କୁଟୁନପାଲି ଘାଟ ନିକଟରେ ଡଙ୍ଗା ବୁଡି, ଯନ୍ତ୍ରୀ ନିଖୋଜ

author img

By

Published : Sep 9, 2022, 10:25 PM IST

Updated : Sep 10, 2022, 7:43 AM IST

boat sinks and a person missing

ମାଲକାନଗିରି କାଲିମେଳା ବ୍ଲକ ଅନ୍ତର୍ଗତ କୁଟୁନପାଲି ଘାଟ ନିକଟରେ ଅଘଟଣ । ଡଙ୍ଗା ବୁଡି ଯିବାରୁ 12 ଜଣ ଉଦ୍ଧାର ହୋଇଥିବାବେଳେ ଜଣେ ନିଖୋଜ ଅଛନ୍ତି । ଅଧିକ ପଢ଼ନ୍ତୁ

ମାଲକାନଗିରି: କାଲିମେଳା ବ୍ଳକ ଅନ୍ତର୍ଗତ କୁଟୁମପାଲି ଡଙ୍ଗା ବୁଡି ଘଟଣା । ନିଖୋଜ ଥିବା 6 ଜଣଙ୍କ ମଧ୍ୟରୁ 5 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଦମକଳ ବାହିନୀ । ବର୍ତ୍ତମାନ ସୁଦ୍ଧା କୈଳାଶ ପ୍ରସାଦ ସାହୁ ନାମକ ଜଣେ ଯନ୍ତ୍ରୀ ନିଖୋଜ ରହିଥିବା ଜଣାପଡିଛି । ଏମଭି 79 ଠାରୁ ପଡିଆକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ପୋଟେରୁ ନଦୀରେ ଦୁର୍ଘଟଣା ଘଟିଛି ।

କୁଟୁନପାଲି ଘାଟ ନିକଟରେ ଡଙ୍ଗା ବୁଡି

କୁଟୁମପାଲି ଡ଼ଙ୍ଗା ଘାଟରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ନିୟୋଜିତ 12 ଜଣ କର୍ମଚାରୀ ଓ ତିନୋଟି ବାଇକକୁ ନେଇ ଏକ ମୋଟର ବୋଟ ନଦୀ ପାରି ହେଉଥିଲା । ହେଲେ ମଝି ନଦୀରେ ବୋଟ ମୋଟରଟି ବନ୍ଦ ହେବା ଫଳରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡିଥିଲା ଏବଂ ନଦୀର ପ୍ରଖର ସ୍ରୋତରେ ଡଙ୍ଗାଟି ବୁଡି ଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଭୁଶୁଡିଲା ମାଲକାନଗିରି ଆଇସିଡିଏସ ବିଲ୍ଡିଂ ଛାତ କଂକ୍ରିଟ, ଜଣେ କର୍ମଚାରୀ ଆହତ

ଏଥିରେ ଥିବା ମୋଟ 12 ଜଣ ଲୋକଙ୍କ ମଧ୍ୟରୁ 6 ଜଣ ପହଁରି କୂଳକୁ ପଳାଇ ଆସିଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି 5 ଜଣଙ୍କୁ ଉଦ୍ଧାର କରିଥିବା ବେଳେ ପୋଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଯନ୍ତ୍ରୀ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । ନିଖୋଜ ଯନ୍ତ୍ରୀ କୈଳାଶ ପ୍ରସାଦ ସାହୁଙ୍କ ଘର ମଧ୍ୟ ପ୍ରଦେଶ ବୋଲି ଜଣାପଡିଛି । ରାତି ହେବା ପରେ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଥିଲା । ପୁଣି ଆଜି ସକାଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଦମକଳ ବାହିନୀ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ମାଲକାନଗିରି

Last Updated :Sep 10, 2022, 7:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.