ETV Bharat / state

ଶେଷ ପର୍ଯ୍ୟାୟରେ 'ପରବ-୨୦୧୯' ପ୍ରସ୍ତୁତି

author img

By

Published : Oct 18, 2019, 4:57 AM IST

ରାଜ୍ୟସ୍ତରୀୟ ଆଦିବାସୀ ଉତ୍ସବ 'ପରବ-୨୦୧୯': ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଆସନ୍ତା ରବିବାର ଦିନ କୋରାପୁଟ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଡୁଡୁମା ଜଳପ୍ରପାତ ନିକଟରୁ ରାଜ୍ୟସ୍ତରୀୟ ଆଦିବାସୀ ଉତ୍ସବ ପରବ-2019ର ଶୁଭାରମ୍ଭ କରାଯିବ ।

କୋରାପୁଟ: ଆସନ୍ତା ୨୦ ତାରିଖ ରବିବାର ଦିନ କୋରାପୁଟ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଡୁଡୁମା ଜଳପ୍ରପାତ ନିକଟରୁ ରାଜ୍ୟସ୍ତରୀୟ ଆଦିବାସୀ ଉତ୍ସବ ପରବ-2019ର ଶୁଭାରମ୍ଭ କରାଯିବ ।

ରାଜ୍ୟସ୍ତରୀୟ ଆଦିବାସୀ ଉତ୍ସବ 'ପରବ-୨୦୧୯': ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଏହାକୁ ନେଇ ଜିଲ୍ଲା ପ୍ରଶାସନ ତଥା ରାଜନୈତିକ ନେତୃବୃନ୍ଦ ଚଳଚଞ୍ଚଳ ହୋଇଉଠିଛନ୍ତି। ଜିଲ୍ଲା ପ୍ରଶାଶନର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହିତ ରାଜନୈତିକ ନେତୃବୃନ୍ଦ ଲମତାପୁଟ ବ୍ଲକର ଏହି କ୍ଷେତ୍ର ପରିଦର୍ଶନ କରି ଉତ୍ସବର ରୁପରେଖ ପ୍ରସ୍ତୁତ କରୁଥିବା ବେଳେ ପରବର ମୁଖ୍ୟ ଉତ୍ସବ ପାଳନ କରିବା ପାଇଁ ଏକ ଜିଲ୍ଲାସ୍ତରୀୟ କମିଟି କୋରାପୁଟ ନିକଟସ୍ଥ ବିଭିନ୍ନ ପଡିଆ ବୁଲି ଦେଖିଛନ୍ତି ।

କୋରାପୁଟରୁ ଛାପର ଯିବା ମାର୍ଗରେ ଏକ ପାହାଡିଆ ପଡିଆରେ ପରବର ମୁଖ୍ୟ ଉତ୍ସବ ପାଳନ କରିବା ପାଇଁ ଗତବର୍ଷ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ହେଁ ସେହି ଜମି ଉପରେ ବନବିଭାଗର ଦାବି ଥିବା ଯୋଗୁଁ ଏହା ଲାଣ୍ଡିଗୁଡାସ୍ଥିତ ସରକାରୀ ମହାବିଦ୍ୟାଳୟ ପଡିଆରେ କରାଯାଇଥିଲା ।

