ETV Bharat / state

ହସ୍ପିଟାଲ ଛାତରୁ ପ୍ଲାଷ୍ଟର ଖସି ରୋଗୀ ମୃତ, ପ୍ରଶାସନର ସହାୟତା ପରେ ହଟିଲା ରାସ୍ତାରୋକ

author img

By

Published : Oct 9, 2021, 4:29 PM IST

ହସ୍ପିଟାଲ ଛାତରୁ ପ୍ଲାଷ୍ଟର ଖସି ରୋଗୀ ମୃତ, ପ୍ରଶାସନର ସହାୟତା ପରେ ହଟିଛି ରାସ୍ତାରୋକ
ହସ୍ପିଟାଲ ଛାତରୁ ପ୍ଲାଷ୍ଟର ଖସି ରୋଗୀ ମୃତ, ପ୍ରଶାସନର ସହାୟତା ପରେ ହଟିଛି ରାସ୍ତାରୋକ

ପିଆରଏମ ମେଡିକାଲ ଛାତ ପ୍ଲାଷ୍ଟର ଖସି ଆହତ ରୋଗୀ ମୃତ୍ୟୁ ଘଟଣାରେ ପରିବାର ଲୋକଙ୍କ ରାସ୍ତାରୋକ । ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିର୍ଦ୍ଦେଶରେ ମୃତକଙ୍କ ପରିବାର ବର୍ଗଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବା ପରେ ରାସ୍ତାରୋକରୁ ହଟିଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ....

ବାରିପଦା: ମେଡିକାଲ ଛାତରୁ ପ୍ଲାଷ୍ଟର ଖସି ଜଣେ ରୋଗୀ ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଅଧିନ ବାରିପଦା PRM ମେଡିକାଲରେ। ସୂଚନାନୁସାରେ ମୟୂରଭଞ୍ଜ ଜିଲ୍ଲା ଅଧିନ ଶ୍ୟାମାଖୁଣ୍ଟା ବ୍ଲକ ପୋଡା ଅସ୍ତିଆ ଗ୍ରାମର ଚକ୍ରଧର ସିଂ ନାମକ ଜଣେ ଯୁବକ ଚିକିତ୍ସା ପାଇଁ PRM ମେଡିକାଲ କଲେଜକୁ ଯାଇଥିଲେ । ଆଉ ସେଠାରେ ଶଯ୍ୟା ଅଭାବ ଯୋଗୁଁ ବାରଣ୍ଡାରେ ରୋଗୀଙ୍କ ଚିକିତ୍ସା ଜାରି ରହିଥିବାବେଳେ ଘଟିଛି ଏହି ଅଘଟଣ ।

ହସ୍ପିଟାଲ ଛାତରୁ ପ୍ଲାଷ୍ଟର ଖସି ରୋଗୀ ମୃତ, ପ୍ରଶାସନର ସହାୟତା ପରେ ହଟିଛି ରାସ୍ତାରୋକ

ଆଉ ଏହି ଘଟଣାକୁ ନେଇ ମୃତକଙ୍କ ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ବାରିପଦା- ଉଦଳା ରାସ୍ତା ପୋଡା ଅସ୍ତିଆ ଛକରେ ଦୀର୍ଘ ୧୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ରାସ୍ତାରେ ଯାତାୟାତ ସ୍ବାଭାବିକ ହୋଇଛି । ତେବେ ଆଜି (ଶନିବାର) ଏହି ଘଟଣାରେ ଏସଡିପିଓ, ଶ୍ୟାମାଖୁଣ୍ଟା ତହସିଲଦାର ଘଟଣାସ୍ଥଳରେ ବୁଝାସୁଝା କରିବା ସହ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ବର୍ଗଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ସହାୟତା ପ୍ରଦାନ ପରେ ରାସ୍ତାରୋକ ହଟିଛି ।

ସେପଟେ ୫ ଲକ୍ଷ ଟଙ୍କା କ୍ଷତିପୂରଣ ସହ ମୃତକଙ୍କ ପରିବାରକୁ ରେଡକ୍ରସରୁ ୨୦ ହଜାର ଟଙ୍କା, ଆମ୍ବୁଲାନ୍ସ ବାବଦକୁ ୧୦ ହଜାର ଟଙ୍କା ଓ ଇନ୍ଦିରା ଆବାସ ଘର ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିବା ନେଇ ସୂଚନା ମିଳିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.