ETV Bharat / state

Kotia Dispute: ଦଳ ମତ ନିର୍ବିଶେଷରେ ସବୁ ଦଳ ସୀମା ସୁରକ୍ଷା ପାଇଁ ଲଢିବା ଜରୁରୀ

author img

By

Published : Apr 3, 2023, 8:00 PM IST

Etv Bharat
Etv Bharat

ଏପ୍ରିଲ 1 ଉତ୍କଳ ଦିବସ ଅବସରରେ କୋଟିଆ ଗସ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ରାଜଧାନୀ ଭୁବନେଶ୍ବର ଠାରୁ ପାଖାପାଖି 6 ଶହ କିମି ଦୂରରେ ଅବସ୍ଥିତ କୋଟିଆ ଗ୍ରାମପୁଞ୍ଚ ଧର୍ମେନ୍ଦ୍ରଙ୍କ ଗସ୍ତ ପରେ ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି । ଓଡିଶା ଦିବସ ଅବସରରେ କୋଟିଆ ଲୋକଙ୍କ ସହ କୋଟିଆରେ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ଦିବସ ପାଳନ କରିଥିଲେ । ଧର୍ମେନ୍ଦ୍ର କୋଟିଆରେ ଡେରା ପକାଇଥିବା ଆନ୍ଧ୍ର ଅଧିକାରୀଙ୍କୁ ଗୋ ବ୍ୟାକ ଆନ୍ଧ୍ର କହିବା ସହ କୋଟିଆରୁ ଫେରିବାଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଅଧିକ ପଢନ୍ତୁ

ଦଳ ମତ ନିର୍ବିଶେଷରେ ସବୁ ଦଳ ସୀମା ସୁରକ୍ଷା ପାଇଁ ଲଢିବା ଜରୁରୀ

ଭୁବନେଶ୍ବର: କୋଟିଆକୁ ନେଇ ରାଜନୀତି ଜୋରଦାର । ବିଜେପି ବିଜେଡି ମୁହାଁମୁହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତ ପରଠାରୁ ରାଜନୈତିକ ଲଢେଇରେ ମାତିଛନ୍ତି ବିଜେଡି ବିଜେପି । ସେପଟେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଲୋଡିଛନ୍ତି କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ।

ଏପ୍ରିଲ 1 ଉତ୍କଳ ଦିବସ ଅବସରରେ କୋଟିଆ ଗସ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ରାଜଧାନୀ ଭୁବନେଶ୍ବର ଠାରୁ ପାଖାପାଖି 6 ଶହ କିମି ଦୂରରେ ଅବସ୍ଥିତ କୋଟିଆ ଗ୍ରାମପୁଞ୍ଚ ଧର୍ମେନ୍ଦ୍ରଙ୍କ ଗସ୍ତ ପରେ ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି । ଓଡିଶା ଦିବସ ଅବସରରେ କୋଟିଆ ଲୋକଙ୍କ ସହ କୋଟିଆରେ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ଦିବସ ପାଳନ କରିଥିଲେ । ଧର୍ମେନ୍ଦ୍ର କୋଟିଆରେ ଡେରା ପକାଇଥିବା ଆନ୍ଧ୍ର ଅଧିକାରୀଙ୍କୁ ଗୋ ବ୍ୟାକ ଆନ୍ଧ୍ର କହିବା ସହ କୋଟିଆରୁ ଫେରିବାଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ସୀମାରେ ଉତ୍କଳ ଜନନୀର ଜୟଗାନ କରିଥିଲେ । ଧର୍ମେନ୍ଦ୍ରଙ୍କ ଏହି ପଦକ୍ଷେପ ପରେ କୋଟିଆବାସୀ ମଧ୍ୟ ବେଶ ଉତ୍ସାହିତ । ଧର୍ମେନ୍ଦ୍ର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ଲୋକଙ୍କ ସୁବିଧା ଅସୁବିଧା ପଚାରିବା ସହ ଲୋକଙ୍କ ସହ ମିଶିଥିଲେ । ଏହାସହ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।

ଏହାବି ପଢନ୍ତୁ- ଆନ୍ଧ୍ରକୁ କଡ଼ା ଜବାବ ଦେଲେ ଧର୍ମେନ୍ଦ୍ର, 'ଗୋ-ବ୍ୟାକ୍ ଆନ୍ଧ୍ର' ନାରାରେ କମ୍ପିଲା କୋଟିଆ

ଓଡିଶା ସରକାରଙ୍କ ଅବହେଳା ଆନ୍ଧ୍ର ସରକାରଙ୍କ ଲୋଭନୀୟ ଯୋଜନାରେ ଆକର୍ଷିତ ହୋଇ ଆନ୍ଧ୍ର ମୁହାଁ ହେଉଥିଲେ ନିରୀହ ଆଦିବାସୀ । ବିଳମ୍ବରେ ହେଲେ ମଧ୍ୟ ଓଡିଶା ସରକାରଙ୍କ ବିକାଶ ଗାଡି କୋଟିଆରେ ପହଞ୍ଚିଛି । ରାଜ୍ୟ ସରକାର ଶହେ କୋଟିର ପ୍ୟାକେଜ ଘୋଷଣା କରିବା ସହ ବିଭିନ୍ନ ଉନ୍ନତି ମୂଳକ କାମକୁ ଜୋରଦାର କରିଛନ୍ତି । ବିଭିନ୍ନ ବିଭାଗର ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି । ହେଲେ ବର୍ତ୍ତମାନ ଧର୍ମେନ୍ଦ୍ରଙ୍କ ଗସ୍ତ ପରଠାରୁ କୋଟିଆ ପ୍ରସଙ୍ଗକୁ ନେଇ ପୁଣି ଥରେ ବିଜେଡି ବିଜେପି ଲଢେଇ ଆରମ୍ଭ ହୋଇଛି ।

