ETV Bharat / state

କୁଡୁମି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବିରେ ରେଳରୋକ

author img

By

Published : Sep 20, 2022, 1:21 PM IST

କୁଡୁମି ସମ୍ପ୍ରଦାୟର ଲୋକଙ୍କୁ ଅନୁସୂଚିତ ଜନଜାତି ବା ଏସଟି ତାଲିକାରେ ଅନ୍ତର୍ଭୁକ୍ତ ପାଇଁ ଜୋର ଧରୁଛି ଦାବି । ଆଜି ବାରିପଦା ଭଞ୍ଜପୁର ରେଳ ଷ୍ଟେସନରେ କୁଡୁମୀ ସମ୍ପ୍ରଦାୟର ଲୋକେ ରେଳରୋକ କରିଛନ୍ତି । ଅଧିକ ପଢନ୍ତୁ

କୁଡୁମି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବିରେ ରେଳରୋକ
କୁଡୁମି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବିରେ ରେଳରୋକ

ବାରିପଦା: ଜୋରଧରିଲା କୁଡୁମି ସମ୍ପ୍ରଦାୟଙ୍କୁ(Kudumi Community ) ଅନୁସୂଚିତ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବାର ଦାବି । ବାରିପଦା ଠାରେ ରେଳରୋକ୍‌ କଲେ କୁଡୁମି ସମ୍ପ୍ରଦାୟର ଲୋକେ । ନିଜକୁ ଆଦିବାସୀ ମାନ୍ୟତା ମିଳିବାରେ ଭଞ୍ଜପୁର ରେଳ ଷ୍ଟେସନରେ(Bhanjpur Railway Station) ରେଳରୋକ୍‌ କରିଛନ୍ତି କୁଡୁମୀ ସମ୍ପ୍ରଦାୟର ଶକାଧିକ ଲୋକେ । ଫଳରେ ରେଳ ଷ୍ଟେସନରେ ଅଟକି ରହିଲା ବାଙ୍ଗିରିପୋଷି-ସାଲିମାର ଏକ୍ସପ୍ରେସ ଓ ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ୍‌ ।

କୁଡୁମି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବିରେ ରେଳରୋକ

ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ବିଭିନ୍ନ ସ୍ଥାନରେ ରହୁଥିବା କୁଡୁମି ସମ୍ପ୍ରଦାୟର ଲୋକେ ଅନୁସୂଚିତ ଜନଜାତି ବା ଏସଟି ତାଲିକାରେ ଅନ୍ତର୍ଭୁକ୍ତ ପାଇଁ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ପରିପ୍ରେକ୍ଷିରେ ବାରିପଦାରେ ଥିବା ଭଞ୍ଜପୁର ରେଳ ଷ୍ଟେସନରେ ଆନ୍ଦୋଳନକାରୀମାନେ ରେଳରୋକ କରିଥିବାରୁ ବାଙ୍ଗିରିପୋଷି-ସାଲିମାର ଏକ୍ସପ୍ରେସ ଓ ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ୍‌ ଅଟକି ରହିଛି ।

ଅନ୍ୟପଟେ ବାଙ୍ଗରିପୋଷି-ବାଲେଶ୍ଵର ଡିଏମୟୁ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ରେଳବାଇ ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ଆଦିବାସୀ କୁଡୁମି ସମାଜର ସଭାପତି ମନୋଜ କୁମାର ମହାନ୍ତଙ୍କ ନେତୃତ୍ୱରେ ଶତାଧିକ କୁଡୁମି ସମ୍ପ୍ରଦାୟର ଲୋକେ ଭଞ୍ଜପୁର ଷ୍ଟେସନରେ ରେଳରୋକ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଯାଜପୁରରେ ଓଲଟିଲା ଉତ୍ତରପ୍ରଦେଶ ଟୁରିଷ୍ଟ ବସ୍‌, ୧୯ ଆହତ

ତେବେ ଅନେକ ବର୍ଷ ହେବ କୁଡୁମି ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବାର ଦାବି ହୋଇ ଆସୁଛି । କିନ୍ତୁ କୌଣସି ସୁଫଳ ନମିଳିବାରୁ ସେମାନେ ଆନ୍ଦୋଳନକୁ ଓହ୍ଲାଉଛନ୍ତି । ଗତବର୍ଷ କୁଡୁମୀ ସମ୍ପ୍ରଦାୟର ଲୋକମାନଙ୍କୁ ଆଦିବାସୀ ତାଲିକା ଭୁକ୍ତ କରିବା ଦାବିରେ କୁଡୁମୀ ସେନା କର୍ମକର୍ତ୍ତାମାନେ ବାରିପଦା ମା' ଅମ୍ବିକା ମନ୍ଦିରରୁ ଦିଲ୍ଲୀ ଯାତ୍ରା କରିଥିଲେ । ପୂର୍ବରୁ କୁଡୁମୀ ସମ୍ପ୍ରଦାୟର ଲୋକେ ଆଦିବାସୀ ତାଲିକା ଭୁକ୍ତ ଥିଲେ ।

୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖରୁ କୁଡୁମି ମାନଙ୍କୁ ସରକାର ଆଦିବାସୀ ତାଲିକାରୁ ବାଦ୍‌ ଦେଇଥିଲେ । ତେବେ କେବେ ଏମାନଙ୍କ ଦାବି ପୂରଣ ହେବ ସେ ଅପେକ୍ଷାରେ ରହିଛନ୍ତି କୁଡୁମି ସମ୍ପ୍ରଦାୟ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ । ଆଜି କୁଡୁମି ସମ୍ପ୍ରଦାୟର ଶତାଧିକ ମହିଳା ଓ ପୁରୁଷ ହାତରେ ବ୍ୟାନର ଧରି ରେଳ ଧାରଣା ଉପରେ ବସି ରହିଥିଲେ । ଭୋର ୪ଟା ୩୦ରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା । ଧାରଣା ପ୍ରତ୍ୟାହୃତ ନେଇ କୌଣସି ସୂଚନା ମିଳିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.