ETV Bharat / state

ଗ୍ରାହକ ବେଶରେ ଆସୁଥିଲେ ଲୁଟୁଥିଲେ ସୁନାଗହଣା: CCTVରେ ଚୋରି ଦୃଶ୍ୟ କଏଦ, ୨ ଆନ୍ତଃରାଜ୍ୟ ଲୁଟେରା ଗିରଫ

author img

By ETV Bharat Odisha Team

Published : Oct 27, 2023, 7:40 PM IST

ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି, ୨ ଆନ୍ତଃରାଜ୍ୟ ଲୁଟେରା ଗିରଫ
ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି, ୨ ଆନ୍ତଃରାଜ୍ୟ ଲୁଟେରା ଗିରଫ

ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ଅଭିଯୋଗରେ ୨ ଗିରଫ । ସେମାନଙ୍କ ଠାରୁ ନଗଦ ଟଙ୍କା ସହ ସୁନା ଗହଣା ଜବତ କରିଛି ପୋଲିସ । ଅଧିକ ପଢନ୍ତୁ

ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି, ୨ ଆନ୍ତଃରାଜ୍ୟ ଲୁଟେରା ଗିରଫ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଦିନକୁ ଦିନ ଚୋରି ଲୁଟ ଆଦି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଏବେ ପାର୍ବଣର ମାହୋଲ ଚାଲିଥିବା ବେଳେ ଦୋକାନ ଗୁଡିକରେ ଅଧିକ ଭିଡ ଦେଖିବାକୁ ମିଳିଛି । ହେଲେ ଏହାର ଫାଇଦା ନେଉଛନ୍ତି ଅପରାଧୀମାନେ । ଅପରାଧୀମାନେ ଗ୍ରହାକ ବେଶରେ ବଡ ବଡ ସୁନାଗହଣା ଦୋକାନକୁ ଯାଇ ଚୋରି କରିବାରେ ସଫଳ ହେଉଛନ୍ତି । ତେବେ ଏପରି କିଛି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜର ରରୁଆଁ ଥାନା ଅନ୍ତର୍ଗତ ଶୁକୃଳି ବଜାରରେ ।

ମନୋଜ ଜୁଏଲାରୀ ନାମକ ଏକ ଗହଣା ଦୋକାନରୁ ଗ୍ରାହକ ବେଶରେ ଆସି ଚୋରି କରିବାରେ ସଫଳ ହୋଇଥିଲେ ୨ ଆନ୍ତଃରାଜ୍ୟ ଲୁଟେରା । ଏହା ପରେ ପୁଣି ବିଶୋଇ ଥାନା ଅନ୍ତର୍ଗତ ବିଶୋଇ ବଜାରରେ ଏକ ସୁନା ଦୋକାନ ଲୁଟ କରିବା ପାଇଁ ଆସିଥିଲେ । କିନ୍ତୁ ପୋଲିସ କୌଣସି ସୂୂତ୍ରରୁ ଖବର ପାଇଁ ଉଭୟ ଚୋରଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଜବତ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଗତକାଲି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡର ରରୁଆଁ ଥାନା ଅନ୍ତର୍ଗତ ଶୁକୃଳି ବଜାରରେ ଥିବା ମନୋଜ ଜୁଏଲାରୀ ଦୋକାନକୁ ଦୁଇ ଜଣ ଯୁବକ ସୁନା ଗହଣା କିଣିବାକୁ ଆସିଥିଲେ । ତେବେ ଦୋକାନୀ ଜଣକ ଅନ୍ୟମନସ୍କ ହେବାରୁ ସେଠାରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଧରି ଚମ୍ପଟ ମାରିଥିଲେ ।ଏହା ପରେ ରାଇରଙ୍ଗପୁର ସହରର ଜଣେ ପ୍ରତିଷ୍ଠିତ ସୁନା ଗହଣା ବ୍ୟବସାୟୀଙ୍କ ଦୋକାନ ଯାଇ ସେଠାରୁ ମଧ୍ୟ ଚୋରି ଉଦ୍ୟମ କରି ବିଫଳ ହୋଇଥିଲେ । ହେଲେ ଦୋକାନରେ ଥିବା ସିସିଟିଭିରେ ସେମାନଙ୍କର ଗତିବିଧି ରେକର୍ଡ ହୋଇ ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ରାଜଧାନୀରେ ହାଇପ୍ରୋଫାଇଲ ଚୋରି ଘଟଣା: ୨୬ଲକ୍ଷ ଟଙ୍କା ଜବତ, ଖଣ୍ଡଗିରିରୁ ୫ ଗିରଫ

ଏହି ସିସିଟିଭି ଫୁଟେଜକୁ ଦୋକାନୀ ମାନେ ନିଜ ନିଜ ଭିତରେ ସେୟାର କରିଥିଲେ । ଏହାରି ଭିତରେ ଚୋରମାନେ ପୁଣି ବିଶୋଇ ବଜାରକୁ ଯାଇ ସେଠାରେ ଥିବା ଶୁଭଲକ୍ଷ୍ମୀ ଗହଣା ଦୋକାନକୁ ଯାଇ ସୁନାଗହଣା କିଣିବା ବାହାନାରେ ଚୋରି କରିବାକୁ ଉଦ୍ୟମ କରିଥିଲେ । ତେବେ ପୂର୍ବରୁ ସୂଚନା ପାଇଥିବା ଦୋକାନୀ ଜଣକ ଚୋରମାନଙ୍କୁ ଚିହ୍ନି ପାରି ବିଶୋଇ ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବିଶୋଇ ଥାନା ପୋଲିସ ଦୁଇଜଣ ଚୋରକୁ ଗିରଫ କରିବା ସହିତ ସେମାନେ ବ୍ୟବହାର କରୁଥିବା ଏକ ପଲସର ବାଇକକୁ ମଧ୍ୟ ଜବତ କରିଥିଲା ।

ଏଥିସହିତ ସେମାନଙ୍କ ନିକଟରୁ କିଛି ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନାଗହଣା ଜବତ କରାଯାଇଥିଲା । ପଚରାଉଚରା ପରେ ଉଭୟ ଚୋର ବିଭିନ୍ନ ସୁନା ଦୋକାନକୁ ଯାଇ ଚୋରି କରୁଥିବା ସ୍ୱୀକାର କରିଥିଲେ । ତେବେ ଉଭୟ ଆନ୍ତଃରାଜ୍ୟ ଚୋର ହେଲେ ମଧ୍ୟପ୍ରଦେଶ ରାଜ୍ୟ ଦେଓଝରୀ ଅଞ୍ଚଳର ମିଆଁ ସାମ ହୁସେନ ଓ ଅନ୍ୟ ଜଣେ ହେଲେ ନୂଆପଡା ଜିଲ୍ଲା ଯୁଙ୍ଗ ଥାନା ଅଞ୍ଚଳର ମହମ୍ମଦ ଅଲ୍ଲୀ । ବିଶୋଇ ଥାନା ପୋଲିସ ଉଭୟ ଚୋରଙ୍କୁ ରରୁଆଁ ଥାନା ପୋଲିସକୁ ହସ୍ତାନ୍ତର କରିଥିବା ସୂଚନା ରହିଛି ।

ଇଟିଭି ଭାରତ,ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.