ETV Bharat / state

ଯାତ୍ରା ଦେଖିବାକୁ ଯାଇ ଗଲା ଜୀବନ, ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପୁଅ

author img

By ETV Bharat Odisha Team

Published : Nov 29, 2023, 11:02 AM IST

Updated : Nov 29, 2023, 1:00 PM IST

ମୃତଦେହ ଉଦ୍ଧାର
ମୃତଦେହ ଉଦ୍ଧାର

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁରର ବ୍ଲକ ପଡ଼ିଆରୁ ଜଣେ ବ୍ୟକ୍ତିଙ୍କ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ

ଯାତ୍ରା ଦେଖିବାକୁ ଯାଇ ଗଲା ଜୀବନ

ରାଇରଙ୍ଗପୁର: ଗୌରୀ ଗଣନାଟ୍ୟ ଯାତ୍ରା ମୁଖ୍ୟ ଗେଟ ସମ୍ମୁଖରୁ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁରର ବ୍ଲକ ପଡ଼ିଆରେ । ତେବେ ମୃତ ବ୍ୟକ୍ତି ଜଣକ ହେଲେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ମହୁଲଡିହା ହାଟ ସାହିର ନରେନ୍ଦ୍ର ହାଁସଦା ।

ସୂଚନା ମୁତାବକ, ଗତ ଦୁଇଦିନଠାରୁ ରାଇରଙ୍ଗପୁର ବ୍ଲକ ପଡ଼ିଆଠାରେ ଗୌରୀ ଗଣନାଟ୍ୟର ଯାତ୍ରା ଲାଗିଛି । ଯାତ୍ରା ଦେଖିବାକୁ ନରେନ୍ଦ୍ର ହାସଁଦା ଯାଇଥିବା ବେଳେ ଗତକାଲି ଗୌରି ଗଣନାଟ୍ୟ ଯାତ୍ରା ମୁଖ୍ୟ ଗେଟ ସମ୍ମୁଖରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ମୃତକଙ୍କ ପରିବାର ଲୋକେ ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ ।

ଏ ସମ୍ପର୍କରେ ମୃତ ନରେନ୍ଦ୍ରଙ୍କ ପୁଅ ସାଲଖୁ ହାଁସଦା ରାଇରଙ୍ଗପୁର ଟାଉନ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି । ବାପାକୁ ଯୋଜନାବଦ୍ଧ ଭାବେ ହତ୍ୟା କରା ଯାଇଥିବା ଅଭିଯୋଗ କରିଛନ୍ତି ସାଲଖୁ । ଏତଲା ପାଇବା ପରେ ରାଇରଙ୍ଗପୁର ଟାଉନ ଥାନା ଅଧିକାରିଣୀ ରୋଜାଲିନ ବେହେରା ଓ ରାଇରଙ୍ଗପୁର ଏସ୍‌ଡିପିଓ ଗୋକୁଳାନନ୍ଦ ସାହୁ ଡାକ୍ତରଖାନା ଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏଥି ସହିତ ନରେନ୍ଦ୍ରଙ୍କ ଦୁଇ ସାଙ୍ଗ ଟୁଟୁ ଓ ରାଜାକୁ ଥାନାକୁ ଡକାଇ ପଚରାଉଚରା ଜାରି ରଖିଛି ପୋଲିସ। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣା ପଡ଼ିବ ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ-ବ୍ୟକ୍ତିଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ବାପା

ତେବେ ମୃତକଙ୍କ ପୁଅ ସାଲଖୁ ହାଁସଦାଙ୍କ କହିବା ଅନୁଯାୟୀ, ଗତକାଲି ରାତିରେ ତାଙ୍କ ବାପା ନରେନ୍ଦ୍ର ହାଁସଦା ଘରେ ଥିଲେ। ଘରେ ଝିଅ ର ଜନ୍ମ ଦିନ ପାଳନ କରୁଥିଲେ ନରେନ୍ଦ୍ର। ତେବେ ସେ ସମୟରେ ନରେନ୍ଦ୍ରଙ୍କ ଦୁଇ ସାଙ୍ଗ ପୁରୁଣାପାଣି ଗ୍ରାମର ଟୁଟୁ ଓ ରାଇରଙ୍ଗପୁରର ରାଜା ମହାନ୍ତି ପୂର୍ବରୁ ନରେନ୍ଦ୍ରଙ୍କୁ ନ ଜଣେଇ ଯାତ୍ରା ଦେଖି ଯିବାକୁ ତିନୋଟି ଟିକେଟ କାଟିଥିବା କହି ନରେନ୍ଦ୍ର କୁ ଯାତ୍ରା ଦେଖିବା ପାଇଁ ଡାକିଥିଲେ। ତେବେ ନରେନ୍ଦ୍ର ଅଳ୍ପ ସମୟ ପାଇଁ ଯାତ୍ରା ଦେଖି ଘରକୁ ପଳେଇ ଆସିବେ ବୋଲି ପରିବାର ଲୋକଙ୍କୁ କହି ସେମାନଙ୍କ ସହିତ ରାତିରେ ଯାତ୍ରା ଦେଖିବା ପାଇଁ ଯାଇଥିଲେ। କିନ୍ତୁ ନରେନ୍ଦ୍ରଙ୍କ ଘରକୁ ପହଞ୍ଚିବାକୁ ବିଳମ୍ବ ହେବାରୁ ରାତି ପାଖାପାଖି 2ଟା ସମୟରେ ନରେନ୍ଦ୍ରଙ୍କ ସାନ ଝିଅ ବାପାକୁ ଫୋନ କରିଥିଲେ । ଏଥି ସହିତ ରାତି ୨.୫୫ ପାଖାପାଖି ନରେନ୍ଦ୍ରଙ୍କ ମୋବାଇଲରୁ ୧୧୨କୁ କଲ୍ ଯାଇଥିବା ମଧ୍ୟ କହିଛନ୍ତି ସାଲଖୁ ।

ଇଟିଭି ବାରତ, ରାଇରଙ୍ଗପୁର

Last Updated :Nov 29, 2023, 1:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.