ETV Bharat / city

Odisha ULB Polls: 107 ପୌରାଞ୍ଚଳ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ

author img

By

Published : Feb 2, 2022, 1:30 PM IST

ଆଗେଇଲା ପୌର ନିର୍ବାଚନ ପ୍ରକ୍ରିୟା । ଏପ୍ରିଲ ଶେଷ ବେଳକୁ ପୌର ନିର୍ବାଚନ ହେବାକୁ ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ମୁନିସିପାଲଟି ଏବଂ ଵିଜ୍ଞାପିତ ଅଞ୍ଚଳ ପରିଷଦ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଅଧିକ ପଢନ୍ତୁ

24ରେ ପ୍ରକାଶ ପାଇବ ଚୂଡାନ୍ତ ତାଲିକା
24ରେ ପ୍ରକାଶ ପାଇବ ଚୂଡାନ୍ତ ତାଲିକା

ଭୁବନେଶ୍ବର: ଆଗେଇଲା ପୌର ନିର୍ବାଚନ ପ୍ରକ୍ରିୟା । ଏପ୍ରିଲ ଶେଷ ବେଳକୁ ପୌର ନିର୍ବାଚନ ହେବାକୁ ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ମୁନିସିପାଳିଟି ଏବଂ ଵିଜ୍ଞାପିତ ଅଞ୍ଚଳ ପରିଷଦ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ରାଜ୍ୟର ୪୮ଟି ମୁନିସିପାଲଟି ଓ ୫୯ ଏନଏସି ର ସୀମା ନିର୍ଦ୍ଧାରଣ ଓ ଆସନ ଆରକ୍ଷଣର ଚୂଡ଼ାନ୍ତ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

24ରେ ପ୍ରକାଶ ପାଇବ ଚୂଡାନ୍ତ ତାଲିକା

1.01.2022ରିଖ ଯୋଗ୍ୟ ତାରିଖକୁ ନେଇ 05.01.2022ତାରିଖରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ପ୍ରକାଶିତ ଭୋଟର ତାଲିକାକୁ ଆଧାର କରି ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ କରାଯିବ । ଯେଉଁ ମାନଙ୍କର ନାମ ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ତାଲିକାରେ ଥାଇ ଭୁଲ ବଶତଃ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ୱାର୍ଡ ୱାରି ପ୍ରାଥମିକ ଭୋଟର ତାଲିକାରେ ସ୍ଥାନ ପାଇ ନ ଥାଏ ସେମାନଙ୍କ ନାମ ଅନ୍ତର୍ଭୁକ୍ତ କିମ୍ବା ସଂଶୋଧନ କରିବା ପାଇଁ ଦାବି କରି ପାରିବେ । ଯେଉଁମାନଙ୍କର ନାମ ଭୁଲ ୱାର୍ଡରେ ଅନ୍ତର୍ଭୁକ୍ତ ହୋଇଥିବ ସେମାନେ ମଧ୍ୟ ସଂଶୋଧନ ପାଇଁ ଦାବି କରି ପାରିବେ । ପ୍ରାଥମିକ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା କୌଣସି ଭୋଟରଙ୍କ ନାମ ସମ୍ପର୍କରେ ଆପତ୍ତି ଦାଖଲ କରାଯାଇ ପାରିବ । ବିଧାନସଭା ଭୋଟର ତାଲିକାରେ ନାମ ନ ଥିବା କୌଣସି ନୂଆ ଭୋଟରଙ୍କ ନାମ ଯୋଗ କରାଯାଇପାରିବ ନାହିଁ ।

ରାଜ୍ୟର ୧୦୭ ଏନଏସି ଓ ମ୍ୟୁନିସିପାଲଟି ପାଇଁ ୧୭୫୬ କାଉନସିଲର ପଦବୀ ରହିଛି । ତନ୍ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୧୨୨, ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୧୭୧, ଅନୁସୂଚିତ ଜନଜାତି ପାଇଁ ୪୯, ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧୩୩, ମହିଳାଙ୍କ ପାଇଁ ୬୧୩ ଓ ଅଣସଂରକ୍ଷିତ ପାଇଁ ୬୬୮ ଟି ଆସନ ସଂରକ୍ଷଣ ନେଇ ପ୍ରକାଶ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

ଫେୃଆରୀ ୧୦ ତାରିଖରେ ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା । କିଛି ଆପତ୍ତି ଓ ଅଭିଯୋଗ ଥିଲେ ୧୧ ରୁ ୧୬ ମଧ୍ୟରେ ଦାଖଲ କରିପାରିବେ । ଏହାପରେ ୨୪ରେ ପ୍ରକାଶ ପାଇଁ ଚୂଡାନ୍ତ ଭୋଟର ତାଲିକା । 8.02.2022 ସୁଦ୍ଧା ଭୋଟର ତାଲିକା ରାଜ୍ୟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯିବ ।

ସେପଟେ ପୌର ଓ ଏନଏସି ନିର୍ବାଚନ ନେଇ ପ୍ରସ୍ତୁତି ଚାଲିଛି । ଖୁବଶୀଘ୍ର ନିର୍ବାଚନ ତାରିଖ ଓ ସଂଶୋଧିତ ଓ୍ବାର୍ଡ ତାଲିକ ପ୍ରକାଶ ପାଇବ । ନିର୍ବାଚନକୁ ସ୍ବଚ୍ଛ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ଅହରହ ଉଦ୍ୟମ କରୁଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.