ETV Bharat / state

ବ୍ୟକ୍ତିଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ବାପା

author img

By ETV Bharat Odisha Team

Published : Nov 27, 2023, 8:57 PM IST

ଯୁବକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର , ହତ୍ୟା ଅଭିଯୋଗ ଆଣିଲେ ବାପା
ଯୁବକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର , ହତ୍ୟା ଅଭିଯୋଗ ଆଣିଲେ ବାପା

ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଘଟଣାସ୍ଥଳରୁ କିଛି କ୍ଲୋରୋକୁଇନ ବଟିକା ଜବତ କରିଛି ପୋଲିସ । ଅଧିକ ପଢନ୍ତୁ

ଯୁବକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର , ହତ୍ୟା ଅଭିଯୋଗ ଆଣିଲେ ବାପା

ଫୁଲବାଣୀ: ଫୁଲବାଣୀ ସ୍ଥିତ ନାରାୟଣୀ ମନ୍ଦିର ନିକଟ ନଦୀ ପାର୍ଶ୍ୱରୁ ଯୁବକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି । ମୃତ ଯୁବକ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ବୈକୁଣ୍ଠ ମେହେର ବୋଲି ଜଣାପଡିଛି ।

ସୂଚନା ଯୋଗ୍ୟ ଆଜି (ସୋମବାର)ଦିନ ଫୁଲବାଣୀ ସ୍ଥିତ ନାରାୟଣୀ ମନ୍ଦିର ନିକଟ ନଦୀ ପାର୍ଶ୍ୱରୁ ଜଣେ ଯୁବକଙ୍କ ମୃତଦେହକୁ ଦେଖିବାକୁ ମିଳିଥିଲା । ଖବର ପାଇ ଟାଉନ ଥାନା ପୋଲିସ ମୃତଦେହକୁ ଉଦ୍ଧାର କରିଛି । ଯୁବକ ଜଣକ ହେଲେ ସ୍ଥାନୀୟ ମୋଚି ସାହିର ବୈକୁଣ୍ଠ ମେହେର(୪୬) । ବୈକୁଣ୍ଠଙ୍କ ମୃତ୍ୟୁ ସ୍ୱାଭାବିକ ନୁହେଁ । ତାଙ୍କୁ ହତ୍ୟା କରାଯାଇଛି ବୋଲି ବାପା ଅଭିମନ୍ୟୁ ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ବୈକୁଣ୍ଠଙ୍କ ସ୍ତ୍ରୀ ରଶ୍ମିତା ସ୍ୱାମୀକୁ ବିଷ ଦେଇ ମାରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅଭିମନ୍ୟୁଙ୍କ ଅଭିଯୋଗ ଅନୁସାରେ ବୈକୁଣ୍ଠ ପୂର୍ବରୁ ବିବାହିତ ଥିଲେ । ତାଙ୍କର ପ୍ରଥମ ସ୍ତ୍ରୀ ମୃତ୍ୟୁ ପରେ ବୈକୁଣ୍ଠ ଦୀର୍ଘ ୨୦ ବର୍ଷ ହେବ କଳାହାଣ୍ଡି ଜିଲ୍ଲାର କଟିକ୍‌ପଦର ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ବିବାହ କରିଥିଲେ । ପୂର୍ବରୁ ରଶ୍ମିତାଙ୍କର ଗୋଟିଏ ପୁଅ ରହିଥିଲା । ବିବାହ ପରେ ତାଙ୍କର ଆଉ ଦୁଇଟି ପୁଅ ହୋଇଥିଲେ । ହେଲେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ପାରିବାରିକ କଳହ ଲାଗି ରହୁଥିଲା । ଏହାରି ଭିତରେ ଉକ୍ତ ମହିଳା ଜଣକ ଟିକାବାଲି ଅଞ୍ଚଳର ଜଣେ ବିବାହିତ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯାହାକୁ ନେଇ ପରିବାରରେ ଅସନ୍ତୋଷ ବଢି ଚାଲିଥିଲା । ମହିଳାଙ୍କ ପ୍ରେମିକ ଏବଂ ତାଙ୍କ ପୁଅ ବାରମ୍ବାର ବୈକୁଣ୍ଠଙ୍କୁ ମାରିଦେବାକୁ ଧମକ ଦେଉଥିଲେ । ହେଲେ ଗତ ୨୬ ତାରିଖ ଦିନ ସମ୍ପୃକ୍ତ ପ୍ରେମିକ ଜଣକ ବୈକୁଣ୍ଠଙ୍କୁ ଆକ୍ରମଣ କରିଥିଲେ । ସେହିଦିନ ଠାରୁ ଆଉ ବୈକୁଣ୍ଠ ଘରକୁ ଫେରିନାହାନ୍ତି । ଏଥିରେ ବୈକୁଣ୍ଠ ସ୍ତ୍ରୀ ମଧ୍ୟ ସାମିଲ ରହିଥିଲେ ବୋଲି ମୃତକଙ୍କ ବାପା ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ....ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ପୋଲିସ ଘଟଣାସ୍ଥାଳରୁ କିଛି ମେଡିସିନ, ମୋବାଇଲ ଜବତ କରିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ପ୍ରାଥମିକ ତଦନ୍ତରୁ ଘଟଣାସ୍ଥଳରୁ କିଛି କ୍ଲୋରୋକୁଇନ ବଟିକା ମିଳିଛି । ବୈକୁଣ୍ଠ ଏହି ବଟିକା ଖାଇ ମୃତ୍ୟୁବରଣ କରି ଥାଇପାରନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟା ପଦାକୁ ଆସିବ ବୋଲି ଥାନାଧିକାରୀ କନକ କୁମାର ମାଝି ସୂଚନା ଦେଇଛନ୍ତି ।


ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.