ମାଲକାନଗିରିରେ ମୁଣ୍ଡ ନେଉଛି ଅଜଣା ରୋଗ, ୧୦ ଦିନରେ ଗଲାଣି ୭ ଜୀବନ

author img

By

Published : Sep 10, 2022, 12:35 PM IST

Updated : Sep 10, 2022, 4:17 PM IST

ମାଲକାନଗିରିରେ ଅଜଣା ରୋଗ, ୧୦ ଦିନରେ ଗଲାଣି ୬ ଜୀବନ

ମାଲକାନଗିରି ମାଥିଲି ବ୍ଲକରେ ବ୍ୟାପିଛି ଅଜଣା ରୋଗ । ଗତ ୧୦ ଦିନ ମଧ୍ୟରେ ଗଲାଣି ୭ ଜଣଙ୍କ ଜୀବନ । ଅଧିକ ପଢନ୍ତୁ

ମାଲକାନଗିରି: ଜିଲ୍ଲାର ମାଥିଲି ବ୍ଲକ ହଳଦୀକୁଣ୍ଡ ଗ୍ରାମରେ ଅଜଣା ରୋଗ ବ୍ୟାପିଛି (Unknown disease terror in Mathili block) । ହଳଦୀକୁଣ୍ଡରେ ଲାଗୁ ନାହିଁ ମୃତ୍ୟୁରେ ରୋକ । ଆଜି ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ଏହି ନୂଆ ମୃତକଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୦ ଦିନରେ ୭ ରେ ପହଞ୍ଚିଛି । ଏବେ ବି ୧୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବା ବେଳେ ଆକ୍ରାନ୍ତଙ୍କ ଗୋଡ ଫୁଲିବା ସାଙ୍ଗକୁ ଜ୍ବର ହେବା ପରେ ଚାଲିଯାଉଛି ଜୀବନ । ଏହି ଘଟଣା ପରେ ଡାକ୍ତରୀ ଟିମ ଗାଁରେ ପହଞ୍ଚିଥିଲେ ମଧ୍ୟ ଚିକିତ୍ସା ପାଇଁ ଗ୍ରାମବାସୀ ସହଯୋଗ କରୁନଥିବା ଦେଖିବାକୁ ମିଳିଛି ।

ମାଲକାନଗିରିରେ ମୁଣ୍ଡ ନେଉଛି ଅଜଣା ରୋଗ, ୧୦ ଦିନରେ ଗଲାଣି ୭ ଜୀବନ

ନୂଆ ମୃତକ ଜଣକ ହେଉଛନ୍ତି ଆଉତ୍ୟୁ ମାଡକାମୀ (୩୫) । ଅଜଣା ରୋଗ ବ୍ୟାପିବା ପରେ ଆଜି ମାଲକାନଗିରି ସଦର ମହକୁମାରୁ ଏକ ଡାକ୍ତରୀ ଟିମ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି । ରକ୍ତ ନମୁନା ସଂଗ୍ରହ କରି ଚିକିତ୍ସା ଆରମ୍ଭ କରିଛି । ଏବେ ବି ସେଠିକାର ଲୋକେ ଚିକିତ୍ସାଳୟ ଆସିବାକୁ ଅମଙ୍ଗ ହେଉଛନ୍ତି । ପାଣି ସହ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଏବେ ବି ଗାଁରେ ୧୨ରୁ ୧୫ ଜଣ ଗୁରୁତର ହୋଇ ରହିଛନ୍ତି।

ମାଲକାନଗିରିରେ ମୁଣ୍ଡ ନେଉଛି ଅଜଣା ରୋଗ, ୧୦ ଦିନରେ ଗଲାଣି ୭ ଜୀବନ

ପ୍ରାୟ 10 ହେବ ଗାଁରେ ଅଜଣା ରୋଗ ଖେଳାଇଛି ଆତଙ୍କ

ଝଡାଫୁଙ୍କା ଓ ଗୁଣିଆ ଉପରେ ଭରସା କରୁଥିବା ବେଳେ କ୍ବାକ ନେଉଛି ଫାଇଦା । ଡାକ୍ତରଙ୍କ ଅଭିଯୋଗ ପରେ ଜଣେ କ୍ବାକକୁ ମାଥିଲି ପୋଲିସ ଗିରଫ କରିଛି । ଡାକ୍ତରୀ ଟିମ ପହଞ୍ଚି ଏହି ରୋଗ କାରଣ ଖୋଜୁଛି । ହଳଦୀକୁଣ୍ଡ ଗ୍ରାମରେ ଗତ ୧୦ରୁ ୧୫ ଦିନ ତଳେ ଏହି ରୋଗ ଆରମ୍ଭ ହୋଇଥିଲା । ମାତ୍ର ଦେଖୁ ଦେଖୁ ଗତ ୧୦ ଦିନରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ରହିଛନ୍ତି ।

