ETV Bharat / state

ଲକ୍ଷାଧିକ ଟଙ୍କାର ଚୋରା ସାମଗ୍ରୀ ସହିତ ଗଞ୍ଜେଇ ଜବତ , ୪ ଗିରଫ

author img

By ETV Bharat Odisha Team

Published : Nov 8, 2023, 9:53 AM IST

ଲକ୍ଷାଧିକ ଟଙ୍କାର ଚୋରା ସାମଗ୍ରୀ ସହିତ ଗଞ୍ଜେଇ ଜବତ
ଲକ୍ଷାଧିକ ଟଙ୍କାର ଚୋରା ସାମଗ୍ରୀ ସହିତ ଗଞ୍ଜେଇ ଜବତ

ଯାତ୍ରୀବାହୀ ବସରୁ ୪୮ କେଜି ଗଞ୍ଜେଇ ସହ ଚୋରା ସାମଗ୍ରୀ ଜବତ କରିଛି ବିଶୋଇ ଥାନା ପୋଲିସ । ଏହି ଘଟଣାରେ ୪ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

ଲକ୍ଷାଧିକ ଟଙ୍କାର ଚୋରା ସାମଗ୍ରୀ ସହିତ ଗଞ୍ଜେଇ ଜବତ

ରାଇରଙ୍ଗପୁର: ବିଶୋଇ ଥାନା ପୋଲିସକୁ ବଡ ସଫଳତା । ଯାତ୍ରୀବାହୀ ବସରୁ ୪୮ କେଜି ଗଞ୍ଜେଇ ସହ ଚୋରା ସାମଗ୍ରୀ ଜବତ କରିଛି ପୋଲିସ । ଏନେଇ ବିଶୋଇ ଥାନାରେ ୨ଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ୪ ଜଣକୁ ଗିରଫ କରିଯାଇଛି । ତେବେ ଲକ୍ଷାଧିକ ଟଙ୍କାର ଚୋରା ବ୍ୟାଟେରୀ ଓ ଇଲେକ୍ଟ୍ରି ତାର ଚାଲାଣ ପାଇଁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଧିନ ମାନପୁର ଗ୍ରାମର ବସ୍ କଣ୍ଡକ୍ଟର ଅଜିତ କୁମାର ବେହେରାକୁ ପୋଲିସ ଗିରଫ କରିଛି । ସେହିପରି ଗଞ୍ଜେଇ ଚାଲାଣ କରି ପଶ୍ଚିମବଙ୍ଗ ବିରଭୂମ ଜିଲ୍ଲା ବଲପୁର ଥାନା ଅଞ୍ଚଳର ଦମ୍ପତ୍ତି ବରୁଣ ବାନାର୍ଜୀ ଓ ଲାଖି ବାନାର୍ଜୀଙ୍କ ସହ ଉତ୍ତରପ୍ରଦେଶ ଗାଜିପୁର ଜିଲ୍ଳାର ରାମସାକ୍ଷୀ ଦେବୀଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ, ଗତକାଲି କେନ୍ଦୁଝରରୁ କଲିକତା ଅଭିମୁଖେ ଯାଉଥିଲା OD11E9460 ରେଜିଷ୍ଟ୍ରେସନ ନଂ ବିଶିଷ୍ଟ ଅଗ୍ରୱାଲ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ । ଏଥିରେ ବେଆଇନ ଚୋରା ସାମଗ୍ରୀ ଚାଲାଣ ହୋଉଥିବା ନେଇ ପୋଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇଥିଲା । ଏନେଇ ବିଶୋଇ ଥାନା ପୋଲିସ ୪୯ ନଂ ଜାତୀୟ ରାଜପଥ ସ୍ଥିତ ରଜାବସାଠାରେ ଜଗି ବସିଥିଲେ। ତେବେ ରାତି ପ୍ରାୟ ୧୧.୩୦ ସମୟରେ ଉକ୍ତ ସ୍ଥାନରେ ବସ୍‌ ଉପରେ ଅଚାନକ ଚଢ଼ାଉ କରିଥିଲା ପୋଲିସ । ଚଢ଼ାଉ କରି ବସ୍‌ରୁ ଲକ୍ଷାଧିକ ଟଙ୍କାର ଚୋରା ବ୍ୟାଟେରୀ, ଇଲେକ୍ଟ୍ରି ତାର ଜବତ କରିଥିବା ବେଳେ ବସ୍‌ରୁ ୪ ଅଖା ଗଞ୍ଜେଇ ଜବତ କରାଯାଇଥିଲା । ପରେ ବିଶୋଇ ଥାନା ପୋଲିସ ବସ୍ କଣ୍ଡକ୍ଟର ଅଜିତ ଓ କୋଲକାତାକୁ ଗଞ୍ଜେଇ ନେଉଥିବା ଦମ୍ପତ୍ତି ଓ ମହିଳାକୁ ଗିରଫ କରି ଥାନାକୁ ଆଣିଥିଲା ।

ଏହା ମଧ୍ୟ ପଢନ୍ତୁ- ଫିରିଙ୍ଗିଆ ପୋଲିସକୁ ସଫଳତା, ୨୪କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ୫ ଗିରଫ

ତେବେ ବ୍ୟାଟେରୀ, ଇଲେକ୍ଟ୍ରି ତାର ଓ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହୋଇଥିବା ବେଳେ ୪୯ କେଜି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୭ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ଖବରପାଇ ରାଇରଙ୍ଗପୁର ଭାରପ୍ରାପ୍ତ ଏଏସ୍‌ପି ଉମାଶଙ୍କର ମହାରଣା ଓ ରାଇରଙ୍ଗପୁର ଏସ୍‌ଡିପିଓ ଗୋକୁଳାନନ୍ଦ ସାହୁ ପହଞ୍ଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିଲେ । ଏଥି ସହିତ ବିଶୋଇ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ପରେ ରାଇରଙ୍ଗପୁର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଯଥାଶୀଘ୍ର ଗିରଫ କରିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.