ପରୁଆମାଳି ଗୁମ୍ଫାରେ ଚନ୍ଦନ ଯାତ୍ରା ଓ ଲିଆଖିଆ ପର୍ବ ଆରମ୍ଭ

author img

By

Published : May 18, 2022, 5:19 PM IST

ଦୁର୍ଗମ ପରୂଆମାଳି ଗୁମ୍ଫାରେ ଚନ୍ଦନ ଯାତ୍ରା ଓ ଲିଆଖିଆ ପରବ

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅଞ୍ଚଳର ଥିବା ବିଭିନ୍ନ ପାହାଡ଼ରେ ବଡ ବଡ ଗୁମ୍ଫା ରହିଛି । ସ୍ଥାନୀୟ ଅଧିବାସୀ ଉକ୍ତ ଗୁମ୍ଫାରେ ଥିବା ଦେବାଦେବୀଙ୍କୁ ନିଜର ଇଷ୍ଟଦେବୀ ଓ ଐତିହ୍ୟ ସଂସ୍କୃତିକୁ ଜଡ଼ିତ କରି ପୂଜା କରନ୍ତି। ସେହିଭଳି ଏକ ବିରାଟ ଗୁମ୍ଫା ନନ୍ଦପୁର ବ୍ଲକ ଅନ୍ତର୍ଗତ ଦୁଇ ପଞ୍ଚାୟତ କସନ୍ଦୀ (ଡ଼ାରେଙ୍ଗବା) ଓ ଖେମୁଣ୍ଡୁଗୁଡା ସୀମାରେ ଥିବା ପରୁଆମାଳି ପାହାଡ଼ରେ ରହିଛି । ଅଧିକ ପଢନ୍ତୁ

କୋରାପୁଟ: ଜିଲ୍ଲା ନନ୍ଦପୁର ବ୍ଲକ ଅଞ୍ଚଳର ଥିବା ବିଭିନ୍ନ ପାହାଡ଼ରେ ବଡ ବଡ ଗୁମ୍ଫା ରହିଛି । ସ୍ଥାନୀୟ ଅଧିବାସୀ ଉକ୍ତ ଗୁମ୍ଫାରେ ଥିବା ଦେବାଦେବୀଙ୍କୁ ନିଜର ଇଷ୍ଟଦେବୀ ଓ ଐତିହ୍ୟ ସଂସ୍କୃତିକୁ ଜଡ଼ିତ କରି ପୂଜା କରନ୍ତି। ସେହିଭଳି ଏକ ବିରାଟ ଗୁମ୍ଫା ନନ୍ଦପୁର ବ୍ଲକ ଅନ୍ତର୍ଗତ ଦୁଇ ପଞ୍ଚାୟତ କସନ୍ଦୀ (ଡ଼ାରେଙ୍ଗବା) ଓ ଖେମୁଣ୍ଡୁଗୁଡା ସୀମାରେ ଥିବା ପରୁଆମାଳି ପାହାଡ଼ରେ ରହିଛି । ଗୁମ୍ଫାରେ ବିଷ୍ଣୁ ପୂଜା ପାଆନ୍ତି । ଏଠାରେ ଚନ୍ଦନ ଯାତ୍ରା ଓ ଲିଆଖିଆ ପର୍ବ ପାଳନ ହୋଇଛି ।

ଦୁର୍ଗମ ପରୂଆମାଳି ଗୁମ୍ଫାରେ ଚନ୍ଦନ ଯାତ୍ରା ଓ ଲିଆଖିଆ ପରବ

ଡ଼ାରେଙ୍ଗବା ଗ୍ରାମବାସୀ ଗୁମ୍ଫାର ଜଗୁଆଳି ସାଜିଥିବାବେଳେ ଖେମୁଣ୍ଡୁୁୁ ଗୁଡ଼ାର ପୂର୍ବତନ ବିଧାୟକ (ପଟାଙ୍ଗିି) ଭଗବାନ ଖେମୁଣ୍ଡୁଙ୍କ ପରିବାର ଏହାର ପୂଜକ। ବାହାରକୁ ଛୋଟ ଦ୍ଵାର କିନ୍ତୁ ଭିତର ତିନିଥାକିଆ ପାହାଡ଼ର ଛାତ ସହ ଏକ କାଳୀନ ୨ ରୁ ୩ ହଜାର ଲୋକଙ୍କୁ ନିଜ ବକ୍ଷରେ ଧାରଣ କରିବାର କ୍ଷମତା ରଖିଛି ଏହି ଗୁମ୍ଫା । ଏହି ଗୁମ୍ଫାରେ ପରୁଆମାଳି ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଲୋକେ ନିଜର ଚାଷବାସ, ବ୍ୟାପାର ବଣିଜ, ଜଙ୍ଗଲ ଜମି, ଗୃହ ପାଳିତ ପଶୁ, ରୋଗ ବ୍ୟାଧି ଓ ଧନ ଜୀବନ ରକ୍ଷା ନିମିତ୍ତ ଏଠାରେ ମାନସିକ କରି ପୂଜା କରୁଥିବା ପୂଜକ ନରେନ୍ଦ୍ର ଖେମୁଣ୍ଡୁ ଓ ସୁମିତ୍ରା ଖେମୁଣ୍ଡୁ କହିଛନ୍ତି । ଦିନରେ ଗୁମ୍ଫାରେ ଚନ୍ଦନ ଯାତ୍ରା ଓ ରାତିରେ ଗ୍ରାମରେ ଲିଆଖାଇ ପରବ ଅନୁଷ୍ଠିତ ହୋଇଥାଏ । ଖେମୁଣ୍ଡୁଗୁଡା ଗ୍ରାମରେ ଚଇତି ପରବ ପାଳନ ସମୟେ ବେଣ୍ଟରେ ଶିକାର ହୋଇଥିବା ଜୀବଜନ୍ତୁ ଖାଇ ଲିଆଖାଇ ପରବ ଅନୁଷ୍ଠିତ ହୋଇଥାଏ ।

