ETV Bharat / state

ରାସ୍ତା ନାହିଁ ତ ମତଦାନ ନାହିଁ, ଭୋଟ ବର୍ଜନ ନିଷ୍ପତ୍ତି ନେଲେ ଗ୍ରାମବାସୀ

author img

By

Published : Feb 2, 2022, 3:50 PM IST

ରାସ୍ତା ନାହିଁ ତ ଭୋଟ ନାହିଁ : ରାସ୍ତା ପାଇଁ ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି
ରାସ୍ତା ନାହିଁ ତ ଭୋଟ ନାହିଁ : ରାସ୍ତା ପାଇଁ ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ରାସ୍ତାକୁ ନେଇ ତାତିଲେ ଗ୍ରାମବାସୀ । ରୋଡ ଓ ଡ୍ରେନ ସମସ୍ୟାକୁ ନେଇ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ନାଗଭଣ ଗାଁ ଲୋକେ । ଅଧିକ ପଢନ୍ତୁ

ରାଇରଙ୍ଗପୁର : ରାସ୍ତାକୁ ନେଇ ତାତିଲେ ଗ୍ରାମବାସୀ । ନିର୍ବାଚନ ଆସିଲେ ନେତା ମନ୍ତ୍ରୀ ସମସ୍ତଙ୍କ ଭିଡ଼ ଲାଗୁଛି । ପ୍ରତିଶ୍ରୁତି ବି ମିଳୁଛି ହେଲେ ନିର୍ବାଚନ ସରିଲେ ଜନତାଙ୍କ କଥା ସମସ୍ତେ ଭୁଲିଯାଉଛନ୍ତି ।

ରାସ୍ତା ନାହିଁ ତ ଭୋଟ ନାହିଁ : ରାସ୍ତା ପାଇଁ ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଗାଁକୁ ଭଲ ରାସ୍ତା ଖଣ୍ଡିଏ ତିଆରି ହୋଇପାରି ନାହିଁ। ଏଥର ରାଜନେତାଙ୍କ ଫମ୍ପା ପ୍ରତିଶୃତି କାମ ଦେବ ନାହିଁ ବୋଲି ରୋକ୍‌ଠୋକ୍ ଶୁଣାଇ ଦେଇଛନ୍ତି ଗ୍ରାମବାସୀ । ରୋଡ ଓ ଡ୍ରେନ ନାହିଁ ତ ଭୋଟ ନାହିଁ ବୋଲି ଚେତାବନୀ ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ନାଗଭଣ ଗାଁ ଲୋକେ ।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଭାଲୁବସା ପଞ୍ଚାୟତର ସର୍ବବୃହତ ଗାଁ ହେଉଛି ନାଗଭଣ । ବର୍ଷ ବର୍ଷ ରାସ୍ତା ଓ ଡ୍ରେନ ପାଇଁ ହୀନସ୍ତା ହେଉଛନ୍ତି ସ୍ଥାନୀୟ ଲୋକେ । ନିର୍ବାଚନୀ ବୈତରଣୀ ପାର ହେବାପାଇଁ ପ୍ରତିଥର ରାସ୍ତା ନିର୍ମାଣ ଲାଗି ଫମ୍ପା ପ୍ରତିଶୃତି ମିଳୁଛି । ହେଲେ ନିର୍ବାଚନ ସରିଲା ପରେ ବଦଳୁ ନାହିଁ ଗାଁର ଚିତ୍ର ।

କିନ୍ତୁ ଏଥର ନିର୍ବାଚନରେ ନେତାଙ୍କୁ ପାନେ ଦେବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି । ବାରମ୍ବାର ପ୍ରଶାସନ ନିକଟରେ ଗୁହାରୀ କରି ଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ଓ ସଦର ବ୍ଲକ ଠୁ ମାତ୍ର ୫ କିମି ଦୂରରେ ରହିଛି ଏହି ନାଗଭଣ ଗାଁ।

ଏହାବି ପଢନ୍ତୁ : Odisha ULB Polls: 107 ପୌରାଞ୍ଚଳ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ

ଗାଁକୁ ଯିବା ପାଇଁ ଖଣ୍ଡେ ଭଲ ରାସ୍ତା ଆଜି ଯାଏଁ ହୋଇପାରିନାହିଁ । ଖାଲଖମା ରାସ୍ତା ସାଙ୍ଗକୁ ଗେଟି ପଥର ବାହାରି ଯାଇଥିବାରୁ ପ୍ରତ୍ୟକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟେ । ଆଉ ଅଧାପନ୍ତରିଆ ଡ୍ରେନ ଯୋଗୁଁ ଡ୍ରେନ ପାଣି ନିଷ୍କାସିତ ହୋଇ ନ ପାରି ମୁଖ୍ୟ ରାସ୍ତାରେ ଚାଲେ ।

ଫଳରେ ବିପଦସଙ୍କୁଳ ଭାବେ ଯାତାୟାତ କରିଥାନ୍ତି ଗାଁ ଲୋକେ। ଶହ ଶହ ଲୋକେ ଯାତାୟାତ କରୁଥିବା ଏହି ରାସ୍ତା ପ୍ରତି ନେତା ଓ ପ୍ରଶାସନର ନଜର ପଡୁନଥିବା ବେଳେ ଲୋକେ ହୀନସ୍ତା ହୋଇ ଶେଷରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇ ଉପଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ତେବେ କେବେ ଗାଁକୁ ଖଣ୍ଡିଏ ଭଲ ରାସ୍ତା ନିର୍ମାଣ ହେଉଛି ତାହା ଉପରେ ସମସ୍ତଙ୍କର ନଜର ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.