ETV Bharat / state

ମୁଖ୍ୟସ୍ରୋତକୁ ଫେରିଲେ ୬୦୦ ମାଓ ସମର୍ଥକ, କଲେ ଆତ୍ମସମର୍ପଣ

author img

By

Published : Dec 20, 2022, 9:25 PM IST

Maoist supporters surrendered
Maoist supporters surrendered

ମାଓ ପ୍ରବଣ ଘନବେଡ଼ା ବିଏସଏଫ କାମ୍ପ ନିକଟରେ ପାଖା ପାଖି 600 ମାଓ ସମର୍ଥକ ମାଓବାଦୀଙ୍କ ହାତ ଛାଡ଼ି ମାଲକାନଗିରି SP ଙ୍କ ନିକଟରେ କରିଛନ୍ତି ଆତ୍ମସମର୍ପଣ । ଅଧିକ ପଢନ୍ତୁ

Maoist supporters surrendered

ମାଲକାନଗିରି: ମାଲକାନଗିରି ଜିଲ୍ଲା ହେଉଛି ସ୍ବାଭିମାନ ଅଞ୍ଚଳ । ଦିନେ ମାଓବାଦୀଙ୍କ ଗଡ ବୋଲି ଜାଣୁଥିଲେ ଲୋକେ । ଯିଏ କେହି ଏ ଅଞ୍ଚଳର କଥା ଶୁଣିବା ମାତ୍ରେ ଭୟଭୀତ ହୋଇ ପଢ଼ୁଥିଲେ । ଆଗକାର ସ୍ଥିତି ଓ ଏବେର ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ଅଟେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ପୋଲିସ ଓ ଜିଲ୍ଲା ପ୍ରଶାସନର ଅକ୍ଲାନ୍ତ ଚେଷ୍ଟା ଫଳରେ ଧିରେ ଧିରେ ଲାଲ ଗଡ ଏବେ ଭୁଶୁଡ଼ୁଛି । ଆଜି ମାଓ ପ୍ରବଣ ଘନବେଡ଼ା ବିଏସଏଫ କାମ୍ପ ନିକଟରେ ପାଖା ପାଖି 600 ମାଓ ସମର୍ଥକ ମାଓବାଦୀଙ୍କ ହାତ ଛାଡ଼ି ମାଲକାନଗିରି SP ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ତେବେ ଦୀର୍ଘ ବର୍ଷ ଧରି ମାଓବାଦୀଙ୍କ ନାଲି ଆଖି ଭୟରେ ରହୁଥିବା ବେଳେ ଆଜି ପୋଲିସର କଡ଼ା ସୁରକ୍ଷା ପରେ ନିର୍ଭୟରେ ପୋଲିସ ସହ ହାତ ମିଳାଇ ବିକାଶ କାର୍ଯ୍ୟ ଆଗକୁ ବଢ଼ାଇବାକୁ ଶପଥ ନେଇଛନ୍ତି ।

ମାଓବାଦିଙ୍କ କୁଶପୁତ୍ତଳିକା ଦାହ କଲେ ସ୍ବାଭିମାନ ଅଞ୍ଚଳ ଲୋକେ । ମାଲକାନଗିରି SP ନୀତିଶ ୱାଦବାନି ଙ୍କୁ ମୁଣ୍ଡରେ ଟୀକା ଦେବା ସହିତ ହୁଳ ହୁଳି ଓ ଫୁଲମାଳ ପିନ୍ଧାଇ ସ୍ବାଗତ କରିଥିଲେ ସ୍ବାଭିମାନ ଅଞ୍ଚଳ ର ମହିଳା ।

ଏପରିକି ନିଜ ଅଞ୍ଚଳର ବିକାଶ ପାଇଁ ଏସପି ଙ୍କୁ ଦାବି କରିଛନ୍ତି କିଛି ଆନ୍ଧ୍ର ଲୋକେ ବିଶାଖାପାଟଣା ଜିଲ୍ଲାର ୪୦ ରୁ ଉର୍ଦ୍ଧ୍ବ ମାଓ ସମର୍ଥକ ନିଜ ଅଞ୍ଚଳରେ ରାସ୍ତାଘାଟକୁ ଓଡ଼ିଶା ସହିତ ସଂଯୋଗ ପାଇଁ ମାଲକାନଗିରି ଏସପି ଙ୍କୁ ଗୁହାରି କରିଛନ୍ତି । ସମସ୍ତ ଆତ୍ମସମର୍ପଣକାରୀଙ୍କୁ ଶୀତ ବସ୍ତ୍ର ସହିତ କୁନି କୁନି ପିଲାମାନଙ୍କୁ ବହି ଖେଳନା ସହିତ ମହିଳା ମାନଙ୍କୁ କପଡ଼ା ବାଣ୍ଟିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.