ETV Bharat / state

DGP Visits Koraput: କୋରାପୁଟରେ ଡିଜିପି, ମାଓ ଦମନ ନେଇ କଲେ ସମୀକ୍ଷା

author img

By

Published : Feb 11, 2022, 12:42 PM IST

police dg visit to koraput
ପୋଲିସ ଡିଜିଙ୍କ କୋରାପୁଟ ଗସ୍ତ

କୋରାପୁଟ ଗସ୍ତରେ ଡିଜିପି ଏସ.କେ ବଂଶଲ । ରାଜ୍ୟର ନୂତନ ଡିଜି ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଆଜି ପ୍ରଥମ ଥର ପାଇଁ କୋରାପୁଟ ଗସ୍ତ କରିଛନ୍ତି । ଅଧିକ ପଢ଼ନ୍ତୁ

କୋରାପୁଟ: ଜିଲ୍ଲା ଗସ୍ତରେ ପୋଲିସ ଡିଜିପି ସୁନିଲ କୁମାର ବଂଶଲ। ରାଜ୍ୟର ନୂତନ ଡିଜି ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଆଜି ପ୍ରଥମ ଥର ପାଇଁ ସେ କୋରାପୁଟ ଗସ୍ତ କରିଛନ୍ତି । ସ୍ବାଭିମାନ ଅଞ୍ଚଳରେ ନିର୍ବାଚନ ନେଇ ସ୍ଥିତି ପରଖିଥିଲେ ଡିଜିପି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ନେଇ ସୁନାବେଡ଼ାଠାରେ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏହି ଆଲୋଚନାରେ ବିଏସଏଫ ଓ କୋବ୍ରା ବାଟାଲିୟନର ଉଚ୍ଚପଦସ୍ଥ ଅଧିକାରୀଙ୍କ ସାମିଲ ହୋଇଥିଲେ ।

କୋରାପୁଟ ଅଞ୍ଚଳରେ ମାଓ ଦମନ ଦିଗରେ ମଧ୍ୟ ଆଲୋଚନା କରିଥିବା ଜଣାପଡିଛି । ସୁନାବେଡ଼ାଠାରେ ଆୟୋଜିତ ଏହି ବୈଠକରେ ପୋଲିସ ଡିଜି ବଂଶଲଙ୍କ ସହିତ ସ୍ବତନ୍ତ୍ର ପୋଲିସ ଡିଜି ଏମ.କେ.ଚାବ୍ରା ଯୋଗ ଦେଇଥିଲେ। ଏଥିସହ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକ ଲଳିତ ଦାସ ଏବଂ ବିଏସଏଫ ଆଇଜି ଏସ.ପୁଡକୋଟି ମଧ୍ୟ ଆଲୋଚନାରେ ସାମିଲ ହୋଇଥିଲେ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.