ଗ୍ରାମର ସମସ୍ତ ବନ୍ଧୁ ପରିଜନ ଏକାଠି ହୋଇ ନୂଆ ବସ୍ତ୍ର ପରିଧାନ କରି ନିଜ ନିଜ ଘରୁ ଶ୍ରାଦ୍ଧ ନିମିତ୍ତ ଲିଆ ଓ ବିଭିନ୍ନ ଭୋଗ ଧରି ନିଶାନୀ ମୁଣ୍ଡାରେ ଏକତ୍ରିତ ହୁଅନ୍ତି । ଗ୍ରାମ ନାଚ ଗୀତରେ ଉତ୍ସବ ମୁଖର ହୋଇଉଠିଛି । ଅର୍ଦ୍ଧ ରାତ୍ରରେ ଗ୍ରାମ ଦିଷାରି ଉଗ୍ରସେନ ପମିଆ ଓ ରଞ୍ଜିତ ଖେମୁଣ୍ଡୁ ଶ୍ରାଦ୍ଧ ବିଧି ପୂଜା ସାରି ଏକତ୍ରିତ ଲିଆକୁ ପ୍ରସାଦ ଆକାରରେ ବଣ୍ଟନ କରିଛନ୍ତି । ଯାହାକୁ ଗ୍ରାମବାସୀ ଦୂର ଦୁରାନ୍ତରେ ରହି ଅନୁପସ୍ଥିତ ଥିବା ପରିଜନଙ୍କୁ ମଧ୍ୟ ପଠାଇ ଥାଆନ୍ତି ବୋଲି ଦୁଇ ଦିସାରୀ କହିଛନ୍ତି ।

ଲୋକକଥା ଅନୁଯାୟୀ ଉଜ୍ଜୟିନୀର ରାଜା ଏହିଠାରେ ରହି ପାରୁଆ ମାଲିଙ୍କୁ ପୂଜାର୍ଚ୍ଚନା କରି ନନ୍ଦପୁର ଠାରେ ବତ୍ରୀଶ ସିଂହାସନ ପ୍ରତିଷ୍ଠା କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ନନ୍ଦପୁରରୁ ଜୟପୁରକୁ ରାଜଧାନୀ ସ୍ଥାନାନ୍ତର ହେବା ଦ୍ୱାରା ତତ୍କାଳୀନ ରାଜା କନ୍ଧ ଓ ସୀସା ସମ୍ପ୍ରଦାୟର ଲୋକଙ୍କ ହାତରେ ପୂଜାର ଭାର ହସ୍ତାନ୍ତର କରିଦେଇଥିଲେ । ତେବେ କୌଣସି ଏକ କାରଣରୁ ଅନେକ ବର୍ଷ ଧରି ଏହି ପୂଜା ଓ ଯାତ୍ରା ବନ୍ଦ ହୋଇଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ପୁଣିଥରେ ଗତ 30ବର୍ଷ ହେବ ଏହି ଯାତ୍ରା ଆରମ୍ଭ ହୋଇଥିବା ଯୋଗୁଁ କୋରାପୁଟ ଜିଲ୍ଲା ସମେତ ଓଡିଶା , ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ଅଞ୍ଚଳର ବହୁ ଭକ୍ତ ପୁଣିଥରେ ଆସିବା ଆରମ୍ଭ କରିଛନ୍ତି ।

ପର୍ବତ ଶିଖରରେ ଗୁମ୍ଫାର ଛୋଟ ମୁହଁ ଭିତର ଦେଇ ପ୍ରବେଶ କଲାପରେ ଗୁମ୍ଫା ଭିତରେ ଥିବା ବିଶାଳ ସ୍ଥାନକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇ ଉଠିବେ । ତେବେ ରାଜ୍ୟ ସରକାରଙ୍କ ଶୁଭଦୃଷ୍ଟି ଏପର୍ଯ୍ୟନ୍ତ ପଡିନଥିବା ଯୋଗୁଁ ଏହି ଗୁମ୍ଫାଟି ପର୍ଯ୍ୟଟକଙ୍କ ଅଗୋଚରରେ ରହିଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସଠିକ ରୂପେ ପ୍ରଚାର ପ୍ରସାର କରିବା ସହିତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇପାରିଲେ କୋରାପୁଟ ଜିଲ୍ଲାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ । ଏହାର ବିକାଶ କରିବାକୁ ସରକାରଙ୍କ ଦୃଷ୍ଟି ପଡୁ ବୋଲି ଖେମୁଣ୍ଡୁ ଗୁଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଡମ୍ବୁରୁ ଧର ଭଣ୍ଡା, ସମିତି ସଭ୍ୟ ଗୁପ୍ତ ଭଣ୍ଡା ପ୍ରମୁଖ ଦାବି କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.