ଯାଜପୁରରେ ଓଲଟିଲା ଉତ୍ତରପ୍ରଦେଶ ଟୁରିଷ୍ଟ ବସ୍‌, ୧୯ ଆହତ

author img

By

Published : Sep 20, 2022, 11:26 AM IST

Updated : Sep 20, 2022, 1:06 PM IST

ଜଗନ୍ନାଥଙ୍କୁ ଦର୍ଶନ କରି ଫେରୁଥିଲା ଟୁରିଷ୍ଟ ବସ,  ଭାରସାମ୍ୟ ହରାଇ ଓଲଟିବାରୁ ୧୯ ଆହତ

ସାହାପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧୯ ଜଣ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଯାଜପୁର: ବିଳମ୍ବିତ ରାତ୍ରିରେ ମର୍ମନ୍ତୁଦ ସଡକ ଦୁର୍ଘଗଣା, ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟିଲା ଯାତ୍ରୀବାହୀ ଟୁରିଷ୍ଟ ବସ୍‌, ୧୯ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୨ଜଣ ଗୁରୁତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ସାହାପୁର ନିକଟରେ । ବସରେ ପ୍ରାୟ ୮୦ଜଣ ଯାତ୍ରୀ ଥିବାବେଳେ ସମସ୍ତେ ଉତ୍ତରପ୍ରଦେଶରେ, ପୁରୀରେ ଜଗନ୍ନାଥ ଦର୍ଶନ ସାରୀ ଫେରୁଥିବା ବେଳେ ଘଟିଥିଲା ଏହି ଦୁର୍ଘଟଣା ।

ଜଗନ୍ନାଥଙ୍କୁ ଦର୍ଶନ କରି ଫେରୁଥିଲା ଟୁରିଷ୍ଟ ବସ, ଭାରସାମ୍ୟ ହରାଇ ଓଲଟିବାରୁ ୧୯ ଆହତ

ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ସାହାରା ନାମକ ଏକ ଘରୋଇବସ ସେଠାରୁ ୮୦ ଜଣ ଯାତ୍ରୀକୁ ନେଇ ପୁରୀ ଆସିଥିଲେ, ସେଠାରେ ଜଗନ୍ନାଥ ମନ୍ଦିର ଦର୍ଶନ ପରେ ଫେରୁଥିବା ବେଳେ ହଠାତ ସାହାପୁର ନିକଟରେ କୌଣସି ଏକ କାରଣରୁ ବସଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ଫଳରେ ବସ ଭିତରେ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରୁ ୧୪ଜଣ ପୁରୁଷ ଓ ୫ଜଣ ମହିଳା ଆହତ ହୋଇଥିଲେ । ଏହା ପରେ ଆହତଙ୍କୁ ଏଏନଏଚଆଇ ଆମ୍ବୁଲାନ୍ସ ଭ୍ୟାନ ଓ ପାଣିକୋଇଲି ପାଟ୍ରୋଲିଂ ଭ୍ୟାନ ଯୋଗେ ଯାଜପୁର ରୋଡ୍‌ ମେଡିକାଲକୁ ପଠାଯାଇଥିଲେ । ଆହତଙ୍କ ମଧ୍ୟରୁ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ଗୁରୁତର ଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-ପଞ୍ଚଭୂତରେ ବିଲୀନ ହେଲେ ବିଷ୍ଣୁ ସେଠୀ

ଚଳିତ ମାସ ୧୬ ତାରିଖରେ କୋରେଇ ଥାନା ଧନେଶ୍ୱର ଛକରେ ଡିଭାଇଡରରେ ପିଟି ହୋଇ ଏକ ଯାତ୍ରୀବାହୀ ବସ୍‌ ଓଲଟିପଡିଥିଲା । ଏଥିରେ ଜଣେ ଶିଶୁ ସମେତ ୬ଜଣ ଆହତ ହୋଇଥିଲେ । ଗାଈକୁ ବଞ୍ଚାଇବାକୁ ଯାଇ ବସ୍‌ଟି ଏକ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଲା । ଆହତ ମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଖବରପାଇ କୋରେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ସେହିପରି ୮ତାରିଖରେ କେନ୍ଦୁଝର ବସନ୍ତପୁରା ଗ୍ରାମର କାଳନ୍ଦୀ ସାହୁ ତାଙ୍କ ପତ୍ନୀଙ୍କ ସହିତ ବାଇକରେ କଟକ ବଡ ମେଡିକାଲ ଅଭିମୁଖେ ଯାଉଥିଲେ । ଏହି ସମୟରେ କୋରେଇ ଥାନା ଲକ୍ଷ୍ମୀନଗର ସରକାରୀ ପଲିଟେକନିକ କଲେଜ ଛକରେ ଏକ ଟ୍ରଲର କାଳନ୍ଦୀ ସାହୁଙ୍କ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ କାଳନ୍ଦୀଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ପତ୍ନୀ ଗୁରୁତର ଭାବେ ଆହତ ହୋଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ଯାଜପୁର ରୋଡ ଅଗ୍ନିଶମ କର୍ମଚାରୀ ପହଞ୍ଚି ବାଇକକୁ ଟ୍ରଲର ଭିତରୁ ବାହାର କରିଥିଲା ।

Last Updated :Sep 20, 2022, 1:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.