ମାଲକାନଗିରି ଗସ୍ତରେ DGP ଅଭୟ

author img

By

Published : Oct 13, 2021, 1:35 PM IST

ମାଲକାନଗିରି ଜିଲ୍ଲା ଗସ୍ତରେ DGP ଅଭୟ

ମାଲକାନଗିରି ଗସ୍ତରେ DGP ଅଭୟ। । ଆଉ ତାଙ୍କ ସହ ପହଞ୍ଚିଛନ୍ତି ଇଣ୍ଟେଲିଜେନ୍ସ ଡ଼ାଇରେକ୍ଟର ଲଳିତ ଦାସ, ଇଣ୍ଟେଲିଜେନ୍ସ ଆଇଜି ଅମିତାଭ ଠାକୁର, SIW DIG ଅନିରୁଦ୍ଧ ସିଂ ଏବଂ ଦକ୍ଷିଣାଞ୍ଚଳ DIG ରାଜେଶ ପଣ୍ଡିତ। ଅଧିକ ପଢନ୍ତୁ...

ମାଲକାନଗିରି: ଜିଲ୍ଲା ଗସ୍ତରେ DGP ଅଭୟ । ଆଉ ତାଙ୍କ ସହ ପହଞ୍ଚିଛନ୍ତି ଇଣ୍ଟେଲିଜେନ୍ସ ଡ଼ାଇରେକ୍ଟର ଲଳିତ ଦାସ, ଇଣ୍ଟେଲିଜେନ୍ସ ଆଇଜି ଅମିତାଭ ଠାକୁର, SIW DIG ଅନିରୁଦ୍ଧ ସିଂ ଏବଂ ଦକ୍ଷିଣାଞ୍ଚଳ DIG ରାଜେଶ ପଣ୍ଡିତ। ତେବେ ଗତକାଲି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ରେ ପୋଲିସ ମାଓବାଦୀ ଗୁଳିବିନିମୟ ହୋଇଥିଲା। ପୋଲିସର ଏନକାଉଣ୍ଟରରେ ତିନି ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ SLR, କାରବାଇନ ଭଳି ତିନୋଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ। ଏନେଇ ଆଜି(ବୁଧବାର) DGP ପହଞ୍ଚି ପ୍ରଥମେ ଅପରେସନରେ ଯାଇଥିବା SOG ଏବଂ DVF ଯବାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ପ୍ରଶଂସା କରିଥିଲେ ।

ମାଲକାନଗିରି ଜିଲ୍ଲା ଗସ୍ତରେ DGP ଅଭୟ

ତାପରେ ମାଲକାନଗିରି SP ଏବଂ BSF ଅନ୍ୟ ପୋଲିସ ଅଧିକାରୀଙ୍କ ସହ ରୁଦ୍ଧ କୋଠରୀରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ଏଥିରେ ମାଓ ଦମନ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ପରେ DGP ଅଭୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି କହିଥିଲେ ଯେ, ଗତକାଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ଦିଆଯାଇଥିବା ତଥ୍ୟ ଭୁଲଥିଲା । ଅର୍ଥାତ, ଗତକାଲି କୁହାଯାଇଥିଲା ଯେ, ତିନି ମୃତ ମାଓବାଦୀଙ୍କ ମଧ୍ୟରୁ ଦୁଇ ମହିଳା ଏବଂ ଜଣେ ପୁରଷ ମାଓବାଦୀ ଥିବା କୁହାଯାଇଥିଲା ।

ଆଜି ପୁଣି ଘଟଣାକୁ ନେଇ DGP ସ୍ପଷ୍ଟିକରଣ ଦେଇ କହିଛନ୍ତି ଯେ, ମୃତ ମାଓବାଦୀମାନଙ୍କ ମଧ୍ୟରୁ ଦୁଇ ପୁରୁଷ ଏବଂ ଜଣେ ମହିଳା ମାଓବାଦୀ ଅଛନ୍ତି ଏବଂ ଏମାନଙ୍କ ପରିଚୟ ମିଳିଥିବା ପ୍ରକାଶ କରିଛନ୍ତି ଅଭୟ। ତେବେ ମୃତ ମାଓବାଦୀମାନଙ୍କ ମଧ୍ୟରେ ଅନିଲ@କିଶୋର@ମୁକା ସୋଡି(ଜଣେ ବ୍ୟକ୍ତି)ଙ୍କ ଘର କାଲିମେଲାର ସୁଧାକୋଣ୍ଡା ହୋଇଥିବା ବେଳ ସୋନି, ଛତିଶଗଡ ମାଓନେତ୍ରୀ ଥିଲେ । ସେହିଭଳି ମାଓନେତ୍ରୀ ଚିନ୍ନା ରାଓ ସିଏ, ଅରୁଣାର ସୁରକ୍ଷା ଦଳ ସହିତ କାମ କରୁଥିବା ଜଣାପଡିଛି ।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.