେ ଅଭିଯୁକ୍ତ ଜଣକ ହେଲା ରୂପାୟ ମାରାଣ୍ଡି ବୋଲି ଜଣା ପଡିଛି ।

ସୂଚନା ମୁତାବକ, ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅନ୍ତର୍ଗତ ଶିମିଳିପାଳ ଅଭୟାରଣ୍ୟ ର ପାଦଦେଶ ତଥା ଖୁଣ୍ଟା ଥାନା ବହଳଦା ଗ୍ରାମରୁ ଗତକାଲି ୪ଟି କଲରାପତରିଆ ବାଘ ଛାଲ ଜବତ କରିଥିଲା ବନବିଭାଗ । ଏଥି ସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ବନବିଭାଗ ଗିରଫ କରିଥିବା ବେଳେ ଜଣେ ଅଭିଯୁକ୍ତ ଅସୁସ୍ଥତା ବାହାନାରେ ଡାକ୍ତରଖାନାକୁ ଆସିଥିଲା । ହେଲେ ସେଠାରୁ ଫେରାର ହୋଇ ଯାଇଥିବା ସୂଚନା ମିଳିଛି ।

ଅଭିଯୁକ୍ତ ହେପାଜତରେ ଥିବା ବେଳେ ରାତିରେ ରୁପାୟ ଛାତିରେ ଯନ୍ତ୍ରଣା ହେଉଥିବା କହିଥିଲା । ଫଳରେ ବାରିପଦା ରେଞ୍ଜ ଅଫିସର କର୍ମଚାରୀମାନେ ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣି ସେଠାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସା ଚାଲିଥିବା ବେଳେ ରୁପାୟ ମାରାଣ୍ଡି ସୁଯୋଗ ନେଇ ଡାକ୍ତରଖାନାରୁ ଫେରାର ହୋଇ ଯାଇଥିଲା । ଏହି ଘଟଣାକୁ ନେଇ ବାରିପଦା ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇ ଫେରାର ରୁପାୟକୁ ଧରିବାକୁ ଚେଷ୍ଟା ଚଳାଇଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ - ଶିମିଳିପାଳ ପାଦଦେଶରେ ବନବିଭାଗର ରେଡ୍: ୪ ବାଘ ଛାଲ ଜବତ, ୩ ଗିରଫ

ଘଟଣାରେ ଡିଏଫଓ ବାରିପଦା ଟାଉନ ଥାନାରେ ଏତଲା ଦେବା ସହିତ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଫେରାର ଅଭିଯୁକ୍ତକୁ ଧରିବା ପାଇଁ ୪ଟି ଟିମ୍ ଗଠନ ହୋଇଥିବା କହିଛନ୍ତି ଡିଏଫଓ । ଏହି ଘଟଣାକୁ ନେଇ ବାରିପଦା ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇ ଫେରାର ରୁପାୟ କୁ ଧରିବାକୁ ଚେଷ୍ଟା ଚଳାଇଛି ପୋଲିସ । ସେପଟେ ବନବିଭାଗ ପକ୍ଷରୁ ଫେରାର ଅଭିଯୁକ୍ତ ରୁପାୟକୁ ଧରିବା ପାଇଁ ୪ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ଆଖପାଖ ବିଭିନ୍ନ ଅଞ୍ଚଳରେ ବନବିଭାଗର ଏହି ଟିମ୍ ରୁପାୟକୁ ଧରିବା ପାଇଁ ଚଢ଼ାଉ ଜାରି ରଖିଥିବା ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀ କହିଛନ୍ତି। ପ୍ରକାଶ ଥାଉକି, ଏହି ବାଘ ଛାଲ ଚାଲାଣ ଘଟଣାରେ ଗତକାଲି(ସୋମବାର) ପୁଣି ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବନବିଭାଗ । ଗିରଫ ଅଭିଯୁକ୍ତ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ରୁଗୁଡ଼ିଡିହି ଗ୍ରାମର ମେଘରାୟ ମୁର୍ମୁ । କଲରାପତରିଆ ବାଘ ଶିକାର କରି ବାଘର ଚମଡା ବିକ୍ରି କରିବା ଘଟଣାରେ ମେଘରାୟ ଜଡିତ ଥିଲା ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.