ETV Bharat / state

ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ, ଦିନ ଦ୍ବିପ୍ରହରେ ଝାମ୍ପି ନେଲେ ୩ ଲକ୍ଷ

author img

By

Published : Jan 28, 2022, 7:23 PM IST

ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ କଲ୍ୟାଣୀ ମଣ୍ଡପ ନିକଟରୁ ଜଣେ ବ୍ୟକ୍ତିଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟ । ଅଧିକ ପଢନ୍ତୁ

ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ : ଦିନ ଦ୍ବି ପହରେ ଝାମ୍ପି ନେଲେ ୩ ଲକ୍ଷ ଟଙ୍କା
ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ : ଦିନ ଦ୍ବି ପହରେ ଝାମ୍ପି ନେଲେ ୩ ଲକ୍ଷ ଟଙ୍କା

ରାଇରଙ୍ଗପୁର : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ଦିନ ଦ୍ବିପ୍ରହରେ ଲୁଟ କରୁଛନ୍ତି ଲୁଟେରା । ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ କଲ୍ୟାଣୀ ମଣ୍ଡପ ନିକଟରୁ ଜଣେ ବ୍ୟକ୍ତିଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।

ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ : ଦିନ ଦ୍ବି ପହରେ ଝାମ୍ପି ନେଲେ ୩ ଲକ୍ଷ ଟଙ୍କା

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ତେନ୍ତଳା ଗାଁର ଆହ୍ଲାଦ ଚରଣ ମୁର୍ମୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରାଇରଙ୍ଗପୁର ଶାଖାରୁ ତିନି ଲକ୍ଷ ଟଙ୍କା ଉଠାଣ କରିଥିଲେ । ପରେ ନିଜ କାର ଯୋଗେ କଲ୍ୟାଣୀ ମଣ୍ଡପ ନିକଟକୁ ଆସି ଟଙ୍କା ଥିବା ବ୍ୟାଗ ଧରି କାରରୁ ଓହ୍ଲାଇ ଥିଲେ।

ସେହି ସମୟରେ ଦୁଇ ଜଣ ଲୁଟେରା ଏକ ବାଇକ ଯୋଗେ ଆସି ଟଙ୍କା ଭର୍ତ୍ତି ବ୍ୟାଗଟିକୁ ଝାମ୍ପି ନେଇଥିଲେ । ପରେ ସେଠାରୁ ଚମ୍ପଟ ମାରିଥିଲେ ଲୁଟେରା । ଏ ସମ୍ପର୍କରେ ରାଇରଙ୍ଗପୁର ଟାଉନ ଥାନାରେ ଆହ୍ଲାଦ ଲିଖିତ ଅଭିଯୋଗ କରିଥିଲେ ।

ଏହାବି ପଢନ୍ତୁ : Training Aircraft Crashed: ଚାଷ ଜମିରେ କ୍ରାସ ହେଲା ପ୍ରଶିକ୍ଷଣ ଏୟାରକ୍ରାଫ୍ଟ, ଦୁଇ ପାଇଲଟ ସୁରକ୍ଷିତ

ଘଟଣାସ୍ଥଳରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରାଇରଙ୍ଗପୁର ସହରରେ ଦିନକୁ ଦିନ ଲୁଟ ଘଟଣା ବୃଦ୍ଧି ପାଉଛି । ହେଲେ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ଲୁଟ ଘଟଣାର ପର୍ଦ୍ଦାଫାଶ ନ ହେବା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.