ଏହି ପ୍ରସଙ୍ଗରେ ବିଜେଡିର ବରିଷ୍ଠ ସମ୍ପାଦକ ତଥା ପ୍ରଦୀପ ମାଝୀ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତ ସମ୍ପୂର୍ଣ୍ଣ ରୂପେ ରାଜନୈତିକ ଉଦ୍ଦେଶ୍ୟ । କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ଯାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଧର୍ମେନ୍ଦ୍ର ଗସ୍ତ କରିଥିଲେ । ଅତିତୀରେ ଧର୍ମେନ୍ଦ୍ର କେବେ କୋଟିଆକୁ ନେଇ କୌଣସି କାର୍ଯ୍ୟ କରିନାହାଁନ୍ତି କି କୋଟିଆ ବିବାଦର ସମାଧାନ ପାଇଁ କୌଣସି ଉଦ୍ୟମ କରିନାହାଁନ୍ତି । ସେହିପରି ବରିଷ୍ଠ ରାଜନେତା ଦାମୋଦର ରାଉତ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତକୁ ନେଇ ମୁଁ ଧନ୍ୟବାଦ ଦେଉଛି । ରାଜ୍ୟର ସୀମା ସୁରକ୍ଷା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଆଗେଇ ଆସିବା ଦରକାର । ବିଜୁ ବାବୁଙ୍କ ଅମଳରୁ ଉଦ୍ୟମ ଚାଲିଥିଲା ଆନ୍ଧ୍ର ସରକାରଙ୍କ ସହିତ କଥାବାର୍ତ୍ତା କରି ସେଠାରେ ଏକ ଆନିକଟ ନିର୍ମାଣ ପାଇଁ । କିନ୍ତୁ ଏହା କେବଳ ଆଲୋଚନାରେ ସୀମିତ ରହିଗଲା । ପରବର୍ତ୍ତୀ ସମୟରେ ୟୁପିଏ ସରକାର ଅମଳରେ ଆନ୍ଧ୍ର ସରକାର ପରିବେଶ ମଞ୍ଜୁରୀ ଆଣି ସେଠାରେ ପୋଲାଭରମ ପ୍ରକଳ୍ପ କାମ କରୁଛି । ପରବର୍ତ୍ତୀ ସମୟରେ ମୋଦି ସରକାର ଯାହାକୁ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରିଛନ୍ତି । ଏହି ପ୍ରକଳ୍ପ ଓଡିଶା ପାଇଁ ବଡ ବିପଦ ହୋଇଛି । ମାଲକାନଗିରି ଜିଲ୍ଲା ପ୍ରଭାବିତ ହେଉଛି । ଏବେ ଆମର ଉଚ୍ଚତମ ଗିରିଶୃଙ୍ଗ ଦେଓମାଳୀରେ ଆନ୍ଧ୍ର ଅଧିକାରୀମାନେ ଭୋଜି କରୁଛନ୍ତି । କୋଟିଆରେ ରାସନ କାର୍ଡ ବାଣ୍ଟୁଛନ୍ତି । ଏକ ପ୍ରକାର ଅଧିକାର ସାବ୍ୟସ୍ତ କରୁଛି ଆନ୍ଧ୍ର । ଦିନ ଥିଲା ଓଡିଶାର ସାମୀ ଉତ୍ତରରେ ଗଙ୍ଗା, ପଶ୍ଚିମରେ ମଧ୍ୟ ଭାରତ, ଦକ୍ଷିଣରେ ଗୋଦାବରୀ ପୂର୍ବରେ ମହୋଦଧି ଯାଏଁ ଲମ୍ବିଥିଲା । ଏବେ ଓଡିଶା ଗଠନର 87 ବର୍ଷ ପରେ ଆମେ ସମୀକ୍ଷା କରିବା ଜରୁରୀ ଆମର ସୀମା କେତେ ସଂକୁ଼ଚିତ ହେଲେଣି ।

ଏହାବି ପଢନ୍ତୁ- 'ଗୋ ବ୍ୟାକ' ନାରାକୁ ଆନ୍ଧ୍ରର ନିନ୍ଦା, କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

ସେହିଭଳି ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି ଓଡିଶା ସହିତ ତଥା ଓଡିଆଙ୍କ ଭାବନା ସହିତ ଜଡିତ ହେବା ପାଇଁ ଏହା ଧର୍ମେନ୍ଦ୍ରଙ୍କ ବଡ଼ ରାଜନୈତିକ ପଦକ୍ଷେପ । ଓଡିଶାବାସୀଙ୍କ ଭିତରେ ଗ୍ରହଣୀୟ ହୋଇଥିବା ନେତା ହେଉଛନ୍ତି ନବୀନ ପଟ୍ଟନାୟକ । ଓଡିଶାବାସୀଙ୍କର ଏହି ଗ୍ରହଣୀୟତା ପାଇଁ ଏହା ସହାୟକ ହୋଇପାରେ ।

ଅନ୍ଯପଟେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ କୋଟିଆ ଗସ୍ତ କରିଥିବା ବିଜେପି ବିଧାୟକ ମାନେ ଆଜି ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଟାର୍ଗେଟ କରିଥିବା ବେଳେ, ରାଜ୍ୟ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କୋଟିଆ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.