ETV Bharat / state

ପାହାଡ କୋଳରେ ଲୁଚକାଳି ଖେଳୁଛି ବର୍ଷା ରାଣୀ ! ଥରେ କୋଟିଆର ସୌନ୍ଦର୍ଯ୍ୟ ଦେଖିଲେ ଲାଖିଯିବ ଆଖି

author img

By

Published : Jul 19, 2023, 10:16 PM IST

କୋଟିଆ ବୁଲି ଆସିଛି ଫୁଲେଇ ବର୍ଷା
କୋଟିଆ ବୁଲି ଆସିଛି ଫୁଲେଇ ବର୍ଷା

କୋଟିଆ କେବଳ ଏକ ବିବାଦସ୍ଥଳୀ ନୁହେଁ, କୋଟିଆକୁ ଥରେ ବର୍ଷା ଦିନିରେ ଦେଖିଆସନ୍ତୁ ତ । ପାହାଡ ଛାତି ଚିରି ଭାସି ବୁଲୁଛି ଧୋବ ଫର ଫର ମେଘରାଜି । ପାହାଡ଼ କୋଳରୁ ଝରି ଆସି ପାହାଡ଼ି ଝରଣା ପର୍ଯ୍ୟଟକଙ୍କୁ ଦେଉଛି ଅପୂର୍ବ ଆନନ୍ଦ । ଅଧିକ ପଢ଼ନ୍ତୁ...

କୋଟିଆ ବୁଲି ଆସିଛି ଫୁଲେଇ ବର୍ଷା

କୋରାପୁଟ: କୋଟିଆ କହିଲେ ସମସ୍ତଙ୍କ ମନରେ ଓଡିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଚାଲିଥିବା ସୀମା ବିବାଦ କଥା ଆସିଥାଏ । କିନ୍ତୁ ସମସ୍ତ ବିବାଦ ସୀମାର ଊର୍ଦ୍ଧ୍ବରେ ପ୍ରକୃତି କୋଟିଆ ଅଞ୍ଚଳକୁ ସୌନ୍ଦର୍ଯ୍ୟର ଚାଦରରେ ଘୋଡାଇ ଦେଇଛି । ବର୍ଷାରେ କେଉଁଠି ପାହାଡକୁ ମେଘ ସ୍ପର୍ଶ କରୁଛି ତ, ଆଉ କେଉଁଠି ପାହାଡର ବୁକୁ ଚିରି ପାହାଡ଼ି ଝରଣା ବହି ଆସି ପର୍ଯ୍ୟଟକଙ୍କୁ ଆନନ୍ଦିତ କରୁଛି । ଭିଷଣ ବର୍ଷା ଓ ରାସ୍ତା ଉପରେ ବାଦଲର ପରଶ ମଧ୍ୟରେ କ୍ଷେତରେ ଚାଷୀ, ପଥିକର ଯାତ୍ରା ଓ ବିଦ୍ୟାଳୟକୁ ଯାଉଥିବା ପିଲାଙ୍କ ଦୃଶ୍ୟ ଏକ ଅନନ୍ୟ ପରିବେଶ ସୃଷ୍ଟି କରିଛି ।

