ETV Bharat / state

ପତ୍ରିକା ବଜାରରେ ମହକୁଛି ଶାରଦୀୟ ବିଶେଷାଙ୍କ

author img

By ETV Bharat Odisha Team

Published : Oct 24, 2023, 8:29 PM IST

ଦୁର୍ଗା ପୂଜା ବଜାରରେ ମହକୁଛି ଶାରଦୀୟ ବିଶେଷାଙ୍କ ପତ୍ରିକା
ଦୁର୍ଗା ପୂଜା ବଜାରରେ ମହକୁଛି ଶାରଦୀୟ ବିଶେଷାଙ୍କ ପତ୍ରିକା

ଦୁର୍ଗା ପୂଜା ବଜାରରେ ମହକୁଛି ଶାରଦୀୟ ବିଶେଷାଙ୍କ । 40 ବର୍ଷ ଧରି ଶାରଦୀୟ ବିଶେଷାଙ୍କ ଲେଖକଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି ।

ଦୁର୍ଗା ପୂଜା ବଜାରରେ ମହକୁଛି ଶାରଦୀୟ ବିଶେଷାଙ୍କ ପତ୍ରିକା

କୋରାପୁଟ: ଚାଲିଛି ମା’ ଦଶଭୂଜାଙ୍କ ବିଜୟା ଦଶମୀ ପୂଜା । ମା’ଙ୍କ ପୂଜାକୁ ନେଇ ଉତ୍ସବ ମୁଖର ଗାଁଠୁ ସହର । ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୃର୍ତ୍ତି ଦର୍ଶନ କରିବା ପାଇଁ ଜମୁଛି ଭକ୍ତଙ୍କ ଭିଡ । ସେହିପରି କୋରାପୁଟର ଶାରଦୀୟ ବେଶ ଆଡମ୍ବର ସହ ଚାଲିଛି । ଏହାସହ ପତ୍ରିକା ବଜାରରେ ମହକୁଛି ଶାରଦୀୟ ବିଶେଷାଙ୍କ । କୋରାପୁଟରେ ବସବାସ କରି ସାହିତ୍ୟ ସାଧନା କରୁଥିବା କବି, ଗାଳ୍ପିକ, ସମୀକ୍ଷକ ଓ ସ୍ତମ୍ଭକାର ନିଜର ପ୍ରକାଶିତ ଲେଖାକୁ ଖୋଜି ପାଠକ କୋରାପୁଟ ଅଞ୍ଚଳ ଉପରେ ଲେଖାକୁ କିଣି ନେଉଛନ୍ତି ।

ବିଗତ ବର୍ଷ ଗୁଡିକ ଅପେକ୍ଷା ଚଳିତ ବର୍ଷ ଶାରଦୀୟ ବିଶେଷାଙ୍କ ପତ୍ରିକା ପ୍ରକାଶନରେ କିଛି ମାତ୍ରାରେ ବିଳମ୍ବ ହୋଇଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ କୋରାପୁଟ ବଜାରକୁ ପ୍ରାୟ 60ଟି ପତ୍ରିକା ପହଞ୍ଚି ସାରିଛି । ଆଉ 30ରୁ ଉର୍ଦ୍ଧ୍ବ ପତ୍ରିକା ନିକଟ ଭବିଷ୍ୟତରେ ବଜାରକୁ ଆସିବ ବୋଲି ପତ୍ରିକା ବିକ୍ରେତା କହିଛନ୍ତି । ବର୍ଷର ଅନ୍ୟାନ୍ୟ ସମୟରେ ଓଡ଼ିଆ ସାହିତ୍ୟ ଜଗତରେ ଅନେକ ପତ୍ରିକା ପ୍ରକାଶିତ ହେଉଥିଲେ ହେଁ ପୂଜା ବିଶେଷାଙ୍କର ବିବିଧତା , ଉନ୍ନତ ମାନର ଲେଖା ଓ ପତ୍ରିକାର କଳେବର ପାଠକଙ୍କ ମଧ୍ୟରେ ନୂତନ ଆଗ୍ରହ ସୃଷ୍ଟି କରିଥାଏ । ପୂଜାକୁ ନେଇ କିଛି ନୂତନ ତଥ୍ୟ ଜାଣିବା ପାଠକଙ୍କ ମଧ୍ୟରେ ଆଗ୍ରହ ଯାଗ୍ରତ କରିଥାଏ ।

ପତ୍ରିକା ବିକ୍ରେତା ବଟ କୃଷ୍ଣ ପ୍ରଧାନ କହିଛନ୍ତି, "ଶାରଦୀୟ ବିଶେଷଙ୍କାକୁ ନେଇ ଯୁବପୀଢି ଓ ପାଠକଙ୍କା ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି । କୋରାପୁଟର ଲେଖା ଦେଖିବା ପାଇଁ ବିଭିନ୍ନ ଗ୍ରାହକ ଆଗ୍ରହ ପ୍ରକାଶ କରିଛନ୍ତି । ପୂଜା ବିଶେଷାଙ୍କରେ ନିଜ ଲେଖାକୁ ସ୍ଥାନିତ ହେବା ନେଇ ଲେଖକ ଓ କବି ମଧ୍ୟ ସେତିକି ପରିମାଣରେ ଆନନ୍ଦିତ ହୋଇଥିବା ଓଡ଼ିଆ ସାହିତ୍ୟ ଜଗତରେ କ୍ଷୁଦ୍ର କବିତା ଲେଖିବା ନେଇ ଖ୍ୟାତି ଅର୍ଜନ କରିଛନ୍ତି । ଇଣ୍ଟରନେଟର ଯୁଗରେ ମଧ୍ୟ ଲୋକେ ଗଳ୍ପ, ସମାଲୋଚନା, ଏକାଙ୍କିକା ଓ କବିତାକୁ ପଢିବାକୁ ପସନ୍ଦ କରୁଛନ୍ତି । ’’

ଏହା ମଧ୍ୟ ପଢନ୍ତୁ...ମଣ୍ଡପରେ ଚାଲିଛି ମା’ଙ୍କ ବିଜୟା ଦଶମୀ ପୂଜାର୍ଚ୍ଚନା, ସିନ୍ଦୁର ଖେଳି ସ୍ବାମୀଙ୍କ ଦୀର୍ଘାୟୁ କାମନା କଲେ ସଧବା

କୋରାପୁଟର ବିଶିଷ୍ଟ କବି ରବି ଶତପଥୀ କହିଛନ୍ତି, ‘‘ଶାରଦୀୟ ବିଶେଷାଙ୍କ ମାଧ୍ୟମରେ ଅଧିକ ମାତ୍ରାରେ ଲେଖକ ଓ ପାଠକ ସମ୍ପର୍କ ସ୍ଥାପନ ହୋଇପାରୁଛି । ଓଡ଼ିଆ ସାହିତ୍ୟକୁ ବିଶେଷାଙ୍କ ସୌନ୍ଦର୍ଯ୍ୟ ପ୍ରଦାନ କରିଛି । ଗତ 40 ବର୍ଷ ଧରି ଶାରଦୀୟ ବିଶେଷାଙ୍କ ଲେଖକଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି ।’’


ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.