ETV Bharat / state

ପାରିବାରିକ କଳହରୁ ହତ୍ୟାକାଣ୍ଡ, ଅଭିଯୁକ୍ତ ସ୍ବାମୀକୁ ଆଜୀବନ କାରାଦଣ୍ଡ

author img

By ETV Bharat Odisha Team

Published : Jan 12, 2024, 10:39 PM IST

ପାରିବାରିକ କଳହରୁ ହତ୍ୟାକାଣ୍ଡ , ଅଭିଯୁକ୍ତ ସ୍ବାମୀକୁ ଆଜୀବନ କାରାଦଣ୍ଡା
ପାରିବାରିକ କଳହରୁ ହତ୍ୟାକାଣ୍ଡ , ଅଭିଯୁକ୍ତ ସ୍ବାମୀକୁ ଆଜୀବନ କାରାଦଣ୍ଡା

Asmat Tudu Murder Case: ଗତ ୨୦୨୧ ମସିହାରେ ବିଶୋଇ ଥାନା ଅନ୍ତର୍ଗତ ମହୁଭଣ୍ଡାର ଗ୍ରାମର ଆସ୍ମାତ ଟୁଡୁଙ୍କ ହତ୍ୟାକାଣ୍ଡର ରାୟ ପ୍ରକାଶ । ଅଭିଯୁକ୍ତ ରାମଜିତ ଟୁଡୁ ଆଜୀବନ ଜେଲ ସହ ୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଅଧିକ ପଢନ୍ତୁ

ପାରିବାରିକ କଳହରୁ ହତ୍ୟାକାଣ୍ଡ , ଅଭିଯୁକ୍ତ ସ୍ବାମୀକୁ ଆଜୀବନ କାରାଦଣ୍ଡା

ରାଇରଙ୍ଗପୁର: ପତ୍ନୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ । ପାରିବାରିକ କଳହକୁ ନେଇ ସ୍ତ୍ରୀକୁ କାଠ ଫାଳିଆରେ ପିଟି ହତ୍ୟାକାଣ୍ଡ ଘଟଣାର ରାୟ ପ୍ରକାଶ । ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଏହି ଘଟଣାର ଶୁଣାଣି ହୋଇଛି । ଅଭିଯୁକ୍ତ ସ୍ବାମୀକୁ ଆଜୀବନ କାରାଦଣ୍ଡରେ ଶୁଣାଇଛନ୍ତି କୋର୍ଟ ।

ସୂଚନାଯୋଗ୍ୟ ଗତ ୨୦୨୧ ମସିହା ଅକ୍ଟୋବର ମାସ ୨୯ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ମହୁଭଣ୍ଡାର ଗ୍ରାମର ବାସିନ୍ଦା ରାମଜିତ ଟୁଡୁ ଓ ତାଙ୍କ ସ୍ତ୍ରୀ ଆସ୍ମାତ ଟୁଡୁଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ରାମଜିତ ପାଖରେ ଥିବା ଏକ ବାଉଁଶ ଠେଙ୍ଗା ସାହାଯ୍ୟରେ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଠେଙ୍ଗାରେ ବାରମ୍ବାର ସ୍ତ୍ରୀ ଆସ୍ମାତର ମୁଣ୍ଡ ଓ ଦେହରେ ପ୍ରହାର କରି ଚାଲିଥିଲେ । ମୁଣ୍ଡରେ ଗଭୀର ଆଘାତ ସହ ପ୍ରଚୁର ରକ୍ତସ୍ରାବ ହେବାରୁ ଘଟଣା ସ୍ଥଳରେ ହିଁ ତାର ମୃତ୍ୟୁ ହୋଇଥିଲା ।

ପରେ ଘର ଭିତରେ ଆସ୍ମାତ ଟୁଡୁର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ । ଏ ସମ୍ପର୍କରେ ବିଶୋଇ ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳର ପୋଲିସ ଓ ବାରିପଦାରୁ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ସ୍ବାମୀ ରାମଜିତ ଟୁଡୁଙ୍କୁ ଗିରଫ କରିଥିଲେ । ପଚରାଉଚରା ସମୟରେ ରାମଜିତ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲା । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିବା ସହିତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା ।

ଏହା ମଧ୍ୟ ପଢନ୍ତୁ.....ଯୌତୁକ ଲୋଭରୁ ସ୍ତ୍ରୀର ଜୀବନ ନେଇଥିଲା ସ୍ବାମୀ, ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ତେବେ ଆଜି ସମସ୍ତ ତଥ୍ୟ,୨୧ ଜଣଙ୍କ ବୟାନ, ପୋଲିସର ତଦନ୍ତ ରିପୋର୍ଟ ଓ ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି ଆସାମୀ ରାମଜିତ ଟୁଡୁକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥି ସହିତ ଅଭିଯୁକ୍ତକୁ ୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବା ନେଇ ରାୟରେ ଉଲ୍ଲେଖ କରାଯାଇଛି । ରାୟ ପ୍ରକାଶ ପାଇବା ପରେ ଆସାମୀ ରାମଜିତକୁ ରାଇରଙ୍ଗପୁର ଉପକାରାଗାର ପଠାଇ ଦିଆଯାଇଛି । ଏହି ମାମଲାକୁ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟର ଅତିରିକ୍ତ ପି ପି ପଙ୍କଜ ଦାସ ପରିଚାଳନା କରୁଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.