କୋଟିଆ ବୁଲି ଆସିଛି ଫୁଲେଇ ବର୍ଷା !: ଶ୍ରାବଣ ମାସର ମେଘୁଆ ସକାଳ ଝିପିଝିପି ବର୍ଷାରେ ଖେଳି ଲୋକଙ୍କୁ ସ୍ବାଗତ କରିଛି ଓଡ଼ିଶା ଓ ଆନ୍ଧ୍ର ସୀମାକୁ ପ୍ରହରୀ ଭାବେ ଠିଆ ହୋଇଥିବା କୋରାପୁଟ ଜିଲ୍ଲାର କୋଟିଆର ପ୍ରକୃତି । ପାହାଡ଼ ମଥାକୁ ଚୁମ୍ବନ କରୁଥିବା ମାଳ ମାଳ ମେଘ କୋମଳ ସ୍ପର୍ଶରେ ଗଛ, ଲତା, କୀଟ ପତଙ୍ଗ ସମେତ ପ୍ରତିଟି ଜଡ଼ ଓ ଚେତନ ସତ୍ତା ମଧ୍ୟରେ ନୂତନ ସୂର୍ଯ୍ୟୋଦୟ ଆଡ଼କୁ ଅଗ୍ରଗତି ପାଇଁ ଅନୁପ୍ରାଣିତ କରୁଛି । ଜଳବାୟୁ ପରିବର୍ତ୍ତନର ଚାପରେ ବର୍ଷା ଓ ଶୀତର ପରିମାଣ ଆଗ ଅପେକ୍ଷା କମି ଆସୁଥିଲେ ବି କୋଟିଆ ପଞ୍ଚାୟତର ପ୍ରକୃତିର କୌଣସି କ୍ଷତି କରିପାରିନି । କୋଟିଆର ପାହାଡ଼ ଓ ଝରଣା ମଧ୍ୟକୁ ଉପରୁ ମେଘ ଓହ୍ଲାଇ ଆସିଥିବାର ଅପୂର୍ବ ଅନୁଭୁତି ଦେଇ କୋଟିଆକୁ ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଗଣିତ କରୁଥିବା କୋଟିଆ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ କାର୍ଯ୍ୟରତ ସୁବ୍ରତ ଶର୍ମା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବର୍ଜ୍ୟବସ୍ତୁରେ ଆକର୍ଷଣୀୟ ବଗିଚା, ଚର୍ଚ୍ଚାରେ କୋରାପୁଟ ଦମ୍ପତି

ପାହାଡ଼ ପର୍ବତ ମଧ୍ୟରେ ଲୁଚି ରହି ଆଗନ୍ତୁକଙ୍କୁ ଡାକୁଛି କୋଟିଆ: ଏହି ଶୀତ ଓ ମେଘଭରା ଦିନଟି ଆସନ୍ତା ଦିନ ଗୁଡିକରେ ଏହିପରି ସୁନ୍ଦର ରୂପକୁ ଧାରଣ କରି ଆସିବା ପାଇଁ ଅନେକ ସୁନ୍ଦର ସକାଳର ପ୍ରତିଶ୍ରୁତିକୁ ବହନ କରିଛି । ବର୍ଷା ହେଲେ କୋଟିଆ ପଞ୍ଚାୟତର ଫାଟୁଶିନେରି, ଫଗୁଣସିନେରୀ, ମାଡକାର ଭଳି ଅପହଞ୍ଚ ଇଲାକା କୋଟିଆ ପଞ୍ଚାୟତ ତଥା ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଉଥିଲା । ବର୍ତ୍ତମାନ ଓଡ଼ିଶା ସରକାରଙ୍କ ଦ୍ବାରା ଏହି ଅଞ୍ଚଳର ପ୍ରତିଟି ଗାଁକୁ ପକ୍କା ରାସ୍ତା ନିର୍ମାଣ କରିଥିବା ଯୋଗୁଁ ପରିସ୍ଥିତିରେ ସୁଧାର ଆସିଛି । ତେବେ ଏ ସମସ୍ତ ସମସ୍ୟା ମଧ୍ୟରେ କୋଟିଆ ପଞ୍ଚାୟତର ପାହାଡ଼ ପର୍ବତ ମଧ୍ୟରେ ଲୁଚି ରହିଥିବା ଅଞ୍ଚଳ ବର୍ଷା ଦିନରେ ଅଦ୍ଭୁତ ପ୍ରାକୃତିକ ସୌନ୍ଦର୍ଯ୍ୟ ଧରି ସମସ୍ତଙ୍କୁ ଆକୃଷ୍ଟ କରୁଥିବା କୋଟିଆ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ରଞ୍ଜିତା ବରାଳ କହିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.