ETV Bharat / state

ପରକୀୟା ପ୍ରୀତିର କରୁଣ ପରିଣତି, ପତ୍ନୀ ବିରୋଧ କରିବାକୁ ଜାଳି ଦେଲା ସ୍ବାମୀ

author img

By

Published : Feb 4, 2023, 9:27 AM IST

husband  burned wife
husband burned wife

ବାରିପଦା ଟାଉନ ଥାନା ଅନ୍ତର୍ଗତ ମଧୁବନ ଅଞ୍ଚଳର ବଗିଚା ସାହିରେ ସ୍ତ୍ରୀକୁ ନିଆଁରେ ପୋଡି ଦେଲା ସ୍ୱାମୀ। ଅଧିକ ପଢନ୍ତୁ

ସ୍ତ୍ରୀକୁ ପୋଡିଦେଲା ସ୍ୱାମୀ

ବାରିପଦା: ପାରିବାରିକ କଳହର କରୁଣ ପରିଣତି । ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ପୋଡିଲା ସୈତାନ ସ୍ୱାମୀ । ଏହିପରି ସଙ୍ଗୀନ ଘଟଣା ଘଟିଛି ବାରିପଦା ଟାଉନ ଥାନା ଅନ୍ତର୍ଗତ ମଧୁବନ ଅଞ୍ଚଳର ବଗିଚା ସାହିରେ । ପରକୀୟା ପ୍ରୀତିକୁ ନେଇ ପାରିବାରିକ କଳହ ପୂର୍ବରୁ ଲାଗି ରହିଥିବା ବେଳେ ଶୁକ୍ରବାର ଏହାର କରୁଣ ପରିଣତି ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ମଧୁବନ ୱାର୍ଡ ନମ୍ବର ୭ର ବଗିଚା ସାହି ନିବାସୀ ମଦନ ମୋହନ ଦାଶଙ୍କ ବିବାହ ପରେ ମଧ୍ୟ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିଲା । ମଦନଙ୍କର ଅନୈତିକ ସମ୍ପର୍କ ଥିବା ଜାଣିବା ପରେ ସ୍ତ୍ରୀ ତୁଳସୀ ଦାସଙ୍କ ସହିତ ମଦନଙ୍କ ଅନେକ ସମୟରେ ଝଗଡା ଲାଗି ରହୁଥିଲା । ଅନେକ ସମୟରେ ତୁଳସୀଙ୍କୁ ମଦନ ନିର୍ଯାତନା ଦେଉଥିବା ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ଶୁକ୍ରବାର ଦ୍ବିପ୍ରହରରେ ପାରିବାରିକ କଳହ ଉଗ୍ର ରୂପ ନେଇଥିଲା । ମାରପିଟ୍‌ କରିବା ପରେ ପରକୀୟା ପ୍ରୀତିକୁ ନେଇ ରାସ୍ତାରୁ ହଟାଇବାକୁ ଯାଇ କୁଟାଗଦାରେ ସ୍ତ୍ରୀ ତୁଳସୀକୁ ପକାଇ ଜାଳି ଦେଇଛି ସୈତାନ ସ୍ବାମୀ ମଦନ ।

ତୁଳସୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ପଡୋଶୀ ଆସି ଦେଖିଲା ବେଳକୁ ତାଙ୍କ ଶରୀରର ପ୍ରାୟତଃ ୮୦ ଭାଗ ପୋଡ଼ିଯାଇଛି । ନିଆଁକୁ ଲିଭାଇବା ସହ ଆମ୍ବୁଲାନ୍ସ ଯୋଗେ ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମଦନ ମୋହନ ଦାଶ ଜାଳିଦେବା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ଟାଉନ ଥାନା ପୋଲିସ ମଦନଙ୍କୁ ଧରିବାରେ ସଫଳ ହୋଇଥିଲା । ଏହାକୁ ନେଇ ଟାଉନ ଥାନାରେ ମାମଲା ରୁଜୁ କରି ମଦନକୁ ଅଟକ ରଖି ପଚରାଉଚରା କରି ଅଧିକ ତଦନ୍ତ ପୋଲିସ ପକ୍ଷରୁ ଜାରି ରହିଛି । ଅନ୍ୟପଟେ ତୁଳସୀଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ଚିକିତ୍ସା ଜାରି ରହିଛି ।


ଇଟିଭି ଭାରତ, ବାରିପଦା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.