କୋଟିଆରେ ଆନ୍ଧ୍ର ନିର୍ବାଚନର ଫଳାଫଳ ଘୋଷଣା; ଦୁଇ MPTC ସଦସ୍ୟ ନିର୍ବାଚିତ

author img

By

Published : Sep 19, 2021, 4:51 PM IST

results of kotia Andhra Pradesh MPTC election counting

ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମାନ୍ତରେ ଥିବା କୋରାପୁଟ ଜିଲ୍ଲାର କୋଟିଆରେ ଆନ୍ଧ୍ର ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ଓଡିଶା ମାଟିର ଗଞ୍ଜେଇପଦର , ଫଗୁଣସିନେରୀ ଓ ଫାଟୁସିନେରୀରେ ଆନ୍ଧ୍ରପ୍ରଦେଶ ଏମପିଟିସି ସଦସ୍ୟ ନିର୍ବାଚିତ ହୋଇଛନ୍ତି । ଅଧିକ ପଢନ୍ତୁ...

କୋରାପୁଟ: କୋଟିଆରେ ଆନ୍ଧ୍ର ନିର୍ବାଚନର ଫଳାଫଳ ଘୋଷଣା। ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମାନ୍ତରେ ଥିବା କୋରାପୁଟ ଜିଲ୍ଲାର କୋଟିଆରେ ଆନ୍ଧ୍ର ନିର୍ବାଚନର ଫଳାଫଳ ଘୋଷଣା ହୋଇଯାଇଛି ।

results of kotia Andhra Pradesh MPTC election counting
କୋଟିଆରେ ଆନ୍ଧ୍ର ନିର୍ବାଚନର ଫଳାଫଳ ଘୋଷଣା; ଦୁଇ ଜଣ MPTC ସଦସ୍ୟ ନିର୍ବାଚିତ

ଓଡ଼ିଶାର ତଳଗଞ୍ଜେଇପଦର ଗାଁ ଯାହାକୁ ଆନ୍ଧ୍ର ସରକାର ଗଞ୍ଜେଇଭଦ୍ରା ପଞ୍ଚାୟତ ଭାବେ ନାମକରଣ କରିଛନ୍ତି । ସେଠାକାର ଭୋଟରଙ୍କୁ ନେଇ ନେରେଡିବାଲାସାରେ ଆନ୍ଧ୍ର ସରକାରଙ୍କ ଦ୍ବାରା ଗତ ଅପ୍ରେଲ 8 ତାରିଖରେ ସାଲୁରମଣ୍ଡଳ ପରିଷଦ ଗଞ୍ଜେଇଭଦ୍ରା ଏମପିଟିସିର ସଦସ୍ୟତା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଜି ସାଲୁର ଠାରେ ସରକାରୀ ଡିଗ୍ରୀ କଲେଜରେ ଭୋଟ ଗଣତି କରାଯାଇଛି । ଗଞ୍ଜେଇଭଦ୍ରା ପଞ୍ଚାୟତରେ ସମୁଦାୟ 270 ଟି ଭୋଟ ପଡିଥିଲା । ଏଥିରେ ୱାଇଏସଆର କଂଗ୍ରେସ ଦଳର ମାଜ୍ଜି ଆପ୍ପାଲମ୍ମା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସିପିଏମ ଦଳର ମାର୍ରି ଡମ୍ବାଇ ଠାରୁ 41 ଟି ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି ।

results of kotia Andhra Pradesh MPTC election counting
କୋଟିଆରେ ଆନ୍ଧ୍ର ନିର୍ବାଚନର ଫଳାଫଳ ଘୋଷଣା; ଦୁଇ ଜଣ MPTC ସଦସ୍ୟ ନିର୍ବାଚିତ

ସେହିପରି କୋଟିଆ ପଞ୍ଚାୟତରର ଫାଟୁସିନେରୀ ଓ ଫଗୁଣ ସିନେରୀ ଗ୍ରାମ ଅନ୍ତର୍ଭୁକ୍ତ ହୋଇଥିବା ଆନ୍ଧ୍ରପ୍ରଦେଶର କୋଡ଼ମା ଏମପିଟିସି ନିମନ୍ତେ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ୱାଇଏସଆର କଂଗ୍ରେସର ଓଡ଼ିଆ ଭାଷାଭାଷୀ ଗିନ୍ଦେ ଗେମେଲ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଟିଡିପିର ବୁନ୍ଦା ଚୋଡିପିଲ୍ଲୀଙ୍କ ଠାରୁ 80 ଟି ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି ।

ଓଡିଶା ମାଟିର ଗଞ୍ଜେଇପଦର , ଫଗୁଣସିନେରୀ ଓ ଫାଟୁସିନେରୀରେ ଆନ୍ଧ୍ରପ୍ରଦେଶ ଏମପିଟିସି ସଦସ୍ୟ ନିର୍ବାଚିତ ହେବା ଆନ୍ଧ୍ରସରକାରଙ୍କ ଓଡିଶାର ଜନସାଧାରଣଙ୍କୁ ନିଜ ଆଡକୁ ଟାଣିନେବା ପ୍ରଚେଷ୍ଟା ଦିଗରେ ଏକ ବୃହତ ପ୍ରୟାସ ବୋଲି କୋରାପୁଟର ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.