ETV Bharat / bharat

ବିବାହ ପାଇଁ ମନା କଲା ପ୍ରେମିକା, ଶିଶୁପୁତ୍ରକୁ ଗରମ ପାଣିରେ ବୁଡାଇ ମାରିଲା ପ୍ରେମିକ

author img

By

Published : Apr 25, 2023, 9:40 AM IST

Updated : Apr 25, 2023, 9:57 AM IST

ପ୍ରେମିକାର ପୁଅକୁ ଗରମ ପାଣିରେ ବୁଡାଇ ମାରିଲା ପ୍ରେମିକ । ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat

ମୁମ୍ବାଇ: ବିବାହିତ ହୋଇ ବି ପ୍ରେମିକ ସହ ରଖିଥିଲେ ଅନୈତିକ ସମ୍ପର୍କ । କିନ୍ତୁ ବିବାହ ପାଇଁ ପ୍ରେମିକକୁ ମନା କିରଦେଲା ପ୍ରେମିକା । ରାଗରେ ଜର୍ଜରିତ ହୋଇ ଅମାନବୀୟ କାଣ୍ଡ ଘଟାଇଲା ପ୍ରେମିକ । ପ୍ରେମିକାର ଶିଶୁପୁତ୍ରକୁ ଫୁଟୁଥିବା ଗରମ ପାଣିରେ ବୁଡାଇ ମାରିଲା ପ୍ରେମିକ। ଶିଶୁଟିର ମୃତ୍ଯୁ ହୋଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମହାରାଷ୍ଟ୍ରର ପୁଣେ ସହରରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି । ଅଭିଯୁକ୍ତ ଜଣଙ୍କ ହେଉଛି ଖେଡ ଅଞ୍ଚଳର ବିକ୍ରମ ସହରଦ କୋଲକେର।

ଏନେଇ ପୋଲିସ କହିଛି, "ମୃତ ଶିଶୁପୁତ୍ରର ମାଆ ଏନେଇ ଥାନାରେ ଅଭଇଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରିବା ପରେ ଅଭିଯୁକ୍ତକୁ ଗିରଫ କରିଛି । ମୃତ ଶିଶୁର ମାଆ ସହିତ ଅଭିଯୁକ୍ତର ଅନୈତିକ ସମ୍ପର୍କ ରହିଥିଲା ।"

ଏହା ମଧ୍ୟ ପଢନ୍ତୁ-ଆମେରିକାନ ଏୟାରଲାଇନ୍ସ ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କଲେ ଯାତ୍ରୀ

ପୋଲିସର ସୂଚନା ଅନୁଯାୟୀ, ଏପ୍ରିଲ 6 ତାରିଖ ଦିନ ସକାଳ ସମୟରେ ଏପରି ଅଘଟଣ ଘଟିଥିଲା । ହଠାତ ଅଭିଯୁକ୍ତ ଜଣଙ୍କ ମହିଳାଙ୍କ ଘରକୁ ଆସି ତାଙ୍କ ଶିଶୁପୁତ୍ରକୁ ଗରମ ପାଣିରେ ବୁଡାଇ ଦେଇଥିଲା । ଏହି ସମୟରେ ଶିଶୁଟିର ମାଆ ଘର ବାହାରେ କାମ କରୁଥିଲେ । ପୁଅର ଚିତ୍କାର ଶୁଣିବା ପରେ ଘଟଣା ସ୍ଥଳରେ ମହିଳା ଜଣଙ୍କ ପହଞ୍ଚି ପୁଅକୁ ଉଦ୍ଧାର କରିଥିଲେ । ଏହାପରେ ସଙ୍ଗେସଙ୍ଗେ ଗୁରୁତର ଅବସ୍ଥାରେ ପୁଅକୁ ହସ୍ପିଟାଲରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ 15 ଦିନ ଧରି ଚିକିତ୍ସା ଚାଲିବା ପରେ ଶିଶୁଟି ଆଖି ବୁଜିଛି ।

ଏହା ମଧ୍ୟ ପଢନ୍ତୁ-4 ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା, ମୃତଦେହକୁ ଖଟ ତଳେ ଲୁଚାଇ ରଖିଥିଲା ଅଭିଯୁକ୍ତ

ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କୁ ଛାଡି ପୁଅ ସହ ଏକୁଟିଆ ରହୁଥିଲେ । ଏହି ସମୟରେ ବହୁ ବାର ଅଭିଯୁକ୍ତ ଜଣଙ୍କ ତାଙ୍କ ଘରକୁ ଯାଆସ କରେ । ଅନୈତିକ ସମ୍ପର୍କ ରଖିବା ସହ ବିବାହ କରିବାକୁ ମହିଳା ଜଣଙ୍କୁ କହିଥିଲା ଅଭିଯୁକ୍ତ । କିନ୍ତୁ ଏଥିରେ ସେ ରାଜି ନହେବାରୁ ରାଗରେ ତାଙ୍କ ପୁଅକୁ ସେ ଗରମ ପାଣିରେ ବୁଡାଇ ହତ୍ୟା କରିଥିଲେ । ମହିଳାଙ୍କ ଅଭିଯୋଗ ଆନୁଯାୟୀ, ''ମୋତେ ବିକ୍ରମ ବିବାହ କରିବାକୁ କହିବାରୁ ମୁଁ ମନା କରିଦେଇଥିଲି । ଏହାପରେ ସେ ମୋତେ ଓ ମୋ ଭଉଣୀଙ୍କୁ ହତ୍ୟା ଧମକ ଦେଇଥିଲା। ଏହି କାରଣରୁ ସେ ମୋ ପୁଅକୁ ଗରମ ପାଣିରେ ବୁଡାଇ ହତ୍ୟା କରିଥାଇପାରେ ।" ଅଭିଯୁକ୍ତ ବର୍ତ୍ତମାନ ପୋଲିସ ହେପାଜତରେ ଅଛି ।

Last Updated : Apr 25, 2023, 9:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.