ETV Bharat / state

ମୟୂରଭଞ୍ଜ: ITI ଛାତ୍ରଙ୍କୁ ମାଡ ମାରିବା ପରେ ଟିସି ଦେଇ ତଡିଦେଲେ କର୍ତ୍ତୃପକ୍ଷ !

author img

By

Published : Aug 3, 2022, 11:07 PM IST

ମୟୂରଭଞ୍ଜ: ITI ଛାତ୍ରଙ୍କୁ ମାଡ ମାରିବା ପରେ ଟିସି ଦେଇ ତଡିଦେଲେ କର୍ତ୍ତୃପକ୍ଷ !
ମୟୂରଭଞ୍ଜ: ITI ଛାତ୍ରଙ୍କୁ ମାଡ ମାରିବା ପରେ ଟିସି ଦେଇ ତଡିଦେଲେ କର୍ତ୍ତୃପକ୍ଷ !

ଘରୋଇ ଆଇଟିଆଇ ଅନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଦାଦାଗିରି ! ଛାତ୍ରଙ୍କୁ ଦେଉଛନ୍ତି ଶାରିରୀକ ଓ ମାନସିକ ନିର୍ଯ୍ୟାତନା ! ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ଘରୋଇ ଆଇଟିଆଇ କଲେଜର ଛାତ୍ର । ଅଧିକ ପଢନ୍ତୁ

ବାରିପଦା : ଘରୋଇ ଆଇଟିଆଇ ଅନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଜୁଲମ୍ ! ଛାତ୍ରଙ୍କୁ ଦେଉଛନ୍ତି ଶାରିରୀକ ଓ ମାନସିକ ନିର୍ଯ୍ୟାତନା ! ନିର୍ଯାତନାର ଶିକାର ଛାତ୍ରମାନେ ଏବେ ନ୍ୟାୟ ପାଇଁ ଜିଲ୍ଲାପାଙ୍କ ଦ୍ବାରସ୍ତ ହୋଇଛନ୍ତି । ରାତିର ଅନ୍ଧାରରେ ୩୦କିମି ଚାଲି ଚାଲି ଛାତ୍ରମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କୁ ସାକ୍ଷାତ କରି ଅଭିଯୋଗ ଜଣାଇବା ପାଇଁ କାର୍ଯ୍ୟାଳୟ ବାରଣ୍ଡାରେ ଅପେକ୍ଷା କରି ରହିଛନ୍ତି ।

ମୟୂରଭଞ୍ଜ: ITI ଛାତ୍ରଙ୍କୁ ମାଡ ମାରିବା ପରେ ଟିସି ଦେଇ ତଡିଦେଲେ କର୍ତ୍ତୃପକ୍ଷ !

ଛାତ୍ରଙ୍କ ଅଭିଯୋଗ ମୁତାବକ ମାତ୍ର ଏକ ମାସ ପୂର୍ବରୁ ହିଁ ପାଠପଢ଼ା ଆରମ୍ଭ ହୋଇଛି । ପାଠ ନପଢେଇ ସେମାନଙ୍କୁ ପରୀକ୍ଷା ଦେବାପାଇଁ ବାଧ୍ୟ କରାଯାଉଛି । ବିନା ପାଠପଢ଼ାରେ କେମିତି ପରୀକ୍ଷା ଦେବା ବୋଲି ପ୍ରଶ୍ନ କରିବାରୁ ପିଲାମାନଙ୍କୁ ନାଲିଆଖି ଦେଖାଇଥିଲେ କଲେଜ କର୍ତ୍ତୃପକ୍ଷ । ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି ଛାତ୍ରମାନଙ୍କୁ ଯେତେବେଳେ ପରୀକ୍ଷା ପାଇଁ ଆଇଟିଆଇ କଲେଜ୍‌ ପକ୍ଷରୁ ଆଡମିଟ୍ କାର୍ଡ଼ ଦିଆଯାଇଥିଲା ସେଥିରେ ଅନେକ ପିଲାଙ୍କର ଟ୍ରେଡ୍ ବଦଳି ଯାଇଥିଲା ।

