ETV Bharat / state

ଓଡ଼ିଶା ବିଦ୍ୟାଳୟରେ ତେଲୁଗୁ ନାମଫଳକ, କୋଟିଆରେ ପ୍ରଶାସନର ନିରବତାକୁ ନେଇ ପ୍ରଶ୍ନ

author img

By

Published : Aug 17, 2023, 7:42 PM IST

ଓଡ଼ିଶା ବିଦ୍ୟାଳୟରେ ତେଲୁଗୁ ନାମଫଳକ
ଓଡ଼ିଶା ବିଦ୍ୟାଳୟରେ ତେଲୁଗୁ ନାମଫଳକ

କୋଟିଆର ଧୂଳିପଦର ଗ୍ରାମରେ ଆନ୍ଧ୍ର ଏକ ସ୍ଥାୟୀ ନାମଫଳକ ନିର୍ମାଣ କରିଥିବା ଜଣାପଡିଛି। ସେପଟେ ପ୍ରଶାସନର ନିରବତାକୁ ନେଇ ପ୍ରଶ୍ନ ଉଠିଛି। ଅଧିକ ପଢନ୍ତୁ

ଓଡ଼ିଶା ବିଦ୍ୟାଳୟରେ ତେଲୁଗୁ ନାମଫଳକ

କୋରାପୁଟ: ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଓଡ଼ିଶାର ବିଦ୍ୟାଳୟରେ ତେଲୁଗୁ ଭାଷାରେ ନାମଫଳକ ଲାଗିଥିବା ଦେଖିବାକୁ ମିଳିଛି । ଗତ ୧୨ ତାରିଖରେ ଧୂଳିପଦର ଗ୍ରାମରେ ଏକ ସିମେଣ୍ଟର ସ୍ଥାୟୀ ନାମଫଳକ ନିର୍ମାଣ କରି ଜଳ ଜଙ୍ଗଲ, ଜମି ସୁରକ୍ଷା ଓ ମନେରଗା କାର୍ଯ୍ୟ ସମ୍ପର୍କିତ ସୂଚନା ତେଲୁଗୁ ଭାଷାରେ ଲେଖି ସୀମାନ୍ତ ଗ୍ରାମବାସୀଙ୍କୁ ସଚେତନତା କରିଛି ଆନ୍ଧ୍ର । ହେଲେ ଏହି ଦୃଶ୍ୟ ଉପରେ ଓଡ଼ିଶାର ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡ଼ିନାହିଁ । ଏହି ସୀମାନ୍ତ ଅଞ୍ଚଳକୁ ନିୟମିତ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟିତ୍ରୀ, ରାଜସ୍ବ ନିରୀକ୍ଷକଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଗସ୍ତ କରୁଛନ୍ତି । ଏହାସହ ପଞ୍ଚାୟତରେ ପୋଲିସ ଥାଇ ମଧ୍ୟ କିପରି ତେଲୁଗୁ ଭାଷାରେ ଲିଖିତ ସ୍ଥାୟୀ ନାମଫଳକ ଉପରେ ଦୃଷ୍ଟି ପଡ଼ିନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି ।

କିଛି ଦିନ ତଳେ କେନ୍ଦ୍ର ମନ୍ତ୍ରୀ କୋଟିଆ ଗସ୍ତ କରିଥିଲେ l କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପରେ ଆନ୍ଧ୍ର ପ୍ରଶାସନ କେନ୍ଦ୍ର ସହିତ ନିଜର ଫଳକ ମାରିବାକୁ ନେଇ କୋଟିଆବାସୀ ନିନ୍ଦା କରିଛନ୍ତି l ଗ୍ରାମର ଆରମ୍ଭରେ ସିମେଣ୍ଟ ଫଳକରେ ବଡ଼ବଡ଼ ଅକ୍ଷରରେ କେନ୍ଦ୍ର ଓ ଜଗନ ସରକାରଙ୍କ ଯୋଜନା ଲେଖାଯାଇଛି l କୋଟିଆକୁ ଆନ୍ଧ୍ର ପ୍ରଶାସନ ବାରମ୍ବାର ଅନୁପ୍ରବେଶ କରିବାକୁ ନେଇ ଓଡିଶା ତରଫରୁ ଘୋର ବିରୋଧ କରାଯାଉଛି l ତେବେ କୋଟିଆରେ ଆନ୍ଧ୍ର ପ୍ରଶାସନକୁ ବିରୋଧ କରାଯାଉଥିବାରୁ ଏବେ ଆନ୍ଧ୍ର କୋଟିଆରେ ଲୁଚି ଛପି ପ୍ରବେଶ କରୁଥିବା କୁହାଯାଉଛି l ସୀମାବର୍ତ୍ତୀ ଅଞ୍ଚଳବାସୀଙ୍କୁ ବିଭିନ୍ନ ସମୟରେ ପ୍ରଲୋଭିତ କରାଇ ଆନ୍ଧ୍ରରେ ମିଶାଇବା ପାଇଁ ବଡ଼ ଷଡଯନ୍ତ୍ର ଚାଲିଛି l

