ETV Bharat / state

ମଣ୍ଡପରେ ଚାଲିଛି ମା’ଙ୍କ ବିଜୟା ଦଶମୀ ପୂଜାର୍ଚ୍ଚନା, ସିନ୍ଦୁର ଖେଳି ସ୍ବାମୀଙ୍କ ଦୀର୍ଘାୟୁ କାମନା କଲେ ସଧବା

author img

By ETV Bharat Odisha Team

Published : Oct 24, 2023, 6:38 PM IST

ଦଶଭୂଜାଙ୍କ ବିଜୟା ଦଶମୀ ପୂଜା
ଦଶଭୂଜାଙ୍କ ବିଜୟା ଦଶମୀ ପୂଜା

ବ୍ୟାସନଗର ସ୍ଥିତ ଅନେକ ପୂଜା ମଣ୍ଡପରେ ବିଜୟା ଦଶମୀ ଉପଲକ୍ଷେ ମହିଳାଙ୍କ ସିନ୍ଦୁର ଖେଳ ଅନୁଷ୍ଠିତ । ସିନ୍ଦୁର ଖେଳି ସ୍ବାମୀଙ୍କ ଦୀର୍ଘାୟୁ କାମନା କଲେ ସଧବା । ଅଧିକ ପଢନ୍ତୁ

ଦଶଭୂଜାଙ୍କ ବିଜୟା ଦଶମୀ ପୂଜା

ଯାଜପୁର: ଚଳିତ ଶାରଦୀୟ ଦୁର୍ଗା ପୂଜାର ଆଜି ସମସ୍ତ ମଣ୍ଡପରେ ଚାଲିଛି ଶେଷ ପୂଜା । ପ୍ରାୟ ସବୁ ପୂଜା ମଣ୍ଡପରେ ଧୁମଧାମରେ ପାଳିତ ହୋଇଛି ବିଜୟାଦଶମୀ ଓ ଅପରାଜିତା ପୂଜା । ଯାଜପୁରର ବ୍ୟାସନଗର ସହରର ମୁଣ୍ଡମାଳ ଏବଂ ନହକା ପୂଜାମଣ୍ଡପରେ ବଙ୍ଗୀୟ ପଦ୍ଧତିରେ ପାଳିତ ହୋଇଛି ଦୁର୍ଗାପୂଜା । ଏଠାକାର ବିଶେଷତ୍ବ ହେଲା ବିଜୟା ଦଶମୀରେ ମଣ୍ଡପରେ ସଧବା ମହିଳାମାନେ ସିନ୍ଦୁର ଖେଳଥାନ୍ତି । ବଙ୍ଗାଳୀ ମହିଳାଙ୍କ ସହ ଓଡିଆ ଏବଂ ଅନ୍ୟ ଭାଷାବାସୀର ମହିଳାମାନେ ମିଳିତ ଭାବେ ଏହି ଉତ୍ସବ ପାଳନ କରିଥାନ୍ତି । ମା‘ଙ୍କୁ ପୂଜା କରିବା ପରେ ପରସ୍ପରର ମଥା ଓ ମୁହଁରେ ସିନ୍ଦୁର ବୋଳି ଉତ୍ସବ ମନାଇଥାନ୍ତି ସଧବା ।

ଶାରଦୀୟ ଦୁର୍ଗୋତ୍ସବ ଉପଲକ୍ଷେ ଯାଜପୁରର ବିଭିନ୍ନ ପୁରପଲ୍ଲୀରେ ଗତ 20 ତାରିଖରୁ ପୂଜାମଣ୍ଡପ ଗୁଡିକ ଚଳଚଞ୍ଚଳ ହେଇପଡ଼ିଛି । ଷଷ୍ଠୀରୁ ବିଲ୍ବବରଣୀ କରାଯାଇ ଆରମ୍ଭ ହୋଇଥିଲା ମା’ଙ୍କ ପୂଜାର୍ଚ୍ଚନା । ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ ପରେ ଆଜି ପାଳିତ ହୋଇଛି ବିଜୟା ଦଶମୀ ଉତ୍ସବ ଓ ଅପରାଜିତା ପୂଜା । ସ୍ଥାନୀୟ ମହିଳାଙ୍କ ଦ୍ବାରା ବଙ୍ଗୀୟ ରୀତିନୀତିରେ ପାଳିତ ହୋଇଥିଲା ସିନ୍ଦୁର ଖେଳ ଉତ୍ସବ । ଶତାଧିକ ମହିଳାମାନେ ଏହି ଉତ୍ସବରେ ସାମିଲ ହୋଇ ନିଜ ପରିବାରର ଦୀର୍ଘାୟୁ କାମନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଚଉଷଠି ଯୋଗିନୀ ପୀଠରେ ଦୁର୍ଗାପୂଜାର ରହିଛି ସ୍ବତନ୍ତ୍ର ପରମ୍ପରା, ଏଠାରେ ମାଛ ଲାଗିଥାଏ ଭୋଗ

ପୂଜକ କହିଛନ୍ତି, ‘‘ସିନ୍ଦୁର ଖେଳ ଏକ ବଙ୍ଗୀୟ ପରମ୍ପରା । ଏହି ପରମ୍ପରା ଆଜକୁ ପ୍ରାୟ 4 ଶହ ବର୍ଷ ପୂରୁଣା । ବିଜୟା ଦଶମୀରେ ସଧବା ନାରୀମାନେ ଅପରାଜିତା ରୂପେ ମା’ଙ୍କୁ ପୂଜା କରିବା ପରେ ମା’ଙ୍କୁ ସିନ୍ଦୁରରେ ପୂଜା କରିଥାନ୍ତି । ଏହା ପରେ ସ୍ବାମୀ ଓ ପରିବାରର ଉନ୍ନତି , ଦୀର୍ଘାୟୁ କାମନା କରି ଏହି ସିନ୍ଦୁର ଖେଳିଥାନ୍ତି । ତେବେ ଦୀର୍ଘବର୍ଷ ଧରୀ ବ୍ୟାସନଗରେ ଏହି ସିନ୍ଦୁର ଖେଳ ପାଳନ କରାଯାଉଛି । ଚଳିତ ବର୍ଷର ଏହା ଶେଷ ପୂଜା ହୋଇଥିବାରୁ ବେଶ ଧୁମଧାମରେ ଏହାକୁ ପାଳନ କରାଯାଇଛି । ପୂଜା କମିଟି ପକ୍ଷରୁ ଶାନ୍ତିଶୃଙ୍ଖଳାରେ ପୂଜା ସମାପନ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଶେଷରେ ପୁଷ୍କରିଣୀରେ ମାଙ୍କ ଘଟ କଳସ ବିସର୍ଜ୍ଜନ ମଧ୍ୟ କରାଯାଇଛି । ମନରେ ଦୁଃଖ ଥିଲେବି ସମସ୍ତ ଭକ୍ତ ଭକ୍ତିପୂର୍ଣ୍ଣ ଭାବେ ଆଜି ମା’ ଦୁର୍ଗାଙ୍କୁ ବିଦାୟ ଦେଇଛନ୍ତି ।’’

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.