ETV Bharat / state

କୁଡୁମୀ ଜାତିକୁ ଅନୁସୂଚୀତ ଜନଜାତି ତାଲିକାଭୁକ୍ତ କରିବା ନେଇ ରେଳରୋକ

author img

By

Published : Sep 20, 2022, 5:23 PM IST

ମୟୂରଭଞ୍ଜ ଜିଲ୍ଲା ଅଁଳାଯୋଡି ଜଙ୍କସନରେ କୁଡୁମୀ ସମ୍ପ୍ରଦାୟର ରେଳରୋକ । କୁଡୁମୀ ଜାତିକୁ ପୁନଃ ଜନଜାତି ଭୁକ୍ତ କରାଯିବା ନେଇ ଆନ୍ଦୋଳନ ଦେଖାଦେଇଛି । ଅଧିକ ପଢ଼ନ୍ତୁ

kudumi community protest in rail line in mayurbhanj
କୁଡୁମୀ ଜାତିକୁ ଅନୁସୂଚୀତ ଜନଜାତି ତାଲିକାଭୁକ୍ତ କରିବା ନେଇ ରେଳରୋକ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଅଁଳାଯୋଡି ଜଙ୍କସନରେ କୁଡୁମୀ ସମ୍ପ୍ରଦାୟର ରେଳରୋକ । କୁଡୁମୀ ଜାତିକୁ ଅନୁସୂଚୀତ ଜନଜାତି ତାଲିକାଭୁକ୍ତ କରିବା ଦାବିରେ ରେଳରୋକ । ଅଁଳାଯୋଡି ଜଙ୍କସନରେ କୁଡୁମୀ ସମ୍ପ୍ରଦାୟର ଶହଶହ ଲୋକେ ରେଳ ଧାରଣା ଆଗରେ ପ୍ରତିବାଦ କରିଛନ୍ତି । ଦୀର୍ଘ 6 ଘଣ୍ଟାରୁ ଊର୍ଦ୍ଧ୍ବ ହେବ ରେଳରୋକ ଜାରି ରହିଛି । ଫଳରେ ରେଳ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

କୁଡୁମୀ ଜାତିକୁ ଅନୁସୂଚୀତ ଜନଜାତି ତାଲିକାଭୁକ୍ତ କରିବା ନେଇ ରେଳରୋକ

ଟାଟାନଗର-ବାଦାମପାହାଡ଼ ସୁପରଫାଷ୍ଟ ଟ୍ରେନଟି ଟାଟାନଗର ଷ୍ଟେସନରୁ ଛାଡ଼ି ଭୋର ୫.୩୦ ସମୟରେ ଅଁଳାଯୋଡି ଷ୍ଟେସନରେ ପହଞ୍ଚି ଥିବାବେଳେ କୁସୁମୀ ଜାତି ପକ୍ଷରୁ ଅଁଳାଯୋଡି ଷ୍ଟେସନଠାରେ ରେଳରୋକ କରାଯାଇଛି । ଏହା ସହିତ ଟାଟା ବାଦାମପାହାଡ଼ ଭାୟା ଗୋରୁମହିଷାଣି ମେମୁ ଟ୍ରେନଟି ବହଲଦା ରୋଡ଼ ଝରାଡ଼ିହି ଠାରେ ଅଟକି ରହିଛି । ରେଳରୋକ ଆନ୍ଦୋଳନରେ ବହୁ ସଂଖ୍ୟାରେ କୁଡୁମୀ ଜାତିର ମହିଳା ପୁରୁଷ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଛନ୍ତି । ଏନେଇ ଆନ୍ଦୋଳନକାରୀ କହିଛନ୍ତି, " 1950 ମସିହା ସେପ୍ଟେମ୍ବର 6 ତାରିଖରେ କେନ୍ଦ୍ର ସରକାର ବିନା ସୂଚନାରେ କୁଡୁମୀ ଜାତିକୁ ଅନୁସୂଚୀତ ଜନଜାତି ତାଲିକାରୁ ବାହାର କରିଥିଲେ । ସେହି ଦିନଠାରୁ ଏହି ସମ୍ପ୍ରଦାୟ ପ୍ରତି କ୍ଷେତ୍ରରେ ନିର୍ଯାତିତ ହୋଇ ଆସୁଥିବା ଅଭିଯୋଗ ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ: ଅହିଂସା ରଥର ବାରିପଦା ସହର ପରିକ୍ରମା

ଶିକ୍ଷା,ରାଜନୀତି ତଥା ସାମାଜିକ କ୍ଷେତ୍ରରେ କୁଡୁମୀ ଜାତି ବିଭିନ୍ନ ପ୍ରକାରରେ ପ୍ରତାରିତ ହୋଇ ଆସୁଛି । ତେଣୁ ନ୍ୟାୟ ପାଇଁ ଆମେ ଆନ୍ଦୋଳନ ଜାରି ରଖିଛୁ । ସେହି ଦାବି ନେଇ ଆଜି ରେଳରୋକ କରାଯାଇଛି ।" କୁଡୁମୀ ଜାତିକୁ ପୁନଃ ଅନୁସୂଚୀତ ଜନଜାତି ଭୁକ୍ତ କରାଯିବା ନେଇ ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଅଁଳାଯୋଡି ସମେତ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ମଧ୍ଯ କୁଡୁମୀ ଜାତି ପକ୍ଷରୁ ଆଜି ରେଳ ଧାରଣା ଦିଆଯାଇଛି । ସରକାର ଏନେଇ କୌଣସି ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

ସେପଟେ ଟ୍ରେନ ଅଟକି ଥିବାରୁ ରେଳଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରେଳବାଇ ପୋଲିସ, ରାଇରଙ୍ଗପୁର ଏସଡିପିଓ ସହିତ ପୋଲିସ ଟିମ ଓ ବହଳଦା ତହସିଲଦାର ଘଟଣାସ୍ଥଳରେ ପହଞ୍ଚି କୁଡୁମୀ ସମ୍ପ୍ରଦାୟର ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.