ETV Bharat / state

ସାମାନ୍ୟ ବଚସାରୁ ରକ୍ତପାତ, ପୁତୁରାର ଆକ୍ରମଣରେ ସମ୍ପର୍କୀୟ କକା ମୃତ

author img

By

Published : Aug 15, 2021, 7:33 AM IST

ସାମାନ୍ୟ ବଚସାରୁ ରକ୍ତ ପାତ,  ପୁତୁରାର ଆକ୍ରମଣରେ ସମ୍ପର୍କୀୟ କକା ମୃତ
ସାମାନ୍ୟ ବଚସାରୁ ରକ୍ତ ପାତ, ପୁତୁରାର ଆକ୍ରମଣରେ ସମ୍ପର୍କୀୟ କକା ମୃତ

ସମ୍ପର୍କୀୟ କକାଙ୍କୁ କୁରାଢି ବେଣ୍ଟରେ ପିଟି ପିଟି ହତ୍ୟା କଲା ପୁତୁରା । ଅଧିକ ପଢନ୍ତୁ...

ରାଇରଙ୍ଗପୁର: ସାମାନ୍ୟ ବଚସାରୁ ରକ୍ତପାତ । ସମ୍ପର୍କୀୟ କକାଙ୍କୁ କୁରାଢି ବେଣ୍ଟରେ ପିଟି ପିଟି ହତ୍ୟା କଲା ପୁତୁରା । ଏଭଳି ଏକ ଅଭାବନୀୟ ଘଟଣାଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ବୁଢ଼ାମରା ଗ୍ରାମରେ। ମୃତକ ଜଣକ ହେଉଛନ୍ତି ସେହି ଗ୍ରାମର ସୁକେଶ ମହାନ୍ତ ।

ସାମାନ୍ୟ ବଚସାରୁ ରକ୍ତ ପାତ, ପୁତୁରାର ଆକ୍ରମଣରେ ସମ୍ପର୍କୀୟ କକା ମୃତ

ମିଳିଥିବା ସୂଚନା ଅନୁଯାୟୀ, ସୁକେଶ ମହାନ୍ତ ଓ ତାଙ୍କ ସମ୍ପର୍କୀୟ ପୁତୁରା ଚନ୍ଦ୍ର ମୋହନ ମହାନ୍ତ ଛେଳି ଚରାଇ ଫେରୁଥିବା ବେଳେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଚନ୍ଦ୍ର ମୋହନ ସୁକେଶଙ୍କ ମୁଣ୍ଡରେ ଏକ କୁରାଢି ବେଣ୍ଟରେ ଆକ୍ରମଣ କରିଥିଲା । ସୁକେଶଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ବୋହୂ ଶାନ୍ତିଲତା ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ସୁକେଶଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ତେବେ ବୋହୂ ଶାନ୍ତିଲତା ମଧ୍ୟ ଏଥିରେ ଆହତ ହୋଇଥିଲେ ।

ଘଟଣା ସମ୍ପର୍କରେ ଖବର ପାଇ ରାଇରଙ୍ଗପୁର ଟାଉନଥାନା ଅଧିକାରିଣୀ ରେଣୁବାଳା ସାହୁ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିବା ସହିତ ହତ୍ଯା ଘଟଣାରେ ସଂପୃକ୍ତ ଚନ୍ଦ୍ର ମୋହନକୁ ଗିରଫ କରିଥିଲେ। ସେପଟେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହକୁ ଜବତ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.