ଆଇଟିଆଇ ଛାତ୍ର ମାନଙ୍କ ମଧ୍ୟରେ ଇଲେକ୍ଟିସିଆନ ଟ୍ରେଡ଼ ପିଲାଙ୍କ ଆଡିମିଟ କାର୍ଡ ଆସିବା ବଦଳରେ ଫିଟର ଟ୍ରେଡ଼ ଆଡିମିଟକାର୍ଡ ଆସିଥିଲା । ଫିଟର ଟ୍ରେଡ଼ ପିଲାଙ୍କ ପାଇଁ ଇଲେକ୍ଟିସିଆନର ଆଡିମିଟି କାର୍ଡ ଆସିଥିଲା । ଏନେଇ ଛାତ୍ରମାନେ କଲେଜ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ । ହେଲେ ଛାତ୍ରମାନଙ୍କ ସମସ୍ୟା ସମାଧାନ ବଦଳରେ ସେମାନଙ୍କୁ ପରୀକ୍ଷା ଦେବାକୁ ବାଧ୍ୟ କରାଯାଇଥିଲା । ଯାହାକି ସେମାନଙ୍କ ପାଇଁ ଆହୁରି ସମସ୍ୟା ସୃଷ୍ଟି କରିଥିଲା ।

ପିଲାମାନେ ପରୀକ୍ଷା ଦେବାକୁ ରାଜି ନହେବାରୁ କଲେଜ ଅଧ୍ୟକ୍ଷଙ୍କ ସାନ ଭାଇ ଆସି ପିଲାମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ନିସ୍ତୁକ ମାଡ ମାରିଥିଲେ ବୋଲି ଅଭିଯୋଗ ହୋଇଛି । ଏପରିକି ମାଡ଼ ମାରିବା ପରେ କେତେକ ପିଲାଙ୍କୁ କଲେଜରୁ ଟିସି ଦେଇ ବାହାର କରି ଦେଇଛନ୍ତି । ଏହାର ପ୍ରତିବାଦରେ ୧୨ଜଣ ପିଲା ମଙ୍ଗଳବାର ସଂଧ୍ୟାରେ ପାଖାପାଖି ୧୨ କିମି ଚାଲିଚାଲି ଯାଇ କୁଳିଅଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେପଟେ ଛାତ୍ରମାନଙ୍କୁ ମାଡ ମରୁଥିବାର ଭିଡିଓ ଭାଇରାଲ ହେଉଥିଲେ ହେଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି । ଥାନାରୁ କୈଣସି ନ୍ୟାୟ ନ ମିଳିବାରୁ ପୁଣି ରାତିରେ ୧୮ କିମି ଚାଲିଚାଲି ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଛାତ୍ରମାନେ । ଆଶା ରଖିଛନ୍ତି ଜିଲ୍ଲାପାଳ ସେମାନଙ୍କୁ ଉଚିତ୍ ନ୍ୟାୟ ଦେବେ । ଆଦିବାସୀ ଛାତ୍ରଙ୍କୁ ନ୍ୟାୟ ପାଇଁ ଅନେକ ଆଦିବାସୀ ସଂଗଠନ କର୍ମକର୍ତ୍ତା ଆସିବା ସହ ସେମାନଙ୍କୁ ସମର୍ଥନ ଜଣାଇଛନ୍ତି । ସେପଟେ ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ସଙ୍ଗଠନର ସଭାପତି କହିଛନ୍ତି ଯେ, ‘ କିଛି ପିଲାଙ୍କୁ ଟିସି ଦେଇ କଲେଜରୁ ବାହାର କରି ଦିଆଯାଇଛି ’। ମାଡ ମାରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି’ ।

ଇଟିଭି ଭାରତ,ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.