ଏହା ବି ପଢନ୍ତୁ...Kotia Dispute: ଆନ୍ତରିକତା ଅଭାବରୁ ତୁଟୁନି ସୀମା ବିବାଦ, ବିଜେଡି କହିଲା ଗୋଡାଇ ପିଟିବୁ

ଓଡ଼ିଶା ସରକାରଙ୍କ ଯୋଜନାକୁ ଷ୍ଟିକର ମାରି ଆନ୍ଧ୍ର ନିଜର ବୋଲି ଜାହିର କରୁଛି l ଏଥର କିନ୍ତୁ ଆନ୍ଧ୍ର ଆଉ ଏକ ନୂଆ ଚାଲ ଚଳାଇ କେନ୍ଦ୍ର ସରକାରଙ୍କ ସହିତ ନିଜ ଯୋଜନାକୁ ସାମିଲ କରି ଫଳକ ମାରିଥିବା ଦେଖିବାକୁ ମିଳିଛି l ତେବେ ତେଲୁଗୁ ଫଳକକୁ ନେଇ ଗ୍ରାମବାସୀ କିଛି ଜାଣି ନଥିବା କଥା କହିଛନ୍ତି l ଓଡ଼ିଶା ସୀମାରେ ଆନ୍ଧ୍ର ଫଳକ ଲାଗିଥିବାବେଳେ ସ୍ଥାନୀୟ ପ୍ରଶାସନ କି ଜିଲ୍ଲା ପ୍ରଶାସନ ନିରବ ରହିବା ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି l ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହିତ ମରାଯାଇଥିବା ଫଳକକୁ ଭାଙ୍ଗିବା ପାଇଁ ସାଧାରଣରେ ଦାବି କରାଯାଇଛି ।

ଭାରତବର୍ଷରେ ସର୍ବତ୍ର ରେଳ ଷ୍ଟେସନରେ ସ୍ଥାନୀୟ ଭାଷା ସହ ହିନ୍ଦୀ ଓ ଇଂରାଜୀରେ ବୋର୍ଡ ଦେଖିବାକୁ ମିଳେ । କିନ୍ତୁ ଏବେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ସୀମାନ୍ତରେ ଥିବା କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତର ଗାଁଗୁଡିକରେ ଏବେ ଓଡ଼ିଆରେ ଗାଁର ନାମଫଳକ ସାଙ୍ଗକୁ ଦେଖିବାକୁ ମିଳୁଛି ତେଲୁଗୁରେ ଲେଖାଯାଇଥିବା ଫଳକ । ଫାଟୁସିନେରୀ ଓ ଅନ୍ୟାନ୍ୟ ଗାଁରେ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଗାଁର ନାମ ଲେଖାଥିବା ବୋର୍ଡ ଲଗାଯାଇଥିବାବେଳେ ଆନ୍ଧ୍ର ସରକାରଙ୍କ ଦ୍ଵାରା ସେହି ସବୁ ଗାଁରେ ତେଲୁଗୁ ଵୋର୍ଡ ଲଗାଯାଇଛି । ଗତ କିଛିଦିନ ପୂର୍ବେ ଆନ୍ଧ୍ରପ୍ରଦେଶର ଏକ ରାଜନୈତିକ ଦଳ ଜନସତ୍ତାର ରାଜ୍ୟ ଅଧ୍ୟକ୍ଷ କୋଟିଆରେ ଓଡ଼ିଆ ବୋର୍ଡ ଲାଗିଥିଲେ ବି ସେ ସ୍ଥାନରେ ତେଲୁଗୁ ବୋର୍ଡ ଲାଗିନଥିବା ଦେଖି ଆନ୍ଧ୍ର ସରକାରଙ୍କୁ ଭର୍ତ୍ସନା କରିଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.