ETV Bharat / state

ରାଜଧାନୀରେ ହାଇପ୍ରୋଫାଇଲ ଚୋରି ଘଟଣା: ୨୬ଲକ୍ଷ ଟଙ୍କା ଜବତ, ଖଣ୍ଡଗିରିରୁ ୫ ଗିରଫ

author img

By ETV Bharat Odisha Team

Published : Oct 26, 2023, 5:48 PM IST

ଭୁବନେଶ୍ବରରୁ ନଗଦ ୨୬ ଲକ୍ଷ ଟଙ୍କା କ୍ୟାସ ଜବତ ହୋଇଥିବା ଜଣାପଡିଛି । ଖଣ୍ଡଗିରି ଅଞ୍ଚଳରୁ ୫ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

huge amount of cash seized
ଜବତ ହେଲା ପୁଳା ପୁଳା ଟଙ୍କା

ଭୁବନେଶ୍ୱର: ରାଜଧାନୀରେ ହାଇପ୍ରୋଫାଇଲ ଚୋରି ଘଟଣାରେ ଜବତ ହେଲା ପୁଳା ପୁଳା ଟଙ୍କା । ଭୁବନେଶ୍ବରରୁ ନଗଦ ୨୬ଲକ୍ଷ ଟଙ୍କା କ୍ୟାସ ଜବତ ହୋଇଥିବା ଜଣାପଡିଛି ।ଖଣ୍ଡଗିରି ଅଞ୍ଚଳରୁ ୫ଜଣଙ୍କୁ ଗିରଫ କରିଛି ପୋଲିସ । ଭୁବନେଶ୍ୱରରୁ ଏହି ଅଭିଯୁକ୍ତଙ୍କୁ କାବୁ କରି ସେମାନଙ୍କଠାରୁ ବିପୁଳ ପରିମାଣର‌ ଟଙ୍କା ଜବତ କରିଛି ପୋଲିସ । ତେବେ ଏହି
୫ଜଣ ଅଭିଯୁକ୍ତଙ୍କଠାରୁ ଜବତ ହୋଇଛି ୨୬ଲକ୍ଷ ଟଙ୍କା ଜବତ ହୋଇଥିବା ଜଣାପଡିଛି ।

ଜବତ ହୋଇଥିବା ୨୬ଲକ୍ଷ ଟଙ୍କା ମଧ୍ୟରୁ ସମସ୍ତ ୫୦୦ଟଙ୍କିଆ ନୋଟ୍ ରହିଥିବା ସୂଚନା ଦେଇଛି ପୋଲିସ । ଏକ ହାଇପ୍ରୋଫାଇଲ ଚୋରି ଘଟଣାରେ ଏତେ ବଡ଼ ପରିମାଣର ଟଙ୍କା ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ପ୍ରକୃତି ବିହାରରୁ ଜଣେ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଥିଲା । ଏହି ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଛାନଭିନ ବେଳେ ୫ଜଣ କୁଖ୍ୟାତ ଅପରାଧୀଙ୍କୁ ଧରିବା ସହ କମିଶନରେଟ ପୋଲିସ ହାତରେ‌ ଲାଗିଛି ଚୋରି ହୋଇଥିବା ୨୬ଲକ୍ଷ ଟଙ୍କା।

ଏହା ବି ପଢନ୍ତୁ...ହାପ୍‌ ପ୍ୟାଣ୍ଟରେ ପସି ଫୁଲ୍‌ ପ୍ୟାଣ୍ଟ୍‌ ଚୋରି, ମାର୍କେଟ ବିଲ୍ଡିଂ ମଲ୍‌ରୁ ଧରାପଡ଼ିଲା ଡ୍ରେସ୍‌ ଚୋର

ଏହା ବି ପଢନ୍ତୁ...ସହରରେ ମାତିଛନ୍ତି ଅପରାଧି: ଅସୁରକ୍ଷିତ ସିକ୍ୟୁରିଟି ଗାର୍ଡ, ବିପଦରେ ଧନଜୀବନ

ପାର୍ବଣରେ ଅପରାଧ ଘଟାଇଥିବା ଏହି ୫ ଜଣ କୁଖ୍ୟାତ ଚୋରଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ପ୍ରକୃତି ବିହାର ସ୍ଥିତ ଜଣେ ବ୍ୟକ୍ତିଙ୍କ ଘରୁ ସେମାନେ ଚୋରି କରିଥିବା ଜଣାପଡିଛି । ବ୍ୟକ୍ତି ଜଣକ ବାହାଘର ପାଇଁ ଟଙ୍କା ରଖିଥିବାବେଳେ ଏହାକୁ ଚୋରି କରିନେଇଥିଲେ ଦୁର୍ବୃତ୍ତ। ଗତ ୧୫ ତାରିଖରେ ପ୍ରକୃତି ବିହାରରୁ ଘରୁ ପଶି ସେମାନେ ଚୋରି କରିନେଇଥିଲେ। ଏନେଇ ଖଣ୍ଡଗିରି ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଆଉ ତଦନ୍ତ ବେଳେ ପୋଲିସକୁ ମିଳିଛି ସଫଳତା । "ଚୋରି ହୋଇଥିବା ନଗଦ ଟଙ୍କା ୨୬ଲକ୍ଷ ଜବତ ହୋଇଛି। ସମସ୍ତ ଚୋରି ଟଙ୍କାକୁ ଜବତ କରାଯାଇଛି" ବୋଲି କହିଛନ୍ତି ଆଇଆଇସି ।

ଏହା ବି ପଢନ୍ତୁ...ପୂଜା ମଣ୍ଡପରେ ମାତିଲେ ଲୁଟେରା, ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ ଅଭିଯୋଗ

ସେପଟେ ଦୁର୍ଗାପୂଜା ସମୟରେ କଡ଼ା ସୁରକ୍ଷା ବଳୟରେ ରହିଥିଲା ରାଜଧାନୀ ଭୁବନେଶ୍ବର । କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଥିଲେ ସୁଦ୍ଧା ଅପରାଧ ଥମିନଥିଲା । କେତେବେଳେ ପୂଜା ମଣ୍ଡପରୁ ଚେନ୍ ଛିନତାଇ ତ କେତେବେଳେ ଘରେ ସମସ୍ତେ ପୂଜା ବୁଲି ଯିବା ସମୟରେ ଘରୁ ଚୋରି ହୋଇଥିବା ଭଳି ଖବର ଆସିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.