ETV Bharat / state

15 ଧରି ନିଖୋଜ ଥିଲା ଶିଶୁକନ୍ୟା, ଜଙ୍ଗଲରୁ ମିଳିଲା ମୃତଦେହ

author img

By

Published : Apr 25, 2023, 10:32 AM IST

missing girl child deadbody found
ଶିଶୁ କନ୍ୟା ମୃତଦେହ ଉଦ୍ଧାର

11 ଦିନ ହେବ ନିଖୋଜ ଶିଶୁ କନ୍ୟା ମୃତଦେହ ଉଦ୍ଧାର ହୋଇଛି । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବଡକେଡମ ଗାଁର ଖେଲା ଟୁଡୁଙ୍କ ଦେଢ ବର୍ଷର ଝିଅ ବର୍ଷା ଏପ୍ରିଲ 15ରୁ ନିଖୋଜ ଥିଲା । ଅଧିକ ପଢନ୍ତୁ

ରାଇରଙ୍ଗପୁର: ଜଙ୍ଗଲରୁ ନିଖୋଜ ଶିଶୁ କନ୍ୟା ମୃତଦେହ ଉଦ୍ଧାର ହୋଇଛି । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବଡକେଡମ ଗ୍ରାମ ନିକଟସ୍ଥ ମଙ୍ଗଲଡିହି ବସତିର ଖେଲା ଟୁଡୁଙ୍କ ଦେଢ ବର୍ଷର ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛି । ଗତ ଏପ୍ରିଲ 15 ତାରିଖରୁ ନିଖୋଜ ଥିଲା ଖେଲା ଟୁଡୁଙ୍କ ଝିଅ ।

ଏହା ବି ପଢନ୍ତୁ...ବିବାହ ପାଇଁ ମନା କଲା ପ୍ରେମିକା, ଶିଶୁପୁତ୍ରକୁ ଗରମ ପାଣିରେ ବୁଡାଇ ମାରିଲା ପ୍ରେମିକ

ଚଳିତ ମାସ ୧୫ ତାରିଖଠାରୁ ଖେଲା ଟୁଡୁଙ୍କ ଝିଅ ନିଖୋଜ ଥିଲା । ନିକଟସ୍ଥ ଜଙ୍ଗଲ ମଧ୍ୟରୁ ତାର ମୃତଦେହ ଉଦ୍ଧାର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ୧୫ ତାରିଖଠାରୁ ବଡକେଡମ ଗ୍ରାମର ପଡାଗ୍ରାମ ମଙ୍ଗଲଡିହି ବାସିନ୍ଦା ଖେଲା ଟୁଡୁଙ୍କ ଦେଢ ବର୍ଷ ବୟସର ଶିଶୁ କନ୍ୟା ବର୍ଷା ଟୁଡ ଓ ଅନ୍ୟ ଜଣେ ଦୁଇ ବର୍ଷ ବୟସ୍କ ଶିଶୁ କନ୍ୟା ସହ ଘର ନିକଟରେ ଖେଳୁଥିଲା । ଏହି ସମୟରେ ହଠାତ ହୁହେଁ କେଉଁଆଡେ ଚାଲି ଯାଇଥିଲା । ଘର ଲୋକ ବହୁତ ଖୋଜା ଖୋଜି କରିଥିଲେ । ଦୁଇ ବର୍ଷର ଶିଶୁ କନ୍ୟାଟିକୁ ଫେରି ପାଇଥିବାବେଳେ ଦେଢ ବର୍ଷର ବର୍ଷା ନିଖୋଜ ଥିଲା । ପରିଜନ ଲୋକେ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ । ଏନେଇ ନିକଟସ୍ଥ ଝରାଡିହି ଫାଣ୍ଡିରେ ଲିଖିତ ଏତଲା ଦେଇଥିଲେ ।

ଏହା ବି ପଢନ୍ତୁ...ଅର୍ଚ୍ଚନା ନାଗ ହନି ଟ୍ରାପ ମାମଲା, କୋର୍ଟକୁ ଆସିଲେନି ଶ୍ରଦ୍ଧାଞ୍ଜଳି

ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ସ୍ଥାନୀୟ ଲୋକ ଜଙ୍ଗଲରେ ବର୍ଷାର ମୃତଦେହ ପଡିଥିବା ଦେଖିଥିଲେ । ଝିଅର ମୃତଦେହ ନିକଟସ୍ଥ ଜଙ୍ଗଲ ନିମଡୁଙ୍ଗୁରୀର ଛୋଟ ମଶାଣୀ ନିକଟ ଗଛ ମୂଳରେ ପଡି ରହିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଝିଅର ପିନ୍ଧା ପୋଷାକରୁ ତାହା ତାଙ୍କ ଝିଅ ବର୍ଷାର ବୋଲି ନିଶ୍ଚିତ ହୋଇଥିଲେ ପରିବାର । ପରେ ଝରାଡିହି ଫାଣ୍ଡିରେ ନିଖୋଜ ଶିଶୁ କନ୍ୟାର ମୃତଦେହ ଠାବ ହୋଇଥିବା ସୂଚନା ଦେଇଥିଲେ । ସୂଚନା ପାଇବା ପରେ ଝରାଡିହି ଫାଣ୍ଡି ଅଧିକାରୀ ବିଜୟ କୁମାର ନାୟକ ଦଳବଳ ସହ ଘଟଣା ସ୍ଥଳକୁ ପହଞ୍ଚି ଘଟଣାର ଅନୁସନ୍ଧାନ କରିବା ସହ ମୃତଦେହକୁ ବାରିପଦା ପିଆରଏମ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

ତିରିଂ ଥାନା ପୋଲିସ କେସ୍ ନଂ ୦୮/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ସାମନାକୁ ଆସିବ ବୋଲି ତିରିଂ ଥାନା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଯାଜପୁରର ପିହୁ ଓ ନୟାଗଡର ପରୀ ନିଖୋଜ ଘଟଣାରୁ ଆଜି ବି ପରଦା ହଟିନାହିଁ । ପୁଣି ଜଣେ କଅଁଳ ଶିଶୁ କନ୍ୟାର ନିଖୋଜ ହେବା ଓ ମୃତଦେହ ଉଦ୍ଧାର ହେବା ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଇଟିଭି ଭାରତ,ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.