ETV Bharat / state

ଆନ୍ଧ୍ର-ଓଡ଼ିଶା ସୀମାରେ ପୋଲିସ ମାଓବାଦୀ ଗୁଳିବିନିମୟ

author img

By

Published : Jul 26, 2020, 1:09 PM IST

Updated : Jul 26, 2020, 1:49 PM IST

Naxal Police Encounter
ଆନ୍ଧ୍ର-ଓଡ଼ିଶା ସୀମାରେ ପୋଲିସ ଏନକାଉଣ୍ଟର

12:59 July 26

ଆନ୍ଧ୍ର-ଓଡ଼ିଶା ସୀମାରେ ପୋଲିସ ମାଓବାଦୀ ଗୁଳିବିନିମୟ

ମାଲକାନଗିରି: ଆନ୍ଧ୍ର-ଓଡ଼ିଶା ସୀମାରେ ଗୁଳିବିନିମୟ ଜାରି। ମାଓ ଶିବିର ଚାଲିଥିବା ନେଇ ଆନ୍ଧ୍ର-ଓଡିଶା ପୋଲିସର ମିଳିତ ଅପରେସନରେ ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ଘଟିଛି।  

ସୂଚନା ଅନୁସାରେ, ଆଜି(ରବିବାର) ମାଲକାନଗିରି ଜିଲ୍ଲାର ଚିତ୍ରାକୋଣ୍ଡା ସୀମାନ୍ତବର୍ତ୍ତି ଅଞ୍ଚଳ ଏବଂ ଆନ୍ଧ୍ରର ଆନ୍ନାଭାରାମ ପୋଲିସ ଷ୍ଟେସନ ସୀମାରେ ଥିବା ଗୁଜେଡି ଜଙ୍ଗଲ ଅଞ୍ଚଳରେ ଏହି ଗୁଳିବିନିମୟ ଘଟିଥିଲା ।  

ଯେଉଁଥିରେ ଓଡିଶା ଡିଭିଏଫ, ଏସଓଜି ଏବଂ ଆନ୍ଧ୍ର ଗ୍ରେ ହାଉଣ୍ଡ ପକ୍ଷରୁ ଅପରେସନ ହୋଇଥିଲା । ଆଉ ପୋଲିସ-ମାଓବାଦୀଙ୍କ ଗୁଳିବିନିମୟ ବେଳେ ଜଣେ ହାର୍ଡକୋର ମାଓବାଦୀର  ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଗୋଟିଏ 303 ବନ୍ଧୁକ ଏବଂ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Jul 26, 2020, 1:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.