ETV Bharat / state

ଆଗକୁ ନିର୍ବାଚନ: ସ୍ବାଭିମାନ ଅଞ୍ଚଳରେ ସମୀକ୍ଷା କଲେ DGP ସୁନିଲ ବଂଶଲ

author img

By

Published : Feb 11, 2022, 2:08 PM IST

ମାଲକାନଗିରିକୁ ନୂତନ DGP ସୁନୀଲ ବଂଶଲଙ୍କ ପ୍ରଥମ ଗସ୍ତ
ମାଲକାନଗିରିକୁ ନୂତନ DGP ସୁନୀଲ ବଂଶଲଙ୍କ ପ୍ରଥମ ଗସ୍ତ

ମାଲକାନଗିରିର ସ୍ବାଭିମାନ ଅଞ୍ଚଳରେ ଦୀର୍ଘ ବର୍ଷ ପରେ ହେଉଛି ନିର୍ବାଚନ । ଏଥିଲାଗି ଜିଲ୍ଲାକୁ ପ୍ରଥମ ଥର ଗସ୍ତ କରିଛନ୍ତି ନୂଆ ଡିଜିପି ସୁନୀଲ ବଂଶଲ । ଅଧିକ ପଢନ୍ତୁ

ମାଲକାନଗିରି: ଜିଲ୍ଲା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ଦାୟିତ୍ବ ଗ୍ରହଣ ପରେ ମାଲକାନଗିରି ସ୍ବାଭିମାନ ଅଞ୍ଚଳକୁ ପ୍ରଥମଥର ଗସ୍ତ କରିଛନ୍ତି ସୁନୀଲ । ଦୀର୍ଘ ବର୍ଷ ପରେ ସ୍ବାଭିମାନ ଅଞ୍ଚଳରେ ନିର୍ବାଚନ ହେବାକୁ ଯାଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ସେ ନିଜେ ଅନୁଧ୍ୟାନ କରିବା ପାଇଁ ହନ୍ତାଳଗୁଡ଼ା BSF କ୍ୟାମ୍ପରେ ଶୁକ୍ରବାର ପହଞ୍ଚିଛନ୍ତି ।

ମାଲକାନଗିରିକୁ ନୂତନ DGP ସୁନୀଲ ବଂଶଲଙ୍କ ପ୍ରଥମ ଗସ୍ତ

ଆଜି 11ଟା ସମୟରେ ହନ୍ତାଳଗୁଡା BSF କ୍ୟାମ୍ପରେ ପହଁଞ୍ଚିବା ପରେ ମାଲକାନଗିରି ଗସ୍ତ କରିଥଲେ ସୁନୀଲ । ସେଠାରେ ପହଞ୍ଚି DGP ଗାଁ ଲୋକଙ୍କ ସହ ଆଲୋଚନା କରିବା ସହ BSFର ସିଭିକ୍ ଆକ୍ସନ୍ ପ୍ରୋଗ୍ରାମରେ ଯୋଗ ଦେଇ ଗ୍ରାମବାସୀଙ୍କୁ ଭିଭିନ୍ନ ପ୍ରକାର ଘରୋଇ ସରଞ୍ଜାମ ଓ ପୋଷାକ ବାଣ୍ଟିଥିଲେ । ଆଗକୁ ତ୍ରିସ୍ତରୀୟ ପଞ୍ଚୟତ ନିର୍ବାଚନ ଥିବାଯୋଗୁଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ତାଙ୍କର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।

ସ୍ବାଭିମାନ ଅଞ୍ଚଳରେ ଦୀର୍ଘ ବର୍ଷ ହେବ ମାଓବାଦୀଙ୍କ ନିର୍ବାଚନ ବାରଣ ଯୋଗୁଁ ମତଦାନ ହୋଇପାରିନଥିଲା । ଏବେ ସୁରକ୍ଷା ବାହିନୀର ମାଓ ଦମନ ରଣନୀତି ଯୋଗୁଁ ମାଓବାଦୀ ମାନେ ବେକ ଫୁଟ ହେଉଥିବା କାରଣରୁ ସୁରୁଖୁରୁରେ ନିର୍ବାଚନ ହୋଇପାରିବ । BSF, SOG, DVF ବାହିନୀ ନକ୍ସଲ ଅପରେସନରେ ବହୁତ ଭଲ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥା ଏବଂ ସ୍ବାଭିମାନ ଅଞ୍ଚଳରେ ଜାରି ରହିଥିବା ବିକାଶ କାର୍ଯ୍ୟକ୍ରମ ଯୋଗୁଁ ଅଞ୍ଚଳର ଲୋକେ ବେଶ ଉତ୍ସାହ ରହିଛନ୍ତି ।

ଏହା ବି ପଢନ୍ତୁ: DGP Visits Koraput: କୋରାପୁଟରେ ଡିଜିପି, ମାଓ ଦମନ ନେଇ କଲେ ସମୀକ୍ଷା

ନିର୍ବାଚନରେ ସମସ୍ତେ ଅଂଶଗ୍ରହଣ କରିବାକୁ ବୋଲି DG କହିଛନ୍ତି । ଅନ୍ୟ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ବାନ ଦେଇଛନ୍ତି DGP । ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ପୋଲିସ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଵ ବୋଲି DGP କହିଛନ୍ତି । ସ୍ବାଭିମାନ ଅଞ୍ଚଳରେ ଆବଶ୍ୟକତା ହେଲେ ହେଲିକପ୍ଟର ବ୍ୟବହାର କରି ନିର୍ବାଚନ ହେବ । ଅଧିକ ସୁରକ୍ଷା ପାଇଁ ଡ୍ରୋନର ବ୍ୟବହାର କରାଯିବ ବୋଲି DGP ସୂଚନା ଦେଇଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.