ETV Bharat / state

ବେଆଇନ ଗୋଚାଲାଣ ଟ୍ରକ ଜବତ କଲା କରଞ୍ଜିଆ ପୋଲିସ

author img

By

Published : Sep 2, 2020, 7:16 PM IST

Karanjia police seized two illegal trucks
ବେଆଇନ ଗୋ ଚାଲାଣ କରୁଥିବା ଦୁଇ ଟ୍ରକ ଜବତ କଲା କରଞ୍ଜିଆ ପୋଲିସ

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ପୋଲିସ ଦୁଇଟି ବେଆଇନ ଗୋରୁ ବୋଝେଇ ଟ୍ରକ ଜବତ କରିଛି । ଏହି ଘଟଣାରେ ପୋଲିସ ୮୪ ଗୋରୁ ଜବତ କରିଥିବା ବେଳେ ୬ ଜଣଙ୍କୁ ଅଟକ କରିଛି । ଅଧିକ ପଢନ୍ତୁ......

ବାରିପଦା: ମଙ୍ଗଳବାର ବିଳମ୍ବିତ ରାତିରେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କରଞ୍ଜିଆ ମଣ୍ଡୁଆ, ଏବଂ କରଡ଼ିଆ ନିକଟରେ ଦୁଇଟି ଟ୍ରକଭର୍ତ୍ତି ଗୋ ଚାଲାଣ ହେଉଥିବା ବେଳେ କରଞ୍ଜିଆ ପୋଲିସ ପେଟ୍ରୋଲିଂ ସମୟରେ ଜବତ ହୋଇଛି । କରଞ୍ଜିଆ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଦୁଇଟି ଟ୍ରକ ଜବତ କରିଥିବା ବେଳେ ଅନ୍ୟ ଏକ ଟ୍ରକ ଖସି ଯାଇଥିବା ଜଣାପଡ଼ିଛି ।

ବେଆଇନ ଗୋ ଚାଲାଣ କରୁଥିବା ଦୁଇ ଟ୍ରକ ଜବତ କଲା କରଞ୍ଜିଆ ପୋଲିସ

ପୋଲିସ ଦୁଇଟି ବେଆଇନ ଭାବେ ଗୋ ଚାଲାଣ ହେଉଥିବା ଟ୍ରକକୁ ଜବତ କରିବା ସହିତ ଟ୍ରକରେ ଥିବା ୮୪ ଟି ବଳଦ ସହିତ ୬ଜଣଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି । ସେହିପରି ନିଜର କର୍ତ୍ତବ୍ୟ ସମ୍ପାଦନ ଠିକ ଭାବରେ କରିଥିବାରୁ କରଞ୍ଜିଆ ଥାନାର ଦୁଇ ଜଣ ସବଇନ୍ସପେକ୍ଟରଙ୍କୁ କରଞ୍ଜିଆବାସୀ ପ୍ରଶଂସା କରିଛନ୍ତି ।

ତେବେ ଏପରି ଅମାନବୀୟ ଭାବରେ ଚୋରା ଗୋ ଚାଲାଣ କରୁଥିବା ଗୋ ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ସାଧାରଣରେ ଦାବି ଜୋର ଧରିଛି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.