ETV Bharat / state

ଚଉଷଠି ଯୋଗିନୀ ପୀଠରେ ଦୁର୍ଗାପୂଜାର ରହିଛି ସ୍ବତନ୍ତ୍ର ପରମ୍ପରା, ଏଠାରେ ମାଛ ଲାଗିଥାଏ ଭୋଗ

author img

By ETV Bharat Odisha Team

Published : Oct 24, 2023, 2:26 PM IST

ଏକ ସ୍ବତନ୍ତ୍ର ରୀତିନୀତିରେ ପୂଜା ପାଇଥାନ୍ତି ମାଆ ଚଉଷଠି ଯୋଗିନୀ । ଏଠାରେ ଦୁର୍ଗାପୂଜାରେ ଲାଗି ହୋଇଥାଏ ମାଛ ଭୋଗ । ଅଧିକ ପଢନ୍ତୁ..

Etv Bharat
Etv Bharat

ଚଉଷଠି ଯୋଗିନୀ ପୀଠ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ ମାଆ ଚଉଷଠି ଯୋଗିନୀ ମନ୍ଦିର । କିମ୍ବ ଅନୁଯାୟୀ, ଯେତେବେଳେ ରକ୍ତବୀଜ ଅସୁରର ପ୍ରକୋପ ବଢ଼ିଲା ସେତେବେଳେ ସଂସାରକୁ ରକ୍ଷା କରିବା ପାଇଁ ମାହାମାୟା ମାଆ ଦୁର୍ଗା 64 ରୂପ ଧାରଣ କରି ତାକୁ ବଦ୍ଧ କରିଥିଲେ । ସେବେଠୁ ବିଭିନ୍ନ ସ୍ଥାନରେ 64 ଯୋଗିନୀମାନେ ମାଆ ବିଭିନ୍ନ ରୂପରେ ପୂଜା ପାଇଆସୁଛନ୍ତି । ଚଉଷଠି ଯୋଗିନୀ ହେଉଛି ଏକ ତନ୍ତ୍ର ପୀଠ । ତେବେ ଏଠାରେ ସ୍ବତନ୍ତ୍ର ରୀତିନୀତି ଅନୁଯାୟୀ ଦୁର୍ଗାପୂଜା ଅନୁଷ୍ଠିତ ହୋଇଥାଏ ।

ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ ମାଆ ଚଉଷଠି ଯୋଗିନୀ ମନ୍ଦିରରେ ସ୍ବତନ୍ତ୍ର ରୀତିନୀତି ଅନୁଯାୟୀ ଦୁର୍ଗାପୂଜା କରାଯାଏ । ଏଠାରେ ବିଶେଷତ୍ବ ହେଉଛି ଏଠାରେ ଲାଗି ହେଉଥିବା ଭୋଗ । ମହାଷ୍ଟମୀର ମଧ୍ୟାହ୍ନ ରାତ୍ରିରେ ମାଛ ପୋଡା ବଳି ଦିଆଯାଏ । ଉଷୁନା ଅନ୍ନ, ଡାଲମା ସହ ମାଛ ଭୋଗ ଏଠାରେ ଲାଗି ହୁଏ । ନବମୀରେ ନବଦୁର୍ଗା ବେଶ ମାଆ ପୂଜା ପାଇଥାନ୍ତି । ସଂଧ୍ୟାରେ ଖିରି ଖେଚୁଡ଼ି, ଇଟିଲି ପିଠା ଭୋଗ ହୁଏ । ନବରାତ୍ର ପୂଜାରେ ପ୍ରତ୍ୟେକ ସଂଧ୍ୟାରେ ହାକେରା ଭୋଗ (ଖିରି,ଇଟିଲି,କାକେରା) ଭୋଗ ଦିଆଯାଏ ।

ଏହାମଧ୍ୟ ପଢନ୍ତୁ..ଖାନନଗର ପୂଜା ମଣ୍ଡପରେ ଚାନ୍ଦି ମେଢ଼ରେ ଶୋଭା ପାଉଛନ୍ତି ମା', ଆଶୀର୍ବାଦ ପାଇଁ ଲାଗିଛି ଭକ୍ତଙ୍କ ଭିଡ଼

