ETV Bharat / state

କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ ମାଲକାନଗିରି ଗସ୍ତ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

author img

By

Published : Jul 7, 2023, 8:59 AM IST

Updated : Jul 7, 2023, 2:12 PM IST

କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ ମାଲକାନଗିରି ଗସ୍ତ
କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି ଜିଲ୍ଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଖଇରପୁଟୁରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ । ଅଧିକ ପଢନ୍ତୁ

କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି: କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଗୁରୁବାର ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଖଇରପୁଟଠାରେ ବଣ୍ଡା ଓ ଦିଦାଇ ଛାତ୍ରଛାତ୍ରୀଙ୍କ ଉତ୍ତମ ପାଠପଢା ପାଇଁ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହିଭଳି ବାଲିମେଳାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଏକ ଶ୍ରେଣୀଗୃହ ଉଦଘାଟିତ କରିଛନ୍ତି । ଏହାପରେ ସେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଭାରତରେ ହୋଇଥିବା ବିକାଶ କାର୍ଯ୍ୟ ବଖାଣିବାକୁ ବାଲିମେଳା ବିଜ୍ଞାପିତ ଅଞ୍ଚଳର କିଛି ୱାର୍ଡ ବୁଲିଥିଲେ ।

ଏହାମଧ୍ୟ ପଢନ୍ତୁ: ମାଲକାନଗିରି ଚିକିତ୍ସାଳୟରେ ନାହିଁ ପ୍ଲେଟ୍‌ଲେଟ୍‌ ବ୍ୟବସ୍ଥା, କେମିତି ଚିକିତ୍ସିତ ହେବେ ଡେଙ୍ଗୁ ରୋଗୀ ?

ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଟୁଟୁଙ୍କ ସହ ମାଲକାନଗିରି ବିଧାୟକ ଆଦିତ୍ଯ ମାଡି, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ଜିଲ୍ଲା ସଭାପତି ନିମାଇ ପାଲ୍, ସାଧାରଣ ସମ୍ପାଦକ ମାଣିକ୍ ଚକ୍ରବର୍ତ୍ତୀ, ବାଲିମେଳା ଏନଏସି ଅଧ୍ୟକ୍ଷ ପ୍ରଦୀପ ନାୟକ ଏବଂ ବିଜେପି ଦଳର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଗୁରୁବାର ଅପରାହ୍ନରେ ବାଲିମେଳା ଗେଷ୍ଟ ହାଉସ ଠାରେ କେନ୍ଦ୍ରମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ରାଜ୍ଯ ସରକାରଙ୍କ ଅପାରଗତାକୁ ନେଇ ସରକାରଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେ ଯେ, ରାଜ୍ୟ ସରକାର ଲୋକଙ୍କ ପାଇଁ କାମ କରୁନାହାନ୍ତି । ସ୍ବାଧୀନତାର 75 ବର୍ଷ ପରେ ମଧ୍ୟ ଆଦିବାସୀ ଜନଜାତିଙ୍କ ବିକାଶ କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଛି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧାରୁ ଏମାନେ ବଞ୍ଚିତ । ବଣ୍ଡା ଜନଜାତିଙ୍କ ବିକାଶ କରିବାକୁ ହେଲେ ଶିକ୍ଷା କ୍ଷେତ୍ରରେ ବିକାଶ ଆବଶ୍ୟକ ବୋଲି କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଟୁ଼ଡୁ କହିଛନ୍ତି ଯେ, ଶିକ୍ଷା କ୍ଷେତ୍ରରେ ବଣ୍ଡା ଜନଜାତିଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖାଇରପୁଟରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେଉଛି । ଯାହାଫଳରେ ଆଉ କୌଣସି ଛାତ୍ରଛାତ୍ରୀଙ୍କୁ ଅଧାରୁ ପାଠ ଛାଡ଼ିବାକୁ ପଡ଼ିବ ନାହିଁ । ଏହି ବିଦ୍ୟାଳୟରେ ସମ୍ପୂର୍ଣ୍ଣ ମାଗଣାରେ ଶିକ୍ଷାଦାନ କରାଯିବ । ଏଥିପାଇଁ କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ । ପାନୀୟ ଜଳ ଯୋଗାଣ, ବଣ୍ଡା ଜନଜାତି ଓ ଦିଦାଇ ଜନଜାତି ଲୋକଙ୍କ ଉନ୍ନତିକରଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁଳି ଯୋଗାଣ, ଅମୃତ ସରୋବର, ଖଣି ଖାଦାନର ବିକାଶ ଭଳି ବହୁ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ । 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ଇଟିଭି ଭାରତ, ମାଲକାନଗିରି

Last Updated :Jul 7, 2023, 2:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.