ଯୌତୁକ ଲୋଭରୁ ସ୍ତ୍ରୀର ଜୀବନ ନେଇଥିଲା ସ୍ବାମୀ, ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

By ETV Bharat Odisha Team

Published : Nov 30, 2023, 10:47 PM IST

thumbnail

ଭବାନୀପାଟଣା: ପତ୍ନୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ । ନିଜ ସ୍ତ୍ରୀକୁ ଯୌତୁକ ନିର୍ଯାତନା ଦେଇ ହତ୍ୟା ମାମଲାର ଶୁଣାଣି କରିଛନ୍ତି କୋର୍ଟ । ଅଭିଯୁକ୍ତ ସ୍ଵାମୀକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପତ୍ନୀ ହତ୍ୟା ଅଭିଯୋଗରେ କଳାହାଣ୍ଡି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜୋରିମାନା ଆଦେଶ ଶୁଣାଇଛନ୍ତି । 

ମିଳିଥିବା ସୂଚନା ଅନୁଯାୟୀ ଜୁନାଗଡ଼ ଥାନା ଅନ୍ତର୍ଗତ ହଣ୍ଡାଖାଲ ପଡ଼ାର ମନଜିତ ମେହେରଙ୍କ ସହ ପଲାସ ଗାଁର ତୁଳାରାମ ମେହେରଙ୍କ ଝିଅ ସବିତା ମେହେରଙ୍କ ସହ ବିବାହ ହୋଇଥିଲା । ବିବାହ ପରଠାରୁ ମନଜିତ ନିୟମିତ ସବିତାଙ୍କୁ ଯୌତୁକ ନିର୍ଯାତନା ଦେଉଥିଲେ । ୨୦୧୮ ଜାନୁଆରୀ ୨୨ ତାରିଖରେ ଦିନ ମୃତକ ସବିତା ନିଜ ଭଉଣୀର ରିଙ୍ଗ ସେରମନିକୁ ଯିବା ପାଇଁ କହିଥିଲା । ଏଥିରେ ଯୋଗ ଦେବେ ନାହିଁ ବୋଲିି ମନଜିତ ମନା କରିବା ସହ ଘରେ କେହି ନଥିବାର ସୁଯୋଗ ନେଇ ସବିତାକୁ ହତ୍ୟା କରିଥିଲା । ଏନେଇ ଜୁନାଗଡ଼ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରାଜଜ ସୁରେଶ ଚନ୍ଦ୍ର ପ୍ରଧାନ ଅଭିଯୁକ୍ତ ମନଜିତ ମେହେରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.