ETV Bharat / state

ରାଜ୍ୟସ୍ତରୀୟ ପରବ ଉତ୍ସବ ପାଇଁ ପ୍ରସ୍ତୁତି, ବୋରିଗୁମ୍ମାରୁ ହେବ ଶୁଭାରମ୍ଭ

author img

By ETV Bharat Odisha Team

Published : Oct 11, 2023, 11:46 AM IST

Updated : Oct 11, 2023, 12:22 PM IST

ରାଜ୍ୟସ୍ତରୀୟ ପରବ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
ରାଜ୍ୟସ୍ତରୀୟ ପରବ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

କୋରାପୁଟରେ ଚଳିତବର୍ଷ ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ପରବ ଉତ୍ସବ ନେଇ ପ୍ରସ୍ତୁତି ବୈଠକ । ଚଳିତ ମାସ ୨୬ ତାରିଖରେ ପରବ ଉତ୍ସବର ଶୁଭାରମ୍ଭ କରାଯିବ । ଅଧିକ ପଢ଼ନ୍ତୁ

PARAB mahotsav

କୋରାପୁଟ: ଚଳିତ ଥର ବୋରିଗୁମ୍ମାସ୍ଥିତ ଭୈରବ ମନ୍ଦିରରେ ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ଉତ୍ସବ ପରବର ଉଦଘାଟନ ହେବ । ଆସନ୍ତା ୨୬ ତାରିଖରେ ବୋରିଗୁମ୍ମାରୁ ପରବ ଉତ୍ସବର ଶୁଭାରମ୍ଭ କରାଯିବ । ଏନେଇ ଜିଲ୍ଲା ପରିଷଦଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ହୋଇଛି । ସେହିପରି ଚଳିତ ବର୍ଷ ନଭେମ୍ବର 25ରୁ ୨୭ ତାରିଖ ପର୍ଯ୍ୟନ୍ତ କୋରାପୁଟରେ ତିନିଦିନିଆ ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ପରବ ଉତ୍ସବ ଅନୁଷ୍ଠିତ ହେବ । ତେବେ ଅନୁଷ୍ଠିତ ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ- କୋରାପୁଟ ଲୋକ ମହୋତ୍ସବ ପରବ ଉଦଯାପିତ

ଚଳିତ ମାସ ୨୬ ତାରିଖରେ ବୋରିଗୁମ୍ମାରେ ପରବ ଉତ୍ସବ ଆରମ୍ଭ ହେବ । ପ୍ରାରମ୍ଭିକ ଉତ୍ସବର ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହୋଇଯାଇଛି । ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ରୀଡ଼ା, ସଂସ୍କୃତି, ଚିତ୍ରକଳା, ପର୍ବତାରୋହଣ ଭଳି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ପୂର୍ବ ଭଳି କୋରାପୁଟ ସରକାରୀ ମହାବିଦ୍ୟାଳୟର ପଡ଼ିଆରେ ତିନିଦିନିଆ ପରବ ଉତ୍ସବ ପାଳିତ ହେବ । ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଉତ୍ସବ ସମୟରେ ଟ୍ରାଫିକ ବ୍ୟବସ୍ଥାର କିପରି ସୁପରିଚାଳନା କରାଯିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।

ଏହା ମଧ୍ୟ ପଢନ୍ତୁ- ପରବ ମଞ୍ଚରେ ନାଚିଲେ ଜୟପୁର ବିଧାୟକ ତାରା ବାହିନୀପତି

ସେହିପରି ଶାବର ଶ୍ରୀକ୍ଷେତ୍ରକୁ ୫୦ ବର୍ଷ ପୁରୁଥିବାରୁ ଜଗନ୍ନାଥ ମନ୍ଦିରର ଅବିକଳ ପ୍ରତିକୃତି ପରବର ମୁଖ୍ୟ ଉତ୍ସବ ପଡ଼ିଆରେ ସ୍ୱାଗତ ତୋରଣ ନିର୍ମାଣ ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ଆୟୋଜିତ ବୈଠକରେ କୋରାପୁଟ ଏସ୍‌ପି ଅବିନଭ ସୋନକାର, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା ପ୍ରମୁଖ ଉପସ୍ଥିତ ରହିଥିଲ‌େ । ପ୍ରକାଶ ଥାଉକି, 1996ରେ ଜିଲ୍ଲାରେ ଜିଲ୍ଲା ଉତ୍ସବ ଭାବେ ଆରମ୍ଭ ହୋଇଥିବା ପରବ ଉତ୍ସବକୁ ରାଜ୍ୟସ୍ତରୀୟ ମାନ୍ୟତା ଦିଆଗଲା ପରେ ଏହାକୁ ନଭେମ୍ବେର ମାସ ୧୭ରୁ ୧୯ ତାରିଖ ଯାଏଁ ପାଳନ ହେଉଥିଲା । କିନ୍ତୁ ଏତେ ବର୍ଷ ପରେ ବି ପରବ ପାଇଁ ଏକ ସ୍ଥାୟୀ ପଡିଆ କିମ୍ବା ତାରିଖ ନିର୍ଦିଷ୍ଟ ରହୁ ନଥିବା ଯୋଗୁଁ ଏହି ଉତ୍ସବର ଗୁରୁତ୍ୱ ପର୍ଯ୍ୟଟକଙ୍କ ମଧ୍ୟରେ ବୃଦ୍ଧି ପାଇପାରୁ ନଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, କୋରାପୁଟ

Last Updated :Oct 11, 2023, 12:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.