ଗୋଡ ଫୁଲିବା ରୋଗର ପ୍ରଥମ ଲକ୍ଷଣ

ଏହି ଅଜଣା ରୋଗରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କ ପ୍ରଥମେ ଗୋଡ ଫୁଲୁଛି ଓ ଏହାପରେ ଗୋଡ ଫୁଲିବା ସାଙ୍ଗକୁ ଜ୍ବର ମଧ୍ୟ ଆସୁଛି । ଗତ ୩ରୁ ୪ ଦିନ ଭିତରେ ଚାଲିଯାଉଛି ଜୀବନ । ଗତ କାଲି ମଧ୍ୟ ଜଣକର ମୃତ୍ୟୁ ହୋଇଛି । ହଳଦୀକୁଣ୍ଡ ଲୋକେ ଚିକିତ୍ସାକୁ ଯିବା ପରିବର୍ତ୍ତେ ଗୁଣିଗାରେଡି ଝଡାଫୁଙ୍କା ଉପରେ ଭରସା କରୁଛନ୍ତି । ସ୍ଥାନୀୟ ଗୁଣିଆଙ୍କ ପାଖେ ଝଡାଫୁଙ୍କା କରି କ୍ବାକ ପାଖରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଉଛନ୍ତି । ହଳଦୀକୁଣ୍ଡ ଗ୍ରାମଟି ଅପହଞ୍ଚ ଅଞ୍ଚଳରେ ଥିବାରୁ ସଚେତନ ଅଭାବରୁ ଏଭଳି ଘଟଣା ଘଟିବା ସହ ଅକାଳରେ ଚାଲିଯାଉଛି ଜୀବନ ।

ଏହା ବି ପଢନ୍ତୁ- କୁଟୁନପାଲି ଘାଟ ନିକଟରେ ଡଙ୍ଗା ବୁଡି, ଯନ୍ତ୍ରୀ ନିଖୋଜ

ଗାଁରେ ପହଞ୍ଚିଛି ଡାକ୍ତରୀ ଟିମ୍‌

ଏହି ଘଟଣା ଜାଣିବା ପରେ ଡାକ୍ତରୀ ଟିମ ହଳଦୀକୁଣ୍ଡ ଗ୍ରାମରେ ପହଞ୍ଚି ଆରମ୍ଭ କରିଛି ଚିକିତ୍ସା । କିନ୍ତୁ ଡାକ୍ତରୀ ଟିମକୁ ଗ୍ରାମବାସୀ ଅଧିକାଂଶ ଘରେ କରୁନାହାନ୍ତି ସହଯୋଗ । ଚିକିତ୍ସା କଲେ ମୃତ୍ୟୁ ହେଉଥିବା ସନ୍ଦେହ କରି ଚିକିତ୍ସାଳୟ ଆସୁନାହାନ୍ତି ରୋଗୀ । ଏପଟେ ଡାକ୍ତରୀ ଟିମ କିଛି ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରିବା ସହ ଚିକିତ୍ସା ଆରମ୍ଭ କରିଛି । ଚିକିତ୍ସାରେ କ୍ବାକର ସଂପୃକ୍ତି ଥିବା ନେଇ ଡାକ୍ତରୀ ଟିମ ଥାନାରେ ଜଣାଇବା ପରେ ଜଣେ କ୍ବାକକୁ ମାଥିଲି ପୋଲିସ ଗିରଫ କରିଛି । ପ୍ରଶାସନର ଏକ ଟିମ ହଳଦୀକୁଣ୍ଡ ଗ୍ରାମରେ ପହଞ୍ଚି ଲୋକଙ୍କୁ ସଚେତନ କରାଇବା ସହ ଉତ୍ତମ ଚିକିତ୍ସା ଯୋଗାଇ ନଦେଲେ ଆଗାମୀ ଦିନରେ ଅନେକ ଜୀବନ ଚାଲିଯିବ ଏଥିରେ ସନ୍ଦେହ ନାହିଁ ।

ଇଟିଭି ଭାରତ, ମାଲକାନଗିରି

Last Updated :Sep 10, 2022, 4:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.