ଅହିଂସା ରଥର ବାରିପଦା ସହର ପରିକ୍ରମା

author img

By

Published : Sep 13, 2022, 5:21 PM IST

ଅହିଂସା ରଥର ବାରିପଦା ସହର ପରିକ୍ରମା

ବାରିପଦାରେ ଅହିଂସା ରଥର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସ୍ଵାଧୀନତା ଦିବସରେ ଶୁଭାରମ୍ଭ ହୋଇଥିବା ଅହିଂସା ରଥ ଆଜି ବାରିପଦା ସହର ପରିକ୍ରମା କରିଛି । ଅଧିକ ପଢ଼ନ୍ତୁ

ବାରିପଦା : ଚଳିତ ବର୍ଷ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି କରିଥିବା ବେଳେ ୭୬ ବର୍ଷରେ ପାଦ ଦେଇଛି । ଏହି ବର୍ଷକୁ ସ୍ମରଣୀୟ କରିବା ଲାଗି ରାଜ୍ୟ ସରକାର ଉଦ୍ୟମ କରିଛନ୍ତି । ପ୍ରତିଟି ଦେଶବାସୀଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବା ଲାଗି ଏଭଳି ଅହିଂସା ରଥର ଶୁଭାରମ୍ଭ କରାଯାଇଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏହି ରଥ ପରିକ୍ରମା କରି ଅହିଂସା ବାର୍ତ୍ତା ପ୍ରଦାନ କରିବା ସହିତ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ଚାରଣ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସ୍ଵାଧୀନତା ଦିବସରେ ଶୁଭାରମ୍ଭ ହୋଇଥିବା ଅହିଂସା ରଥ ଆଜି ବାରିପଦା ସହର ପରିକ୍ରମା କରିଛି ।

ଅହିଂସା ରଥର ବାରିପଦା ସହର ପରିକ୍ରମା

ସ୍ବାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ବାର୍ତ୍ତା ତଥା ଗାନ୍ଧିଜୀଙ୍କ ଅହିଂସା ନୀତି, ଶକ୍ତି ଓ ଜନସାଧାରଣଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଅହିଂସା ରଥ ସାରା ରାଜ୍ୟ ପରିକ୍ରମା କରିବା ଆରମ୍ଭ କରିଛି । ଅହିଂସା ବାର୍ତ୍ତା ନେଇ ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା କରି ଆଜି ଉକ୍ତ ରଥ ବାରିପଦାରେ ପହଞ୍ଚିଛି । ଏହି ରଥ ବାରିପଦାରେ ପହଞ୍ଚିବା ପରେ ବିରାଟ ପଟୁଆରରେ ଏହି ରଥକୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଦୁଇଟି ଅହିଂସା ରଥ ଜିଲ୍ଲାର ବିଭିନ୍ନ ରାସ୍ତା ଦେଇ ପରିକ୍ରମା କରିଥିବା ସହିତ ଦେଶପ୍ରେମ ଓ ଅହିଂସାର ବାର୍ତ୍ତା ବାଣ୍ଟୁଛି । ବିଭିନ୍ନ ବର୍ଗର ଲୋକେ ଅହିଂସା ରଥକୁ ଭବ୍ୟ ସ୍ଵାଗତ ଜଣାଇ ଶୋଭାଯାତ୍ରାରେ ସାମିଲ ହେଇଛନ୍ତି । ଅହିଂସା ରଥ ଏକ ଭବ୍ୟ ପରିବେଶ ମଧ୍ୟରେ ଗଡ଼ିଥିଲା ।

ଏହି ରଥ ଜିଲ୍ଲାର ସମସ୍ତ ବ୍ଲକ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଆଜି ବାରିପଦା ଠାରେ ପହଞ୍ଚିଛି । ବିଶାଳ ଶୋଭାଯାତ୍ରାରେ ବିଭିନ୍ନ ଅନୁଷ୍ଠାନର କର୍ମଚାରୀ ତଥା ସମସ୍ତ ସ୍କୁଲ ଛାତ୍ରଛାତ୍ରୀ, ଜିଲ୍ଲା ପ୍ରଶାସନ ପକ୍ଷରୁ ଅଂଶ ଗ୍ରହଣ କରିଥିଲେ । ଗୋଟିଏ ପଟେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଛନ୍ତି । ଅନ୍ୟପଟେ ବାରିପଦାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅତି ଆନନ୍ଦ ଉଲ୍ଲାସରେ ଅହିଂସା ରଥକୁ ସ୍ବାଗତ କରାଯାଇଛି । ଛାତ୍ରଛାତ୍ରୀମାନେ ହାତରେ ଜାତୀୟ ପତାକା ଧରି ଅହିଂସା ରଥକୁ ସ୍ବାଗତ କରିବାର ଦୃଶ୍ୟ ବେଶ୍ ମନ ମୁଗ୍ଧକର ହୋଇଥିଲା । ଏହି ଅବସରରେ ବାରିପଦା ସହର ତ୍ରିରଙ୍ଗାମୟ ହୋଇଥିଲା । ଯାହା ଅତ୍ୟନ୍ତ ଆକର୍ଷଣୀୟ ଥିଲା ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.