ETV Bharat / state

ଲାଲଗଡରେ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ

author img

By

Published : Nov 13, 2019, 6:08 PM IST

Updated : Nov 13, 2019, 7:42 PM IST

ଫାଇଲ ଫଟୋ

ଲାଲଗଡ ମାଲକାନଗିରି ସୀମାନ୍ତରେ ପୋଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀ ଟଳିପଡିଛି।

ମାଲକାନଗିରି: ମାଲକାନଗିରି ସିମାନ୍ତରେ ପୋଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟିଛି । ଏଥିରେ ଜଣେ ମାଓବାଦୀ ମୃତ୍ୟୁ ଘଟିଥିବା ଜଣାପଡିଛି ।

ସୁଚନା ମୁତାବକ, ମାଲକାନଗିରି ସିମାନ୍ତ ଛତିଶଗଡ ସୁକମା ଜିଲ୍ଲାର ଭେଜି ଥାନା ଅନ୍ତର୍ଗତ ଗଞ୍ଚାନପାଲି ଜଙ୍ଗଲରେ ମାଓ କ୍ୟାମ୍ପ ଥିବା ନେଇ ଗୁଇନ୍ଦା ସୁତ୍ରରୁ ଖବର ମିଳିବା ପରେ ଡିଆରଜିର ଯବାନ କୁମ୍ବିଂ ଅପରେସନ ଜାରି କରିଥିଲେ ।

ଯବାନଙ୍କ ଆସିବା ପରେ ମାଓବାଦୀ ଗୁଳି ଚାଳନା କରିବାରୁ ଯବାନମାନେ ମଧ୍ୟ ମାଓବାଦୀଙ୍କୁ ପାଲଟା ଜବାବ ଦେଇଥିଲେ । ଫଳରେ ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ଘଟଣା ସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ନେଇ ସୁକମା ଏସପି ସୁଲଭ ସିହ୍ନା ସୂଚନା ଦେଇଛନ୍ତି। ନିହତ ହୋଇଥିବା ମାଓବାଦୀ ଜଣଙ୍କ ଜନମୋର୍ଚ୍ଚା କମାଣ୍ଡର କାଡତି ମୁତ୍ତା। ତାଙ୍କ ମୁଣ୍ଡରେ 1 ଲକ୍ଷ ଟଙ୍କାର ପୁରସ୍କାର ଥିବା ପୋଲିସ ପକ୍ଷରୁ କୁହାଯାଇଛି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

BLANK FOR LINK 


Conclusion:
Last Updated :Nov 13, 2019, 7:42 PM IST

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.