ବର୍ଜ୍ୟବସ୍ତୁରେ ଆକର୍ଷଣୀୟ ବଗିଚା, ଚର୍ଚ୍ଚାରେ କୋରାପୁଟ ଦମ୍ପତି

By

Published : Jul 1, 2023, 4:14 PM IST

thumbnail

କୋରାପୁଟ: ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ସମସ୍ୟା । ଏହାର କିଭଳି ସୁବିନିଯୋଗ କରି ନୂତନ ବସ୍ତୁ ନିର୍ମାଣ କରାଯାଇପାରିବ, ସେ କ୍ଷେତ୍ରରେ ଅନେକ ଉପାୟ ବାହାର କରାଯାଉଛି  ।  ଆଉ ସେହି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପୁନଃବ୍ୟବହାର କରି ଉଦାହରଣ ସୃଷ୍ଟି କରିଛନ୍ତି କୋରାପୁଟ ସହର ବାସିନ୍ଦା ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ନାରାୟଣ ପଣ୍ଡା ଓ ତାଙ୍କ ପତ୍ନୀ ପଦ୍ମା ଶାସ୍ତ୍ରୀ   । ପ୍ଲାଷ୍ଟିକ ବୋତଲ ଠାରୁ ଆରମ୍ଭ କରି ବିଭିନ୍ନ ଅଦରକାରୀ ବସ୍ତୁକୁ ସୁବିନିଯୋଗ କରି ଲଗାଇଛନ୍ତି ବିଭିନ୍ନ ପ୍ରକାରର ଗଛ । ଉଭୟ ଗତ 30 ବର୍ଷ ହେବ ଅଦରକାରୀ ସାମଗ୍ରୀକୁ ଆବଶ୍ୟକ କାର୍ଯ୍ୟରେ ସୁବିନିଯୋଗ କରିଛନ୍ତି । ବୃକ୍ଷ ରୋପଣ ଓ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ସଭା ସମିତିରେ ଜନ ସଚେତନତା ବୃଦ୍ଧି କରିବା ସହ ନିଜସ୍ୱ ଘରେ ବ୍ୟବହାର ପରବର୍ତ୍ତୀ ବାହାରୁ ଥିବା ବର୍ଜ୍ୟବସ୍ତୁ ଗୁଡିକୁ ଫି ପୁଣି ଥରେ କୌଣସି ରୂପରେ ବ୍ୟବହାର କରିବା ପାଇଁ ଶାସ୍ତ୍ରୀ ପ୍ରଚେଷ୍ଟା କରିଥିବା ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.