ନବମୀର ଶେଷ ପୂଜାରରେ ମାଆଙ୍କର ନବଦୁର୍ଗା ବେଶ ହୁଏ । ଦଶମୀରେ ସନ୍ଧି ପୂଜା ହୋଇଥାଏ । ସେହିଭଳି ଷୋଡ଼ଶ ଉପଚାରରେ ମଧ୍ୟ ଏଠାରେ ମାଆ ପୂଜା ପାଆନ୍ତି। ଚଉଷଠି ଯୋଗିନୀ ପୀଠରେ ନବ ଦୁର୍ଗା ପୂଜା ପାଆନ୍ତି। ମନ୍ଦିର ମଝିରେ ତନ୍ତ୍ର ସାଧନ ହୁଏ । ଏଠି ଦ୍ୱାର ପାଳ ଜୟା ବିଜୟା, ତନ୍ତ୍ର ପୂଜାର ମୁଖ୍ୟ ସୂର୍ଯ୍ୟ ମଣ୍ଡପରେ ପୂଜା ହୁଏ।

ସେହିଭଳି ତନ୍ତ୍ର ପୀଠରେ ଯୋଗିନୀ ରାତିରେ ବୁଲାବୁଲି କରନ୍ତି ବୋଲି ବିଶ୍ବାସ ରହିଛି । ପାଖରେ ବୁଢ଼ୀ ଠାକୁରାଣୀକୁ ଦେଖା କରିବାକୁ ଯୋଗିନୀ ମାନେ ଯାଆନ୍ତି ବୋଲି ପୂର୍ବରୁ ବିଶ୍ୱାସ ରହିଛି । ଦୁର୍ଗାପୂଜା, ଚୈତ୍ର ମାସ ଅଶୋକାଷ୍ଟମୀରେ ନବରାତ୍ର ବାସନ୍ତୀ ଦୁର୍ଗା ପୂଜା ଏଠି ଅନୁଷ୍ଠିତ ହୋଇଥାଏ ।
ଏହାମଧ୍ୟ ପଢନ୍ତୁ..ବ୍ରହ୍ମପୁରରେ ଦୁର୍ଗାପୂଜା, ମଣ୍ଡପରେ ପୂଜା ପାଉଛନ୍ତି ମା ଜଗତଜନନୀ

ଇତିହାସ ଅନୁଯାୟୀ, ନବମ ଶତାବ୍ଦୀରେ ଖୋର୍ଦ୍ଧାରେ ଭୌମ ବଂଶ ରାଜା ଶାନ୍ତି କର, ରାଣୀ ହୀରାଦେବୀ ରାଜୁତି କରୁଥିଲେ। ତାଙ୍କ ନାମରେ ଏହି ପୀଠ ହୀରପୁରର ଚଉଷଠି ଯୋଗିନୀ । ଏହି ପୀଠ ତନ୍ତ୍ର ସାଧନା ପୀଠ ଭାବରେ ପରିଚୟ ଲାଭ କରିଛି । ଏଠି ମହମାୟା ମୁଖ୍ୟ ଦେବୀ । ଯୋଗିନୀ ପୀଠ ମନ୍ଦିର ଏକ ବିରଳ ମନ୍ଦିର କହିଲେ ଚଳେ । କାରଣ ଏହାର ଉପର ଅଂଶ ଖୋଲା ଅଟେ । ପୂର୍ବ ପ୍ରଥା ଓ ବିଶ୍ବାସ ଅନୁଯାୟୀ, ଏଠାରେ ତନ୍ତ୍ର ସାଧନା କରାଯିବା ସହ ବଳୀ ଦିଆଯାଉଥିଲା । କାଳକ୍ରମେ ସରକାର ଶାସନ ପରେ ବଳୀ ପ୍ରଥା ଉଚ୍ଛେଦ ହୋଇଛି ।

ତେବେ ଖୋର୍ଦ୍ଧାର ହୀରପୁରର ଚଉଷଠି ଯୋଗିନୀ ପୀଠ ଭଳି ବଲାଙ୍ଗୀର ଜିଲ୍ଲାରେ ରାଣୀପୁର ଝରିଆଲରେ ଚଉଷଠି ଯୋଗିନୀ ମନ୍ଦିର ରହିଛି ଯାହା ତନ୍ତ୍ର ପୀଠ ଭାବେ ପରିଚିତ।ଭାରତରେ 4ଟି ସ୍ଥାନରେ ଏଭଳି ତନ୍ତ୍ର ପୀଠ ଦେଖିବାକୁ ମିଳେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.