ETV Bharat / state

ନିଆରା ସାନ୍ତାଳୀ ନବବର୍ଷ ମାଘମୁଲୁଃ: ଯେଉଁଠି ଖାଦ୍ୟ ରାନ୍ଧି ମହିଳାଙ୍କୁ ପରଷିଥାନ୍ତି ପୁରୁଷ

author img

By

Published : Feb 4, 2022, 10:53 AM IST

ମାରାଂବୁରୁ ସେମଲେଦ୍ ପକ୍ଷରୁ ସାନ୍ତାଳୀ ନବବର୍ଷ ମାଘମୁଲୁଃ ପାଳିତ
ମାରାଂବୁରୁ ସେମଲେଦ୍ ପକ୍ଷରୁ ସାନ୍ତାଳୀ ନବବର୍ଷ ମାଘମୁଲୁଃ ପାଳିତ

ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଳକ ଅନ୍ତର୍ଗତ ବଡପଳସା ଗ୍ରାମପଞ୍ଚାୟତ କେନ୍ଦୁଆ ଗ୍ରାମରେ ମାରାଂବୁରୁ ସେମଲେଦ୍ କେନ୍ଦୁଆ ପକ୍ଷରୁ ଆଦିବାସୀ ମାନଙ୍କ ନବବର୍ଷ ମାଘ ମୁଲୁଃ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଳକ ଅନ୍ତର୍ଗତ ବଡପଳସା ଗ୍ରାମପଞ୍ଚାୟତ କେନ୍ଦୁଆ ଗ୍ରାମରେ ମାରାଂବୁରୁ ସେମଲେଦ୍ କେନ୍ଦୁଆ ପକ୍ଷରୁ ଆଦିବାସୀ ମାନଙ୍କ ନବବର୍ଷ ‘ମାଘ ମୁଲୁଃ’ ପାଳିତ ହୋଇଯାଇଛି । ପାରମ୍ପରିକ ବେଶଭୂଷାରେ ସାନ୍ତାଳ, ହୋ, ମୁଣ୍ଡା ସମ୍ପ୍ରଦାୟର ପୁରୁଷ ମହିଳାମାନଙ୍କ ଉପସ୍ଥିତରେ ନୂତନ ବର୍ଷ ମାଘ ମୁଲୁଃ ପାଳନ ହୋଇଛି । ପାରିବାରିକ ଜୀବନରେ ପ୍ରତ୍ୟକ ଦିନ ମହିଳା ମାନେ ରୋଷେଇ କରି ଖାଇବା ପରଷୁଥିବା ବେଳେ ଏହି ନୂତନ ବର୍ଷ ପାଳନ ଅବସରରେ ପୁରୁଷ ସଦସ୍ୟ ମାନେ ରାନ୍ଧି ମହିଳା ମାନଙ୍କୁ ଖାଇବା ପରସିଥାନ୍ତି । ନିଆରା ଭାବେ ଏହି ସାନ୍ତାଳି ନବବର୍ଷ ମାଘମୁଲୁଃ ପାଳନ କରାଯାଏ ।

ମାରାଂବୁରୁ ସେମଲେଦ୍ ପକ୍ଷରୁ ସାନ୍ତାଳୀ ନବବର୍ଷ ମାଘମୁଲୁଃ ପାଳିତ

ଏଠାରେ ଅତିଥି ଏବଂ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଅତିଥି ଭାବେ ଦୁଃଖିଶ୍ୟାମ ମାଝୀ, ବାବା ତିଲକା ପାଠାଗାର ପ୍ରତିଷ୍ଠାତା ରାମଦାଶ ମୁର୍ମୁ, ସୁଗଦା କିସ୍କୁ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଦିବାସୀ ପରମ୍ପରା, ଭାଷା, ରିତିନୀତି ଆଦିକୁ ବଞ୍ଚାଇ ରଖିବା ଦିଗରେ ଯତ୍ନବାନ ହେବାକୁ ଆହ୍ବାନ ଦେଇଥିଲେ ।

ଇଂରେଜ ମାନେ ଜାନୁଆରୀ ୧ ତାରିଖ, ଓଡିଆ ମାନେ ଏପ୍ରିଲ୍ ୧୧ ତାରିଖ ତିଥିରେ ନବବର୍ଷ ପାଳନ କରୁଥିବା ବେଳେ ଆଦିବାସୀ ମାନଙ୍କ ନବବର୍ଷ ମାଘ ମାସର ପ୍ରଥମ ଚନ୍ଦ୍ର ଦର୍ଶନ ତିଥିରୁ ଆରମ୍ଭ ହୋଇଥାଏ । ଯାହାକୁ ସାନ୍ତାଳ ସମ୍ପ୍ରଦାୟରେ ମାଘମୁଲୁଃ ଭାବେ ସମ୍ବର୍ଦ୍ଧିତ କରାଯାଇଥାଏ ଏବଂ ହୋ ସମ୍ପ୍ରଦାୟ ପକ୍ଷରୁ ‘ମାଗେ ପରବ’ ଭାବେ ବ୍ୟାପକ ଭାବେ ପାଳନ କରାଯାଇଥାଏ । ବୈଠକ ପରେ ପାରମ୍ପାରିକ ବାଦ୍ୟରେ ଆନନ୍ଦ ଉଲ୍ଲାସର ସହିତ ନାଚଗୀତ କରି ସମସ୍ତେ ନବବର୍ଷ ପାଳନ କରିଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.