ତେବେ ଗୁରୁବାର ବନବିଭାଗ ଦାବି କରୁଥିବା ଜାଗାର କାଗଜ ପତ୍ର ପରୀକ୍ଷା କରିବା ସହ ଉଭୟ ବନ ବିଭାଗ ଓ ରାଜସ୍ବ ବିଭାଗର ନକ୍ସାକୁ ଅନୁଧ୍ୟାନ କରାଯିବା ପରେ ଜିଲ୍ଲାପାଳ ମଧିସୁଦନ ମିଶ୍ର ଗତ 30ବର୍ଷ ଧରି ଦୁଇ ବିଭାଗ ମଧ୍ୟରେ ଲାଗି ରହିଥିବା ଦ୍ଵନ୍ଦର ପରିସମାପ୍ତି ଆସନ୍ତା ଚାରିଦିନ ମଧ୍ୟରେ କରିବା ପାଇଁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ କୌଣସି କାରଣରୁ ନିଷ୍ପତ୍ତି ନେବାରେ ବିଳମ୍ବ ଘଟିଲେ ଗତଥର ଭଳି ଏଥର ମଧ୍ୟ ଲାଣ୍ଡିଗୁଡାସ୍ଥିତ ମହାବିଦ୍ୟାଳୟ ପଡ଼ିଆରେ ପରବର ମୁଖ୍ୟ ଉତ୍ସବକୁ ପାଳନ କରିବା ପାଇଁ କୋରାପୁଟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଏହି ବୈଠକରେ ବିଭିନ୍ନ କମିଟି ଗଠନ କରାଯିବା ସହିତ ପରବ-2019 ପୋଷ୍ଟରର ନମୂନା ପ୍ରଦର୍ଶିତ କରାଯାଇଥିଲା । ଚଳିତବର୍ଷ ଏହି ଉତ୍ସବ ଗ୍ରାମ ପଞ୍ଚାୟତରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ପାଳିତ ହେଉଥିବା ଯୋଗୁଁ ଉତ୍ସବ ମାଧ୍ୟମରେ କଳା ଓ କଳାକାରଙ୍କୁ ଖୋଜି ବାହାର କରିବା ସହିତ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଲୋକଲୋଚନକୁ ଆସିପାରିଛୁ ବୋଲି ରାଜ୍ୟ ବିହନ ନିଗମ ଅଧ୍ଯକ୍ଷ ଇଶ୍ବର ପାଣିଗ୍ରାହୀ ମତ ରଖିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:ଆସନ୍ତା ୨୦ ତାରିଖ , ରବିବାର ଦିନ କୋରାପୁଟ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଡୁଡୁମା ଜଳପ୍ରପାତ ନିକଟରୁ
ରାଜ୍ୟସ୍ତରୀୟ ଆଦିବାସୀ ଉତ୍ସବ ପରବ-୨୦୧୯ ର ଶୁଭାରମ୍ଭ କରାଯିବ ।Body:ଏନେଇ ଜିଲ୍ଲା ପ୍ରଶାସନ ତଥା ରାଜନୈତିକ ନେତୃବୃନ୍ଦ ଚଳ ଚଂଚଳ ହୋଇଉଠିଛନ୍ତି । ଜିଲ୍ଲାପ୍ରଶାଶନ ର ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ସହିତ ରାଜନୈତିକ ନେତୃବୃନ୍ଦ ଲମତାପୂଟ ବ୍ଲକ ର ଏହି କ୍ଷେତ୍ର ପରିଦର୍ଶନ କରି ଉତ୍ସବର ରୂପରେଖ ପ୍ରସ୍ତୁତ କରୁଥିବା ବେଳେ ପରବ ର ମୁଖ୍ୟ ଉତ୍ସବ ପାଳନ କରିବା ପାଇଁ ଏକ ଜିଲ୍ଲାସ୍ତରୀୟ କମିଟି କୋରାପୁଟ ନିକଟସ୍ଥ ବିଭିନ୍ନ ପଡିଆ ବୁଲି ଦେଖିଛନ୍ତି । କୋରାପୁଟ ରୁ ଛାପର ଯିବା ମାର୍ଗରେ ଏକ ପାହାଡିଆ ପଡିଆ ରେ ପରବର ମୁଖ୍ୟ ଉତ୍ସବ ପାଳନ କରିବା ପାଇଁ ଗତବର୍ଷ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେହେଁ ସେହି ଜମି ଉପରେ ବନବିଭାଗ ର ଦାବି ଥିବା ଯୋଗୁଁ ଲାଣ୍ଡିଗୁଡାସ୍ଥିତ ସରକାରୀ ମହାବିଦ୍ୟାଳୟ ପଡ଼ିଆରେ କରାଯାଇଥିଲା । ତେବେ ଆଜି ବନବିଭାଗ ଦାବି କରୁଥିବା ଜାଗାର କାଗଜ ପତ୍ର ପରୀକ୍ଷା କରିବା ସହ ଉଭୟ ବନ ବିଭାଗ ଓ ରାଜସ୍ବ ବିଭାଗ ର ନକ୍ସା କୁ ଅନୁଶୀଳନ କରାଯିବା ପରେ ଜିଲ୍ଲାପାଳ ମଧିସୁଦନ ମିଶ୍ର ଗତ ୩୦ ବର୍ଷ ଧରି ଦୁଇ ବିଭାଗ ମଧ୍ୟରେ ଲାଗିରହିଥିବା ଦ୍ଵନ୍ଦର ପରିସମାପ୍ତି ଆସନ୍ତା ଚାରିଦିନ ମଧ୍ୟରେ କରିବା ପାଇଁ ଉପ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ।କିନ୍ତୁ କୌଣସି କାରଣରୁ ନିଷ୍ପତ୍ତି ନେବାରେ ବିଳମ୍ବ ଘଟିଲେ ଗତଥର ଭଳି ଏବେମଧ୍ୟ ଲାଣ୍ଡିଗୁଡାସ୍ଥିତ ମହାବିଦ୍ୟାଳୟ ପଡ଼ିଆରେ ପରବର ମୁଖ୍ୟ ଉତ୍ସବକୁ ପାଳନ କରିବା ପାଇଁ ଆଜି କୋରାପୁଟ ସଦ୍ଭାବନା ସଭାଗୃହ ରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି ।Conclusion:ଆଜିର ବୈଠକରେ ବିଭିନ୍ନ କମିଟି ଗଠନ କରାଯିବା ସହିତ ପରବ-୨୦୧୯ ର ପୋଷ୍ଟର ର ନମୁନା ପ୍ରଦର୍ଶିତ କରାଯାଇଥିଲା । ଚଳିତ ବର୍ଷ ଏହି ଉତ୍ସବ ଗ୍ରାମ ପଞ୍ଚାୟତରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ପାଳିତ ହେଉଥିବା ଯୋଗୁଁ ଉତ୍ସବ ମାଧ୍ୟମରେ କଳା ଓ କଳାକାରଙ୍କୁ ଖୋଜି ବାହାର କରିବା ସହିତ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଲୋକଲୋଚନକୁ ଆସିପାରୁଛି ବୋଲି ଈଶ୍ୱର ପାଣିଗ୍ରାହୀ ମତ ରଖିଛନ୍ତି ।
.........
Byte : ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ , ଅଧ୍ୟକ୍ଷ , ରାଜ୍ୟ ବିହନ ନିଗମ
..........
ଶାନ୍ତାକାର
କୋରାପୁଟ
...…....
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.