ETV Bharat / state

ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର, ଠୁଳ କରିଛନ୍ତି ଆୟ ବହିର୍ଭୂତ ସମ୍ପତ୍ତି

author img

By

Published : May 29, 2023, 10:35 AM IST

karanjia tehsildar charles nayak
karanjia tehsildar charles nayak

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ତହସିଲଦାରଙ୍କ ସରକାରୀ ବାସଭବନରେ ଚଢାଉ କରିଛି ଭିଜିଲାନ୍ସର ଟିମ୍ । ଅଧିକ ପଢନ୍ତୁ

karanjia tehsildar charles nayak

ରାଇରଙ୍ଗପୁର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ କରିଛି । ତାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଛି । ତହସିଲଦାର ଚାର୍ଲସ ନାୟକଙ୍କ ବାସଭବନ ସମେତ କରଞ୍ଜିଆ ତହସିଲ କାର୍ଯ୍ୟାଳୟ ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ଚଢ଼ାଉ ହୋଇଥିବା ସୂଚନା ମିଳିଛି ।

ତେବେ କିଛି ମାସ ପୂର୍ବରୁ କରଞ୍ଜିଆ ତହସିଲଦାର ଭାବେ ଯୋଗ ଦେଇଥିଲେ ଚାର୍ଲସ ନାୟକ । ପୂର୍ବରୁ ସେ ବାଲେଶ୍ଵର ଜିଲ୍ଲାରେ କାର୍ଯ୍ୟରତ ଥିବା ବେଳେ ୬ରୁ ୭ ମାସ ପୂର୍ବରୁ ସେ କରଞ୍ଜିଆ ତହସିଲଦାର ଭାବେ ବଦଳି ହୋଇ ଆସିଥିଲେ । ତାଙ୍କ ପୈତୃକ ଘର ଭଦ୍ରକ ଜିଲ୍ଲାରେ ବୋଲି ଜଣାପଡିଛି । ତେବେ ଆୟ ବହିର୍ଭୂତ ସମ୍ପତି ଠୁଳ ସହିତ ବିଭିନ୍ନ ପ୍ରକାର ବେଆଇନ ସରକାରୀ କାର୍ଯ୍ୟରେ ଲିପ୍ତ ଥିବା ନେଇ କଟକ ଭିଜିଲାନ୍ସ ସେଲରେ ଅଭିଯୋଗ ହୋଇଥିବାର ସୂଚନା ମିଳିଛି । ତେବେ ଏନେଇ ଆଜି ସକାଳ ୭ଟାରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍ ଜାରି ରହିଛି । ଭିଜିଲାନ୍ସର ଏହି ଚଢ଼ାଉରେ କଟକ ଭିଜିଲାନ୍ସ ସେଲ ଏବଂ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ପାଖାପାଖି ୧୫ ଜଣ ସାମିଲ ହୋଇଛନ୍ତି ।

ପ୍ରକାଶ ଥାଉକି, ଗତ କିଛି ଦିନ ପୂର୍ବେ ଭିଜିଲାନ୍ସ ହାତରେ ଧରା ପଡିଥିଲେ ପୋଲିସ ବାବୁ । ଏନେଇ ବରଗଡ ଜିଲ୍ଲା ଗାଇସିଲଟ ଥାନା ଆଇଆଇସି ବୀରବର ଭଗତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ସ୍ୱତନ୍ତ୍ର ବିଚାରପତି ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ ପରେ ଚଢାଉ କରିଥିଲା ଭିଜିଲାନ୍ସ ବିଭାଗ । ସମ୍ବଲପୁର ଭିଜିଲାନ୍ସ ଅଫିସରେ ଗାଇସିଲଟ ଆଇଆଇସି ବୀରାବର ଭଗତଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଆଧାର କରି ସମ୍ବଲପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ 4 ଗୋଟି ସ୍ଥାନରେ ଚଢାଉ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- Odisha Cabinet Meeting: 'ମୋ ଘର' ଯୋଜନାରେ ବାଜିପାରେ ମୋହର

ଏହା ମଧ୍ୟ ପଢନ୍ତୁ- Turkey Election: ତୁର୍କୀରେ ପୁଣି ଚାଲିବ ଏର୍ଡୋଗାନଙ୍କ ରାଜ, 3ୟ ଥର ରାଷ୍ଟ୍ରପତି ଭାବେ ନିର୍ବାଚିତ

ଆଇଆଇସି ବୀରାବର ଭଗତଙ୍କ ସମ୍ବଲପୁର ସ୍ଥିତ ଅଇଁଠା ପାଲି ଥାନା ଅନ୍ତର୍ଗତ ଅନୁଗୁଲିଆପଡାର ନିଜର ଆବାସିକ କୋଠା ଘରେ ଓ ସମ୍ବଲପୁର ସଦର ଥାନା ଅନ୍ତର୍ଗତ କାବ୍ରାପାଲି ଗ୍ରାମରେ ଅବସ୍ଥିତ ଫାର୍ମ ହାଉସ୍ ଉପରେ ସମ୍ବଲପୁର ଭିଜିଲାନ୍ସ ବିଭାଗର ଏକ ଟିମ୍‌ ଚଢାଉ କରିଥିଲା । ସରକାରୀ କ୍ୱାର୍ଟର୍ ଘରେ ଏବଂ ଭଗତଙ୍କ ଅଫିସ୍ ଚାମ୍ବରରେ ଭିଜିଲାନ୍ସ ବିଭାଗର ଏକକାଳୀନ ଚଢାଉ ହୋଇଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.