ETV Bharat / state

ନବ ଦାସଙ୍କ ହତ୍ୟା ମାମଲା, ସିବିଆଇ ତଦନ୍ତ ଦାବି ନେଇ ବିଜେପିର କମ୍ପନ

author img

By

Published : Mar 5, 2023, 7:29 PM IST

ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ଜାରି ରହିଛି ବିଜେପିର ବିକ୍ଷୋଭ ପ୍ରଦର୍ଶନ। ସିବିଆଇ ତଦନ୍ତ ଦାବି ନେଇ ତେଜୁଛି ଦାବି। ଅଧିକ ପଢ଼ନ୍ତୁ । ଅଧିକ ପଢ଼ନ୍ତୁ

ସିବିଆଇ ତଦନ୍ତ ଦାବି ନେଇ ବିଜେପିର କମ୍ପନ
ସିବିଆଇ ତଦନ୍ତ ଦାବି ନେଇ ବିଜେପିର କମ୍ପନ

ରାଇରଙ୍ଗପୁର: ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟା ମାମଲାକୁ ନେଇ ସରଗରମ ହେବାରେ ଲାଗିଛି ରାଜ୍ୟ ରଜନୀତି । ଏହାସହ ନବ ଦାସଙ୍କ ହତ୍ୟା ମାମଲାରେ ସରକାର କିଛି ଆଖି ଦୃଶିଆ ପଦକ୍ଷପ ନେଉନଥିବା ଅଭିଯୋଗ କରିଛି ବିଜେପି । ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଏହାସହ ଗତ 28 ତାରିଖରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ସମ୍ମୁଖରେ ଆନ୍ଦୋଳନ ମାମଲାକୁ ନେଇ ଗର୍ଜିଛି ବିଜେପି । ଯୁବମୋର୍ଚ୍ଚା ପକ୍ଷରୁ କରାଯାଇଥିବା ଶାନ୍ତିପୂର୍ଣ୍ଣ ରାଲିରେ ଅଗଣତାନ୍ତ୍ରିକ ଭାବେ ବିଜେପି କର୍ମକର୍ତ୍ତାଙ୍କୁ ପୋଲିସ ଅମାନୁଷିକ ଭାବେ ମାଡ ମାରିବାକୁ ନେଇ ଜୋର ଧରିଛି ବିଜେପିର ବିକ୍ଷୋଭ । ତାଙ୍କୁ ବିନା ସର୍ତ୍ତରେ ଛିଡିବାକୁ ଦାବି କରିଛନ୍ତି ବିଜେପି ଜିଲ୍ଲା ସଭାପତି ।

ତେବେ ଏନେଇ ଶନିବାର ମୟୂରଭଞ୍ଜ ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ବିଜେପି ପକ୍ଷରୁ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ସେଠାରେ ଭାରତୀୟ ଜନତା ପାର୍ଟିର ନେତା ଓ କର୍ମୀମାନେ ଧାରଣା ପ୍ରଦର୍ଶନ କରିଥିଲେ । ରାଜ୍ୟର ବିଭିନ୍ନ ଥାନାରେ ବିଜେପି ପକ୍ଷରୁ ଡିଜିପି, ଭୁବନେଶ୍ବର ଡିସିପି ଓ ପୋଲିସ କମିଶନରଙ୍କ ବିରୋଧରେ ଏତଲା ଦିଆ ଯାଇଥିଲା । ପୋଲିସ ପକ୍ଷରୁ ଏତଲାଗୁଡ଼ିକୁ ରେଜିଷ୍ଟ୍ରେସନ କରା ଯାଇନଥିବାରୁ ଏହାର ପ୍ରତିବାଦରେ ଆରକ୍ଷୀ ଅଧିକକ୍ଷଙ୍କ କାର୍ଯାଳୟ ଘେରାଉ କରିଥିଲା ବିଜେପି । ବହୁ ସଂଖ୍ୟାରେ ବିଜେପିର କାର୍ଯ୍ୟକର୍ତ୍ତା, ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚାଙ୍କ ସହିତ ବରିଷ୍ଠ ନେତା ଓ ତୁଙ୍ଗ ନେତାମାନେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ପରେ ବଦନାମ ପୋଲିସ ! ଛବି ସୁଧାରିବାକୁ ସ୍ବତନ୍ତ୍ର ଅଧିବେଶନ

ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ଯାଇଥିବା ନେଇ ଉଭୟ ରାଜ୍ୟ ସରକାର ଓ ପୋଲିସ ଉପରେ ବର୍ଷିଥିଲେ ବିଜେପିର ବରିଷ୍ଠ ନେତାମାନେ । ତେବେ ସୂଚନାଯୋଗ୍ୟ ଯେ, ଗତ ୨୮ ତାରିଖରେ ଭୁବନେଶ୍ଵର ଲୋୟର ପିଏମଜିରେ ବିଜେପି ଯୁବମୋର୍ଚ୍ଚା ଆନ୍ଦୋଳନ ବେଳେ ପୋଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା । ପରେ ପୋଲିସ ଯୁବ ମୋର୍ଚ୍ଚାର ସଭାପତିଙ୍କ ସମେତ ୨୨ ଜଣ ବିଜେପି କର୍ମୀଙ୍କୁ ଗିରଫ କରି ବିଭିନ୍ନ ଧାରା ଲଗାଇ କୋର୍ଟ ଚାଲାଣ କରିଥିଲା । ପୋଲିସର ଏଭଳି ଆଚରଣକୁ ନେଇ ସାରା ରାଜ୍ୟରେ ଏବେ ବିଜେପି ରାଜରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.