ETV Bharat / state

ଦୁଃଖ ଦେଇଗଲା ମିଗଜୋମ, ନଷ୍ଟ ହେଉଛି ଏକର ଏକର ଧାନ ଚାଷ

author img

By ETV Bharat Odisha Team

Published : Dec 6, 2023, 10:57 PM IST

ଦୁଃଖ ଦେଇଗଲା ମିଗଜୋମ ,  ନଷ୍ଟ ହେଉଛି ଏକର ଏକର ଧାନ ଚାଷ
ଦୁଃଖ ଦେଇଗଲା ମିଗଜୋମ , ନଷ୍ଟ ହେଉଛି ଏକର ଏକର ଧାନ ଚାଷ

Cyclone Michaung destroyed acres of paddy fields: ମିଗଜୋମ ବାତ୍ୟା ପ୍ରଭାବରେ ଜାରି ରହିଥିବା ବର୍ଷାରେ ନଷ୍ଟ ହୋଇଛି ଏକର ଏକର ଧାନ ଚାଷ । ପ୍ରଶାସନକୁ ଦୋଷ ଦେଲେ ଚାଷୀ ନେତା । ଅଧିକ ପଢନ୍ତୁ

ଦୁଃଖ ଦେଇଗଲା ମିଗଜୋମ , ନଷ୍ଟ ହେଉଛି ଏକର ଏକର ଧାନ ଚାଷ

ମାଲକାନଗିରି: ମିଗଜୋମ ବାତ୍ୟାକୁ ନେଇ ଯେଉଁ ଭୟ କରୁଥିଲେ ଚାଷୀ ଶେଷରେ ସେୟା ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲାରେ ମିଗଜୋମ ବାତ୍ୟା ପ୍ରଭାବରେ ହେଉଥିବା ବର୍ଷା ଯୋଗୁଁ ପାଣି ଜମିରେ ଭର୍ତ୍ତି ହୋଇ ନଷ୍ଟ ହୋଇଛି ଏକର ଏକର ଧାନ ଚାଷ । ମିଗଜୋମ ବାତ୍ୟାକୁ ନେଇ କୃଷିବିଭାଗ ପକ୍ଷରୁ ଗ୍ରାମାଞ୍ଚଳରେ ମାଇକ୍ ଲଗାଇ ଚାଷୀଙ୍କୁ ଅମଳ ଫସଲ ସୁରକ୍ଷିତ ରଖିବା ପାଇଁ ସଚେତନ କରାଯାଇଥିଲା । କିନ୍ତୁ ଗ୍ରାମାଞ୍ଚଳରେ ସଚେତନ ବାର୍ତ୍ତା ପହଁଚି ପାରି ନ ଥିବା କହିଛନ୍ତି ଚାଷୀ । ଯାହା ଫଳରେ ମିଗଜୋମ ବାତ୍ୟା ନଷ୍ଟ କରିଦେଇଛି ଚାଷୀଙ୍କର ବର୍ଷକର ଫସଲ ।

ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଣିରେ ବୁଡି ରହିଛି କଟାଯାଇଥିବା କେଣ୍ଡା କେଣ୍ଡା ଧାନ, ଯାହାକୁନେଇ ଚିନ୍ତାରେ ଚାଷୀ । ଚାଷୀଙ୍କ କହିବା ହେଲା ବ୍ୟାଙ୍କ, ଗାଁ ସାହୁକାର ଠାରୁ ଧାର ଉଧାର କରି ଧାନ ଚାଷ କରିଥିଲେ । ପ୍ରଥମେ ଉପଯୁକ୍ତ ପରିମାଣର ବୃଷ୍ଟିପାତ ହୋଇ ନ ଥିବା ବେଳେ କେନାଲରେ ପାଣି ଛାଡି ନ ଥିଲା ଜଳସେଚନ ବିଭାଗ । ଯାହାଫଳରେ ମଟର ଲଗାଇ ପାଣି ଆଣି ବହୁ କଷ୍ଟରେ ଧାନ ଚାଷ କରିଥିଲେ । ବାତ୍ୟା ଖବର ପାଇବା ପରେ ଅମଳ କରିଥିବା ଧାନ ଗୁଡିକୁ ସାଇତିବା ପାଇଁ ଶ୍ରମିକ ସେହି ସମୟରେ ମିଳି ପାରିଲେ ନାହିଁ ।

ଏହା ମଧ୍ୟ ପଢନ୍ତୁ... କ୍ଷେତରେ ଭିଜୁଛି ଧାନ ଫସଲ, ଚିନ୍ତାରେ ଚାଷୀକୂଳ

ବିନା ଶ୍ରମିକରେ ନିଜେ ଯେତିକି ସମ୍ଭବ ସେତିକି ଧାନ ସାଇତିଛନ୍ତି ଚାଷୀ । ବଳକା ବିଲରେ କଟାଯାଇଥିବା ଧାନ ବିଲରେ ପଡି ରହିଥିଲା ମିଗଜୋମ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା କମିବା ପରେ ପାଣିରେ ବୁଡିରହିଥିବା ଧାନ କେଣ୍ଡା ଗୁଡିକ ନଷ୍ଟ ହେବା ସହ ଧାନ ଗୁଡିକ ଗଜା ସଦୃଶ ଦେଖାଯାଉଛି । ଏହି ସବୁ ଦେଖି ସେମାନଙ୍କୁ ସରକାର ସହାୟତା ପ୍ରଦାନ କରନ୍ତୁ ବୋଲି କହିଛନ୍ତି ଚାଷୀ । ସରକାର ଯଦି ସହାୟତା ନ କରନ୍ତି ତେବେ ସେମାନଙ୍କ ପାଖରେ ଆତ୍ମହତ୍ୟା ଛଡା ଅନ୍ୟ କିଛି ବାଟନାହିଁ କହିଛନ୍ତି ଚାଷୀ ।

ଅନ୍ୟ ପକ୍ଷରେ ଆଦିବାସୀଙ୍କ ଚାଷୀନେତା କହିଛନ୍ତି ବାତ୍ୟାକୁ ନେଇ ପ୍ରଶାସନ ଆଗରୁ ସଚେତନ କରିନାହିଁ ତାସହ ଡାକବାଜି ଯନ୍ତ୍ର ଦ୍ବାରା ଗାଁ ଗାଁରେ ପ୍ରଶାସନ ପକ୍ଷରୁ ସଚେତନ କରାଯାଇନାହିଁ । ଏଣୁ ସରକାର ଆକଳନ କରି କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଆଦିବାସୀ କୃଷକ ନେତା । ଅନ୍ୟ ପକ୍ଷରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ବାତ୍ୟାର ପ୍ରଭାବରେ ଧାନ ଚାଷର କିଛି କ୍ଷୟକ୍ଷତି ହୋଇନାହିଁ, ପନିପରିବା ଓ ମାଣ୍ଡିଆ ଚାଷର ବର୍ତ୍ତମାନ ଆକଳନ କରାଯାଇନାହିଁ, ତହସିଲଦାର ଓ କୃଷି ବିଭାଗ ଅଧିକାରୀ ମାନଙ୍କୁ ରିପୋର୍ଟ ମଗାଯାଇଛି । ତାସହ ସେ ନିଜେ ବି କିଛି ବ୍ଲକ ବୁଲି ଦେଖିଛନ୍ତି । ବର୍ଷା କମ୍ ଥିଲା ତେଣୁ ସେମିତି କିଛି କ୍ଷୟକ୍ଷତି ହୋଇ ନାହିଁ କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.