ETV Bharat / state

ମୟୂରଭଞ୍ଜରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

author img

By

Published : Jun 15, 2020, 3:51 PM IST

ମୟୂରଭଞ୍ଜରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
ମୟୂରଭଞ୍ଜରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ସାମାଜିକ ସ୍ବୀକୃତି ନ ପାଇ ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଗିତିଲତା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହ ଉଦ୍ଧାର କରି ଘଟଣାର ଛାନଭିନ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଗିତିଲତା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ସାମାଜିକ ସ୍ବୀକୃତି ନ ପାଇ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା । ଗ୍ରାମ ନିକଟସ୍ଥ ଡୁଙ୍ଗୁରିରୁ ଏକ ଗଛରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ତିରିଂ ଥାନା ପୋଲିସ।

ମୟୂରଭଞ୍ଜରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ମୃତକ ପ୍ରେମୀଯୁଗଳ ଦ୍ବୟ ଗିତିଲତା ଗାଁର ରାମେଶ୍ବର ପାତ୍ର ଓ ସାବିତ୍ରୀ ନାଏକ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ରାମେଶ୍ବର ଓ ସାବିତ୍ରୀଙ୍କ ମଧ୍ୟରେ ଦୀର୍ଘ ଦିନର ପ୍ରେମ ସମ୍ପର୍କ ରହିଥିଲା । ହେଲେ ଦୁହେଁ ଭିନ୍ନ ଜାତିର ଓ ଯୁବକ ଜଣକ ବିବାହିତ ହୋଇ ଥିବାରୁ ଝିଅ ଘର ଲୋକେ ବିବାହ ପାଇଁ ରାଜି ହୋଇନଥିଲେ । ପୂର୍ବରୁ ଗାଁରେ ଏନେଇ ବୈଠକ ହେବା ସହ ଘଟଣା ଥାନାକୁ ମଧ୍ୟ ଯାଇଥିଲା ।

ଯୁବକ ଜଣକ ଗାଁରେ ରହୁଥିବା ବେଳେ ଯୁବତୀ ଜଣକ ଝାଡଖଣ୍ଡର ଜାମସେଦପୁରରେ ରହୁଥିଲେ । ତେବେ ସୋମବାର ଉଭୟଙ୍କୁ ଏକା ସହିତ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଁ ଗାଁ ଲୋକେ ତିରିଂ ଥାନା ପୋଲିସକୁ ଜଣାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତ ଦେହକୁ ଉଦ୍ଧାର କରି ଘଟଣାର ଛାନଭିନ ଆରମ୍ଭ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.