ETV Bharat / state

ଲାଉତୁମ୍ଭା ବାନ୍ଧି ଆଶାକର୍ମୀ ନଦୀପାର ହେବା ଘଟଣା: ପ୍ରଶାସନ ତରଫରୁ ଗାଁକୁ ଦିଆଗଲା ବୋଟ

author img

By

Published : Oct 24, 2020, 7:25 PM IST

ପ୍ରଶାସନ ତରଫରୁ ଗାଁକୁ ଦିଆଗଲା ବୋଟ
ପ୍ରଶାସନ ତରଫରୁ ଗାଁକୁ ଦିଆଗଲା ବୋଟ

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ନେରୁଡିପାଲି ନଦୀରେ ଦୁଇ ଆଶାକର୍ମୀ ଅଣ୍ଟାରେ ଲାଉ ତୁମ୍ଭା ବାନ୍ଧି ନଦୀପାର ହେବା ଘଟଣା ଚର୍ଚ୍ଚା ହେବାପରେ ପ୍ରଶାସନ ଗାଁକୁ ଯୋଗାଇଛି ଏକ ବୋଟ । ଅଧିକ ପଢନ୍ତୁ...

ମାଲକାନଗିରି: ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ନେରୁଡିପାଲି ନଦୀରେ ଦୁଇ ଆଶାକର୍ମୀ ଅଣ୍ଟାରେ ଲାଉ ତୁମ୍ଭା ବାନ୍ଧି ନଦୀପାର ହେବା ଘଟଣା ଚର୍ଚ୍ଚା ହେବାପରେ ପ୍ରଶାସନ ଗାଁକୁ ଦେଇଛି ଏକ ବୋଟ । ଜିଲ୍ଲା ପ୍ରଶାସନ ଓ ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନ ତରଫରୁ ନେରୁଡିପାଲି ନାଳରେ ଯାତାୟାତ ପାଇଁ ଏକ ବୋଟ ଯୋଗାଇ ଦିଆଯାଇଛି ।

ମାଲକାନଗିରି ଜିଲ୍ଲାର ସବୁଠାରୁ ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳ ମଧ୍ୟରେ ଚିତ୍ରକୋଣ୍ଡା ବ୍ଲକ ରାଲେଗୋଡ ପଞ୍ଚାୟତର ଲୁଆପାଲି ଓ ନେରୁଡିପାଲି ଅଞ୍ଚଳ ଅନ୍ୟତମ । ସୂଚନା ଅନୁଯାୟୀ ଏହି ପଞ୍ଚାୟତର ନେରୁଡିପାଲି ନଦୀର ପ୍ରଖର ସ୍ରୋତରେ ଲାଉତୁମ୍ଭା ସାହାଯ୍ୟରେ ଦୁଇ ଆଶାକର୍ମୀ ନଦୀ ପାର କରି ଅଙ୍ଗଡବାଡି ସେଣ୍ଟରରେ ପହଞ୍ଚିଥିଲେ । ଜୀବନକୁ ବାଜି ଲଗାଇ ଦୁଇ ଆଶାକର୍ମୀଙ୍କ କାମ ପ୍ରତି ସମର୍ପଣ ଭାବ ସବୁଠି ଚର୍ଚ୍ଚା ହୋଇଥିଲା । ଏମିତିକି ଘଟଣାକୁ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଜାଣି ଏକ ବୋଟ ଯୋଗାଇଦେବାକୁ ଟ୍ବିଟ କରି କହିଥିଲେ । ତେବେ ବର୍ତ୍ତମାନ ପ୍ରଶାସନ ଅଞ୍ଚଳବାସୀଙ୍କୁ ଏକ ବୋଟ୍ ଯୋଗାଇ ଦେଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.